ଓଡିଶା

odisha

Janhvi-Shikhar: ରୁମର ବୟଫ୍ରେଣ୍ଡଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

By

Published : Apr 3, 2023, 6:01 PM IST

ରୁମର ବୟଫ୍ରେଣ୍ଡ ଶିଖର ପାହରିଆଙ୍କ ସହ ଏକ ଫଟୋ ସେୟାର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଜାହ୍ନବୀ କପୁର । ଫଟୋରେ ଜାହ୍ନବୀ ଶିଖରଙ୍କ ହାତ ଧରିଥିବା ଦେଖିବାକୁ ମିଳିଛି । ଏନେଇ ଜାହ୍ନବୀ ଶିଖରଙ୍କ ସହ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିବା କୁହାଯାଉଛି । ଅଧିକ ପଢନ୍ତୁ

ରୁମର ବୟଫ୍ରେଣ୍ଡଙ୍କ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ କପୁର
ରୁମର ବୟଫ୍ରେଣ୍ଡଙ୍କ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ କପୁର

ମୁମ୍ବାଇ: ଆଜିକାଲି ନିଜ ରୁମର ବୟଫ୍ରେଣ୍ଡ ଶିଖର ପାହରିଆଙ୍କ ସହ ଲଭ୍‌ ଲାଇଫକୁ ନେଇ ହେଡଲାଇନରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର । ଏହାରି ମଧ୍ୟରେ ଆଜି ଉଭୟଙ୍କୁ ତିରୁପତିରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ସେ ରୁମର ବୟଫ୍ରେଣ୍ଡ ଶିଖର ପହରିଆଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି ।

ରୁମର ବୟଫ୍ରେଣ୍ଡ ଶିଖର ପହରିଆଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାହ୍ନବୀ କପୁର

ଜାହ୍ନବୀ କପୁର ନିଜ ଇନଷ୍ଟା ଷ୍ଟୋରୀରେ ଶିଖର ପହରିଆଙ୍କ ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ସେ ଏହି ଜନ୍ମଦିନ ପୋଷ୍ଟରେ ଜାହ୍ନବୀ କପୁର ଶିଖରଙ୍କ ହାତ ଧରି ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋର କ୍ୟାପସନରେ ଜାହ୍ନବୀ କପୁର ହାର୍ଟ ଇମୋଜି ମଧ୍ୟ ଯୋଡିଛନ୍ତି । ବର୍ତ୍ତମାନ ଏହି ଫଟୋରେ ଜାହ୍ନବୀ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଶିଖର ପହରିଆଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଖୁସି କପୁର

ଶିଖରଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇ ଜାହ୍ନବୀ କପୁର ଲେଖିଛନ୍ତି, 'ଶୁଭ ଜନ୍ମଦିନ ଶିଖୁ, ଶିଖର ପାହରିଆ।' ଜାହ୍ନବୀ ଶିଖରଙ୍କ ସହ ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଛନ୍ତି । ତେବେ ଏହାପୂର୍ବରୁ ଜାହ୍ନବୀଙ୍କ ସାନ ଭଉଣୀ ଖୁସୀ କପୁର ମଧ୍ୟ ଶିଖରଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ । ଖୁସି ମଧ୍ୟ ଶିଖରଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଥିଲେ ।

ସୂଚନା ଥାଉ କି, ଜାହ୍ନବୀ କପୁର ଏବଂ ଶିଖର ପାହରିଆ ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କ ବିଷୟରେ ଆଲୋଚନାରେ ରହି ଆସୁଥିଲେ ମଧ୍ୟ ଉଭୟ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । କିନ୍ତୁ ଜାହ୍ନବୀଙ୍କ ଏହି ପୋଷ୍ଟ ସ୍ପଷ୍ଟ କରିଛି ଯେ ଉଭୟ ପରସ୍ପର ସହ ସମ୍ପର୍କରେ ରହିଛନ୍ତି ।

ତେବେ ଏହାପୂର୍ବରୁ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଜାହ୍ନବୀ କପୁର ଏବଂ ଶିଖର ପାହରିଆଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏଠାରେ ଉକ୍ତ କପଲ ଭଗବାନଙ୍କ ଦର୍ଶନ କରିଥିବାର ନଜର ଆସିଥିଲେ। ଏଠାରେ ଖୁସି କପୁର ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏଥିସହ ଶିଖର ଏବଂ ଜାହ୍ନବୀଙ୍କୁ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ NMACC ଇଭେଣ୍ଟରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା ​। ଉଭୟଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟ ଦେଖି ବର୍ତ୍ତମାନ ପ୍ରଶଂସକମାନେ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଲଭ୍‌ ବାର୍ଡ କେବେ ନିଜ ସମ୍ପର୍କ ଉପରେ ମୋହର ଲଗାଉଛନ୍ତି ।

ABOUT THE AUTHOR

...view details