ଓଡିଶା

odisha

ETV Bharat / entertainment

Jaane Jaan Trailer: କରୀନାଙ୍କ ନୂଆ ପୋଷ୍ଟର ଜାରି, ଏହି ଦିନ ରିଲିଜ ହେବ ଟ୍ରେଲର - ଓଟିଟିରେ କରୀନା କପୁର

ନେଟଫ୍ଲିକ୍ସ 'ଜାନେ ଜାନ' ଫିଲ୍ମରୁ କରୀନାଙ୍କ ଏକ ନୂଆ ପୋଷ୍ଟର ସେୟାର କରିଛି । ଫଟୋରେ କରୀନା ଏକ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

କରୀନା କପୁର
କରୀନା କପୁର

By ETV Bharat Odisha Team

Published : Sep 2, 2023, 9:17 PM IST

ହାଇଦ୍ରାବାଦ: ଅଭିନେତ୍ରୀ କରୀନା କପୁର ଖୁବ୍ ଶୀଘ୍ର ଫିଲ୍ମ 'ଜାନେ ଜାନ' ମାଧ୍ୟମରେ OTT ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି। ଅତୀତରେ ଏହି ଚଳଚ୍ଚିତ୍ରରୁ ବେବୋଙ୍କର ପ୍ରଥମ ଲୁକ୍ ମୁକ୍ତିଲାଭ କରିଥିଲା ​। ଆଜି ଆଉ ଏକ ପୋଷ୍ଟର ରିଲିଜ୍ ହୋଇଛି। ଏହା ସହିତ ଫିଲ୍ମର ଟ୍ରେଲର ଲଞ୍ଚ ତାରିଖ ମଧ୍ୟ ଘୋଷଣା କରାଯାଇଛି। ସୁଜୋ ଘୋଷଙ୍କ ନିର୍ଦ୍ଦେଶିତ କରୀନାଙ୍କ ଏହି ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।

ପୋଷ୍ଟର ସେୟାର କରିଛି ନେଟଫ୍ଲିକ୍ସ

ନେଟଫ୍ଲିକ୍ସ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ କରୀନାଙ୍କ ନୂଆ ପୋଷ୍ଟର ସେୟାର କରିଛି। ଫଟୋରେ କରୀନା ଏକ ଗମ୍ଭୀର ଏବଂ ଆକ୍ରମଣାତ୍ମକ ପୋଜରେ ନଜର ଆସିଛନ୍ତି । ପୋଷ୍ଟର ସହିତ ଥିବା କ୍ୟାପସନ୍ ହେଉଛି, 'ସବୁଆଡେ ରୋମାଞ୍ଚ ଅଛି । ଆଉ ତିନି ଦିନର ଅପେକ୍ଷା... ତା’ପରେ ଟ୍ରେଲର ଆପଣଙ୍କ ପାଖରେ ପହଞ୍ଚିବାକୁ ଯାଉଛି । ଉଲ୍ଲେଖନୀୟ ଯେ, 'ଜାନେ ଜାନ'ର ଟ୍ରେଲର 5 ସେପ୍ଟେମ୍ବର 2023 ରେ ଲଞ୍ଚ ହେବାକୁ ଯାଉଛି।

ଏହା ମଧ୍ୟ ପଢନ୍ତୁ: କରୀନାଙ୍କ OTT ଡେବ୍ୟୁ: ଫିଲ୍ମ 'ଜାନେ ଜାନ୍‌'ର ଟିଜର ଆଉଟ୍‌, ମାଆ ଭୂମିକାରେ ଆସିବେ ନଜର

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଜୟଦୀପ ଅହଲବତ ମଧ୍ୟ ନଜର ଆସିବେ। ଏବେ ଏହି ଚଳଚ୍ଚିତ୍ରର ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ଜୟ ଶେଭକ୍ରମଣି, ଅକ୍ଷୟ ପୁରୀ ଏବଂ ଥୋମାସ୍ କିମ। ତେବେ ଏହି ସିରିଜକୁ ନେଇ କରୀନା କପୁର ବହୁତ ଉତ୍ସାହିତ ଅଛନ୍ତି । ଏକ ବିବୃତ୍ତି ସେ କହିଛନ୍ତି, 23 ବର୍ଷ ପରେ ଏହା ଏକ ନୂଆ ଲଞ୍ଚ ଭଳି ଲାଗୁଛି। ଏହି ନେଟଫ୍ଲିକ୍ସ ପ୍ରୋଜେକ୍ଟର ଏକ ଅଂଶ ହୋଇ ମୁଁ ବହୁତ ଉତ୍ସାହିତ । ମୁଁ ଏହି ଚଳଚ୍ଚିତ୍ରରେ ମୋର ଯେଉଁ ଭୂମିକା ଅଛି, ଏହା ପୂର୍ବରୁ କେବେ କରିନଥିଲି । ମୁଁ ଉତ୍ସାହର ସହିତ ଦର୍ଶକଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛି । ଏହି ଚଳଚ୍ଚିତ୍ରଟି 21 ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ।

ମାଆ ଭୂମିକାରେ ନଜର ଆସିବେ

କରୀନା ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ସୁଜୟ ଘୋଷ ତାଙ୍କର ଆଗାମୀ ଚଳଚ୍ଚିତ୍ର ସମ୍ପର୍କରେ କହିଛନ୍ତି, " 'ଜାନେ ଜାନ୍‌' ଏକ ପୁସ୍ତକ ଉପରେ ଆଧାରିତ । ଯାହାକି ଜୀବନ ବ୍ୟାପୀ ପ୍ରେମ କାହାଣୀ ଉପରେ ଆଧାରିତ । ଯେଉଁ ଦିନଠାରୁ ମୁଁ 'ଦ ଡିଭୋସନ୍‌ ଅଫ୍‌ ସସ୍‌ପେକ୍ଟ ଏକ୍ସ' ପଢିଲି । ମୁଁ ଏହାକୁ ଏକ ଫିଲ୍ମର ରୂପ ଦେବାକୁ ଚାହୁଁଥିଲି । ଏହା ମୋର ବର୍ତ୍ତମାନ ସୁଦ୍ଧା ପଢିଥିବା ସବୁଠୁ ଅଦ୍ଭୁତ ପ୍ରେମ କାହାଣୀ ଥିଲା ଏବଂ ଆଜି କରୀନା, ଜୟଦୀପ ଏବଂ ବିଜୟଙ୍କୁ ଯୋଗୁଁ ଏହା ପରଦାରେ ଜୀବନ୍ତ ହୋଇଛି ।"

ABOUT THE AUTHOR

...view details