ଓଡିଶା

odisha

ETV Bharat / entertainment

Jaane Jaan: କରୀନା କପୁରଙ୍କ ଓଟିଟି ଡେବ୍ୟୁ ସିରିଜର ଟାଇଟଲ୍ ଟ୍ରାକ୍ ରିଲିଜ, ନୂଆ ଭର୍ସନରେ ଆସିଲା 'ଜାନେ ଜାନ'

କରୀନା କପୁରଙ୍କ ଫିଲ୍ମ ଜାନେ ଜାନର ଟାଇଟଲ୍ ଟ୍ରାକ୍ ରିଲିଜ୍ ହୋଇଛି । ଏହି ଫିଲ୍ମ ଚଳିତ ବର୍ଷ ସେପ୍ଟେମ୍ବର 21ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ କରୀନା କପୁର ଏବଂ ବିଜୟ ବର୍ମା ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ । ଅଧିକ ପଢନ୍ତୁ

କରୀନା କପୁରଙ୍କ ଓଟିଟି ଡେବ୍ୟୁ ସିରିଜର ଟାଇଟଲ୍ ଟ୍ରାକ୍ ରିଲିଜ, ନୂଆ ଭର୍ସନରେ ଆସିଲା 'ଜାନେ ଜାନ'
କରୀନା କପୁରଙ୍କ ଓଟିଟି ଡେବ୍ୟୁ ସିରିଜର ଟାଇଟଲ୍ ଟ୍ରାକ୍ ରିଲିଜ, ନୂଆ ଭର୍ସନରେ ଆସିଲା 'ଜାନେ ଜାନ'

By ETV Bharat Odisha Team

Published : Sep 12, 2023, 6:39 AM IST

ହାଇଦ୍ରାବାଦ:ଚଳଚ୍ଚିତ୍ର ନିର୍ମାତା ସୁଜୟ ଘୋଷ ତାଙ୍କ ଫିଲ୍ମ "ଜାନେ ଜାନ" ରିଲିଜ ପାଇଁ ପ୍ରସ୍ତୁତ ଅଛନ୍ତି । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ଟାଇଟଲ ଟ୍ରାକ୍ ରିଲିଜ କରିଛନ୍ତି। ସୋସିଆଲ ମିଡିଆରେ ଗୀତ ରିଲିଜ ହେବା ମାତ୍ରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

ଫିଲ୍ମ "ଜାନେ ଜାନ"ର ଟାଇଟଲ ଟ୍ରାକ ଗୀତରେ କରୀନା କପୁର ଏବଂ ବିଜୟ ବର୍ମା ଏକାଠି ନଜର ଆସିଛନ୍ତି । ନେହା କକ୍କର ଏହି ଗୀତର କଣ୍ଠଦାନ କରିଛନ୍ତି । ଏହି ଗୀତଟି 1969 ଚଳଚ୍ଚିତ୍ର 'ଇନ୍ତେକାମ'ର "ଜାନେ ଜାନ" ଗୀତର ରିମେକ୍ ଅଟେ । ଯାହା ସ୍ବର୍ଗତ ଲତା ମଙ୍ଗେଶକର ଗାଇଥିଲେ । ଗୀତ 'ଜାନେ ଜାନ'କୁ ଲକ୍ଷ୍ମୀକାନ୍ତ ପ୍ୟାରେ ଲାଲ ଲେଖିଛନ୍ତି ଏବଂ ରାଜେନ୍ଦ୍ର କୃଷ୍ଣ ରଚନା କରିଛନ୍ତି । କରୀନା କପୁରଙ୍କ ଫିଲ୍ମ ପାଇଁ ସଚିନ୍-ଜିଗର ଏହାକୁ ରିମେକ୍ କରିଛନ୍ତି ଏବଂ ଯାହାକୁ ନେହା କକ୍କର ଗାଇଛନ୍ତି । ସେୟାର ହୋଇଥିବା ଗୀତର ବିଷୟବସ୍ତୁକୁ ଡିସ୍କୋ ସହ ସମାନ ରଖାଯାଇଛି । ଏଥିସହ ଫିଲ୍ମର କିଛି ସିନ୍ ମଧ୍ୟ ଏଥିରେ ଦେଖିବାକୁ ମିଳୁଛି ।

ଫିଲ୍ମ 'ଜାନେ ଜାନ୍‌'କୁ ସୁଜୟ ଘୋଷ ନିର୍ଦ୍ଦେଶନା ଦେଇଥିବା ବେଳେ ନିର୍ମାତା ହେଉଛନ୍ତି ଏକତା କପୁର ଏବଂ ଶୋଭା କପୁର । ଏହି ଫିଲ୍ମ 21 ସେପ୍ଟେମ୍ବରରେ କରୀନା କପୁର ଖାନଙ୍କ ଜନ୍ମଦିନରେ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେବ । ଏହି ଫିଲ୍ମ ସହ ଓଟିଟିରେ ଏଣ୍ଟ୍ରି କରିବେ ବେବୋ । ଏହି ଚଳଚ୍ଚିତ୍ରରେ କରୀନା ଖାନଙ୍କ ସହ ଅଭିନେତା ବିଜୟ ବର୍ମା ଏବଂ ଜୟଦୀପ ଅହଲବତ ପ୍ରଥମ ଥର ପାଇଂ ସ୍କ୍ରିନ୍‌ ସେୟାର କରିବେ । ପୂର୍ବରୁ ଫିଲ୍ମର ପୋଷ୍ଟର ଏବଂ ଟିଜର, ଟ୍ରେଲର ରିଲିଜ ହୋଇଛି । ଏହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥବା ବେଳେ ସିରିଜକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:'ଜାନେ ଜାନ' ପାଇଁ କରୀନାଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ ସୈଫ, କହିଥିଲେ ଏମିତି କଥା...

ଜାନେ ଜାନର କାହାଣୀ କହିବାକୁ ଗଲେ, ଏହା ଏକ ମର୍ଡର ମିଷ୍ଟ୍ରି ଫିଲ୍ମ ଅଟେ । ଯେଉଁଥିରେ କରୀନା କପୁର ଖାନ୍‌ ସିଙ୍ଗଲ ମଦର ଭୂମିକାରେ ନଜର ଆସିଛନ୍ତି । ଏବଂ ଏକ ହତ୍ୟା ମାମଲାରେ ତାଙ୍କୁ ନେଇ ସନ୍ଦେହ କରାଯାଉଛି । ଫିଲ୍ମରେ ଜୟଦୀପ ଅହଲବତ ଜଣେ ଶିକ୍ଷକ ଭୂମିକାରେ ଏବଂ ବିଜୟ ବର୍ମା ଧର୍ମେନ୍ଦ୍ରଙ୍କ ଚରିତ୍ର ସହ ଏକ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିବେ । ତେବେ କରୀନାଙ୍କ ରହସ୍ୟର ପର୍ଦ୍ଦାଫାସ ହେଉଛି କି ନାହିଁ ତାହା କେବଳ ଫିଲ୍ମ ଦେଖିବା ପରେ ଜଣାପଡ଼ିବ ।

ABOUT THE AUTHOR

...view details