ଓଡିଶା

odisha

By

Published : Aug 18, 2023, 12:45 PM IST

ETV Bharat / entertainment

Jailer Box Office Collection: ବକ୍ସ ଅଫିସରେ ଥଲାଇଭାଙ୍କ କ୍ରେଜ, 235 କୋଟିରୁ ଅଧିକ କଲାଣି ଆୟ

ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ଜେଲର ଅଗଷ୍ଟ 10ରେ ରିଲିଜ ହେବା ପରଠାରୁ ପ୍ରେକ୍ଷାଳୟରେ ଦିନକୁ ଦିନ ବମ୍ପର କଲେକ୍ସନ ସହ ରେକର୍ଡ ଭାଙ୍ଗୁଛି । ଅଷ୍ଟମ ଦିନ ମଧ୍ୟରେ ଫିଲ୍ମ 235କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ଅଧିକ ପଢନ୍ତୁ

ବକ୍ସ ଅଫିସରେ ଚାଲିଲା ରଜନୀକାନ୍ତଙ୍କ ଯାଦୁ, 8 ଦିନରେ ଏତିକି କଲା କଲେକ୍ସନ
ବକ୍ସ ଅଫିସରେ ଚାଲିଲା ରଜନୀକାନ୍ତଙ୍କ ଯାଦୁ, 8 ଦିନରେ ଏତିକି କଲା କଲେକ୍ସନ

ହାଇଦ୍ରାବାଦ:ରଜନୀକାନ୍ତଙ୍କ ଜେଲରର ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି । 2 ବର୍ଷ ପରେ ରଜନୀକାନ୍ତ ଏହି ଫିଲ୍ମ ସହ କମବ୍ୟାକ କରିଥିବା ବେଳେ ଦର୍ଶକଙ୍କୁ ଥିଏଟରକୁ ଆକୃଷ୍ଟ କରିବାରେ ସଫଳ ହେଉଛି । ଅଗଷ୍ଟ 10ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ରଜନୀକାନ୍ତଙ୍କ 'ଜେଲର'କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ତେବେ ଜେଲର ରିଲିଜର 8 ଦିନ ବିତିଗଲାଣି । ଫିଲ୍ମ ବର୍ତ୍ତମାନ 235କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।

ଜେଲର କେବଳ ଯେ ଭାରତରେ ନୁହେଁ ବରଂ ବିଦେଶ ବକ୍ସ ଅଫିସରେ ବି ଦମଦାର କଲେକ୍ସନ କରିଛି । ଭାରତ ବକ୍ସ ଅଫିସରେ ଫିଲ୍ମ କମାଲ କରିଛି । ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ଅଷ୍ଟମ ଦିନରେ ବକ୍ସ ଅଫିସରେ ପ୍ରାୟ 10 କୋଟି ବ୍ୟବସାୟ କରିଛି । ଏହି କ୍ରମରେ ବର୍ତ୍ତମାନ ଭାରତରେ ଜେଲରର ମୋଟ ସଂଗ୍ରହ 235.65 କୋଟି ହୋଇଛି । ଆଗାମୀ ଦିନରେ, 'ଜେଲର'ର ଏହି ସଂଗ୍ରହରେ ଅନେକ ଅଭିବୃଦ୍ଧି ଦେଖିବାକୁ ମିଳିବ ବୋଲି କୁହାଯାଉଛି । ସେପଟେ ବିଶ୍ବ ବକ୍ସ ଅଫିସରେ ଫିଲ୍ମ ଭଲ ପ୍ରଦର୍ଶନ କରିଛି । ରିଲିଜ୍ ହେବାର ପ୍ରଥମ ସପ୍ତାହରେ ବିଶ୍ବରେ 400 କୋଟି କଲେକ୍ସନ ସହ ରେକର୍ଡ ସୃଷ୍ଟି କରିଥିଲା । ବର୍ତ୍ତମାନ ରିଲିଜ୍ ହେବାର 8 ଦିନରେ, ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 411 କୋଟି ବ୍ୟବସାୟ କରିଛି ।

ଜେଲର ରିଲିଜର ଗୋଟିଏ ଦିନ ପରେ ବଲିଉଡର 2 ସୁପରଷ୍ଟାରଙ୍କ ଫିଲ୍ମ ରିଲିଜ ହୋଇଛି । ସନ୍ନି ଦେଓଲଙ୍କ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଓଏମଜି 2 । ତେବେ ଏହି ସମସ୍ତ ଫିଲ୍ମଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଭଲ ରୋଜଗାର ସହ ସମସ୍ତ ଫିଲ୍ମ ଦମଦାର କଲେକ୍ସନ କରିଆସୁଛନ୍ତି । ବିଶ୍ବ ରୋଜଗାର ହିସାବରେ ଗଦର 2 ଏବଂ ଓଏମଜି 2 ଜେଲରଠୁ ବହୁତ ପଛରେ ରହିଛି ।

ଏହା ମଧ୍ୟ ପଢନ୍ତୁ:ଜେଲରର ହିଟ୍ ଗୀତ 'କାଭାଲା'ରେ ଠୁମ୍‌କା ଲଗାଇଲେ ଜାପାନ ରାଷ୍ଟ୍ରଦୂତ, ଭିଡିଓ ଭାଇରାଲ

ସୂଚନା ଥାଉ କି, ଜେଲର ହେଉଛି ଏକ ବ୍ୟବସାୟିକ ଆକ୍ସନ୍ ମନୋରଞ୍ଜନ ଆଧାରିତ ଫିଲ୍ମ । ନେଲସନ ଦିଲୀପ କୁମାରଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ । ରଜନୀକାନ୍ତଙ୍କ ସମେତ ଏହି ଫିଲ୍ମରେ ବିନୟକାନ୍, ରାମିଆ କୃଷ୍ଣନ୍, ବସନ୍ତ ରବି, ଏବଂ ତମନ୍ନା ଭାଟ୍ଟିଆ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଶିବ ରାଜକୁମାର, ମାଲାୟାଲମ୍ ଅଭିନେତା ମୋହନଲାଲ ଏବଂ ବଲିଉଡ ଅଭିନେତା ଜ୍ୟାକି ଶ୍ରଫଙ୍କ କେମୋ ରୋଲରେ ନଜର ଆସିଛନ୍ତି । ଅନିରୁଦ୍ଧ ରବିଚାନ୍ଦ ଏହି ଚଳଚ୍ଚିତ୍ର ପାଇଁ ସାଉଣ୍ଡଟ୍ରାକ୍ ତିଆରି କରିଛନ୍ତି ।

ABOUT THE AUTHOR

...view details