ଓଡିଶା

odisha

ETV Bharat / entertainment

Ranveer Singh Bday: 38ବର୍ଷରେ ରଣଭୀର, ସ୍ପେଶାଲ ଫୋଷ୍ଟ ସେୟାର କଲେ କରଣ ଜୋହର - କରଣ ଜୋହର

ଆଜି ରଣଭୀର ସିଂ ତାଙ୍କ 38 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ରକି ଔର ରାନୀକି ପ୍ରେମ କାହାନୀର ନିର୍ଦ୍ଦେଶକ କରଣ ଜୋହର ସ୍ପେଶାଲ ପୋଷ୍ଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢନ୍ତୁ...

38ବର୍ଷରେ ରଣଭୀର, ସ୍ପେଶାଲ ଫୋଷ୍ଟ ସେୟାର କରି ଶୁଭେଚ୍ଛା ଜଣାଇଲେ କରଣ ଜୋହର
38ବର୍ଷରେ ରଣଭୀର, ସ୍ପେଶାଲ ଫୋଷ୍ଟ ସେୟାର କରି ଶୁଭେଚ୍ଛା ଜଣାଇଲେ କରଣ ଜୋହର

By

Published : Jul 6, 2023, 5:37 PM IST

ହାଇଦ୍ରାବାଦ: ବଲିଉଡ ଅଲରାଉଣ୍ଡର ଅଭିନେତା ରଣଭୀର ସିଂଙ୍କ ଆଜି 38ତମ ଜନ୍ମଦିନ। ରଣଭୀର ସିଂ 2010 ମସିହାରେ ଫିଲ୍ମ 'ବ୍ୟାଣ୍ଡ ବାଜା ବାରାତ'ରୁ ତାଙ୍କର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ବର୍ତ୍ତମାନ ରଣଭୀର ସଫଳତାର ସହ ବଲିଉଡର ଶ୍ରେଷ୍ଠ ଅଭିନେତା ତାଲିକାରେ ସାମିଲ ହୋଇପାରିଛନ୍ତି। ତେବେ ଆଜି ତାଙ୍କ ଜନ୍ମଦିନରେ ଉଭୟ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ରଣଭୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ବିଶେଷ ଅବସରରେ ରଣଭୀର ସିଂଙ୍କ ଆଗାମୀ ଫିଲ୍ମର ନିର୍ଦ୍ଦେଶକ କରଣ ଜୋହର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ସ୍ପେଶାଲ ପୋଷ୍ଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ନିଜ ଇନଷ୍ଟାଗ୍ରାମରେ କରଣ ଜୋହର ରକି ଔର ରାନୀକି ପ୍ରେମ କାହାନୀର ସେଟରୁ କିଛି ଫଟୋ ସେୟାର କରିଛନ୍ତି। ଯାହା ଫିଲ୍ମ ସୁଟିଂର ଅଫସ୍କ୍ରିନ ସମୟର ଅଟେ। ତେବେ ଏହି ଫଟୋ ସେୟାର କରି ସେ ରଣଭୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରଣ କ୍ୟାପସନରେ ଲେଖିଛନ୍ତି, ଆଜି ରକିଙ୍କ ଦିନ, ଜନ୍ମଦିନର ଶୁଭେଚ୍ଛା, ରକି ଔର ରାନୀଙ୍କ ପ୍ରେମ କାହାନୀକୁ ତୁମର ଭଲପାଇବା ଦେଇଥିବାରୁ ଧନ୍ୟବାଦ।

ଏହା ମଧ୍ୟ ପଢନ୍ତୁ: ଆଲିଆ ଏବଂ ରଣଭୀରଙ୍କ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ'ର ଟ୍ରେଲର ରିଲିଜ

ପ୍ରଥମ ଫଟୋଟି ହେଉଛି ଗୀତ ସୁଟିଂ ସମୟର, ଯେଉଁଥିରେ କରଣ ଏବଂ ରଣଭୀର ଏକାଠି ଅଛନ୍ତି । ଦ୍ୱିତୀୟ ଫଟୋରେ ରଣଭୀର ସିଂ କରଣଙ୍କ ସାମ୍ନାରେ ଠିଆ ହୋଇଛନ୍ତି । ତୃତୀୟ ଫଟୋରେ ରଣଭୀର ସିଂ କରଣ ଜୋହରଙ୍କୁ ଆଲିଙ୍ଗନ କରୁଛନ୍ତି, ଏହି ସମୟରେ ରାନୀ ଅର୍ଥାତ୍ ଆଲିଆ ତାଙ୍କ ଫଟୋ ଉଠାଉଛନ୍ତି। ଚତୁର୍ଥ ଫଟୋ ସକାଳର ସେଟ୍ ପରି ମନେହୁଏ, ଯେଉଁଥିରେ ରଣଭୀର ଏବଂ କରଣଙ୍କ ଲୁକ ଦେଖିବାକୁ ମିଳିଛି। ପଞ୍ଚମ ଫଟୋରେ କରଣ ଏବଂ ରଣଭୀରଙ୍କୁ ଷ୍ଟାଇଲିସ ଏବଂ ସ୍ବାଗରେ ଦେଖିବାକୁ ମିଳିଛି। ଶେଷ ଫଟୋରେ କାଶ୍ମୀର ସୁଟ ସମୟରେ କରଣ ଏବଂ ରଣଭୀର କଥା ହେଉଥିବା ନଜର ଆସିଛନ୍ତି।

ତେବେ ରଣଭୀର ଖୁବଶୀଘ୍ର କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ରକି ଔର ରାନୀକି ପ୍ରେମ କାହାନୀ ସହ ବକ୍ସ ଅଫିସରେ ଧମାକା କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଆଲିଆ ଭଟ୍ଟ ରଣଭୀରଙ୍କ ବିପକ୍ଷରେ ନଜର ଆସିବେ। ଫିଲ୍ମ ଗଲି ବୟ ପରେ ଆଲିଆ ଏବଂ ରଣଭୀର ପୁଣି ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଜୁଲାଇ 4ରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଯାହା ଦର୍ଶକ ବେଶ ପସନ୍ଦ କରିଛନ୍ତି। ଏଥିସହ ଫିଲ୍ମରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମୀ ମଧ୍ୟ ନଜର ଆସିବେ । ଏହି ଚଳଚ୍ଚିତ୍ର ହିନ୍ଦୀ ସିନେମାର ପ୍ରଥମ ଚଳଚ୍ଚିତ୍ର, ଯାହା ଦିଲ୍ଲୀ ଏବଂ କାଶ୍ମୀର ସମେତ ଦେଶର ଅଧିକାଂଶ ସହରରେ ସୁଟିଂ କରାଯାଇଛି । ଫିଲ୍ମଟି ଜୁଲାଇ 28ରେ ରିଲିଜ କରିବ ।

ABOUT THE AUTHOR

...view details