ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରଜନୀକାନ୍ତ ଦୀର୍ଘ ଦେଢ଼ ବର୍ଷ ପରେ ବଡ଼ ପରଦାକୁ ଫେରିଛନ୍ତି । ନକଟରେ ରିଲିଜ ହୋଇଥିବା ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଜେଲର’ ବିଶ୍ବର ୪ ହଜାର ସିନେମା ହଲରେ ରିଲିଜ୍ ହୋଇଛି । ଅଗଷ୍ଟ 10ରେ ରିଲିଜ ହୋଇଥିବା ଏହି ଫିଲ୍ମ ଏବେ 250 କୋଟି କ୍ଲବରେ ସାମିଲ ହୋଇଛି । ନେଲସନ ଦିଲୀପ କୁମାରଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସ ରେକର୍ଡ ଭାଙ୍ଗିଛି । ଫିଲ୍ମ ବର୍ତ୍ତମାନ 279.15 କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ଜେଲର କେବଳ ଯେ ଭାରତରେ ନୁହେଁ ବରଂ ବିଦେଶ ବକ୍ସ ଅଫିସରେ ବି ଦମଦାର କଲେକ୍ସନ କରିଛି ।
11 ଦିନରେ ଫିଲ୍ମଟି ବକ୍ସ ଅଫିସରେ 17 କୋଟି ଟଙ୍କା ଆୟ କରିଛି । ଏହି ଫିଲ୍ମଟି ତେଲଗୁ, ତାମିଲ, କନ୍ନଡ଼, ହିନ୍ଦୀ ସମେତ ଆନେକ ଭାଷାରେ ରିଲିଜ ହୋଇଛି । ଫିଲ୍ମ ମନିଟରିଂ ସଂସ୍ଥା ‘ସାକନିଲ୍କ’ ଆକଳନ ଆନୁଯାୟୀ ବିଶ୍ବ ବକ୍ସ ଅଫିସରେ ଫିଲ୍ମ ଭଲ ପ୍ରଦର୍ଶନ କରିଛି । ରିଲିଜ୍ ହେବାର ପ୍ରଥମ ସପ୍ତାହରେ ବିଶ୍ବରେ 400 କୋଟି କଲେକ୍ସନ ସହ ରେକର୍ଡ ସୃଷ୍ଟି କରିଥିଲା । ବର୍ତ୍ତମାନ ରିଲିଜ୍ ହେବାର 11 ଦିନରେ, ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 5ଶହ କୋଟି କ୍ଲବରେ ସାମଲି ହୋଇଛି । ଆଗକୁ ଏହା ଆହୁର କଲେକ୍ସନ କରିବା ନେଇ ଆଶା ପ୍ରକଟ କରିଛି ଫିଲ୍ମ ମନିଟରିଂ ସଂସ୍ଥା ସାକନିଲ୍କ । ସାକନିଲ୍କର ପ୍ରଡକ୍ସନ ଅନୁଯାୟୀ, ରବିବାର ଅର୍ଥାତ 20 ଅଗଷ୍ଟରେ ଜେଲର 20 କୋଟି କଲେକ୍ସନ କରିବାକୁ ଥିବା ବେଳେ ଏହା 17 କୋଟି କରିପାରିଛି । ତେବେ କଲେକ୍ସନର 47% କେବଳ ସାଉର୍ଥ ବେଲ୍ଟରୁ ଅସିଛି । ହିନ୍ଦୀ ଫିଲ୍ମ ଗଦର-2 ଓ OMG-2 ପାଇଁ ଏହାର କଲେକ୍ସନରେ ସାମନ୍ୟ ଫରକ ଦେଖିବାକୁ ମିଳିଛି ।