ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ମା' ଶ୍ରୀଦେବୀଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଛନ୍ତି । ଜାହ୍ନବୀ କପୁର ଏବଂ ଭଉଣୀ ତଥା ଅଭିନେତ୍ରୀ ଖୁସୀ କପୁର କରଣ ଜୋହରଙ୍କ ସେଲିବ୍ରିଟି ଚାଟ୍ ଶୋ' ଖଫି ୱିଥ କରଣ ସିଜନ ୮ର ଲାଟେଷ୍ଟ ଏପିସୋଡରେ ନଜର ଆସିଛନ୍ତି । ଏହି ସମୟରେ ଉଭୟ ଉଭଣୀ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଥିବା ବେଳେ ମା' ଶ୍ରୀଦେବୀଙ୍କୁ ମଧ୍ୟ ମନେ ପକାଇଛନ୍ତି । ମା'ଙ୍କ ମୃତ୍ୟୁର ଖବର ତାଙ୍କ ପାଇଁ କେତେ ହୃଦୟ ବିଦାୟକ ଥିଲା । ତାହା ସେ ସେୟାର କରିଛନ୍ତି ।
ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁ ଜାହ୍ନବୀ ଏବଂ ତାଙ୍କ ପରିବାର ପାଇଁ ଏକ ଆଶ୍ଚର୍ଯ୍ୟଜନକ ଏବଂ କଷ୍ଟଦାୟକ ଥିଲା । ଆଜି ବି ବୋନି କପୁର ତାଙ୍କ ପତ୍ନୀଙ୍କୁ ମନେ ପକାଇ ତାଙ୍କର ଅନେକ ଫଟୋ ସେୟାର କରିଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଜାହ୍ନବୀ ଶ୍ରୀଦେବୀଙ୍କ ମୃତ୍ୟୁର ୫ବର୍ଷ ପରେ ମା'ଙ୍କୁ ହରାଇବା ତାଙ୍କ ପାଇଁ କେତେ କଷ୍ଟଦାୟକ ରହିଛି । ତାହା ସେ ସେୟାର କରିଛନ୍ତି ।
ଜାହ୍ନବୀ ଶୋ'ରେ କହିଛନ୍ତି, ଯେତେବେଳେ ମା'ଙ୍କ ଦେହାନ୍ତ ଖବର ଫୋନରେ ସେ ଜାଣିବାକୁ ପାଇଥିଲେ, ସେତେବେଳେ ମୁଁ ମୋର ରୁମରେ ଥିଲି ଏବଂ ମୋତେ ଖୁସୀର ରୁମରୁ କାନ୍ଦିବାର ସ୍ବର ଶୁଣିବାକୁ ମିଳିଥିଲା । ମୁଁ କାନ୍ଦି କାନ୍ଦି ଖୁସୀର ରୁମକୁ ଗଲି । ସେ ମୋତେ ଦେଖି ହଠାତି କାନ୍ଦ ବନ୍ଦ କରିଦେଲା । ସେ ମୋ ପାଖରେ ବସିଗଲା ଏବଂ ମୋତେ ଚୁପ୍ କରାଇବାକୁ ଚେଷ୍ଟା କରିଥିଲା । ମୁଁ ତା' ପରେ କେବେ ଖୁସୀକୁ କାନ୍ଦିବାର ଦେଖିନାହିଁ ।