ଓଡିଶା

odisha

By ETV Bharat Odisha Team

Published : Nov 23, 2023, 3:53 PM IST

ETV Bharat / entertainment

ଡିପଫେକ୍ ଉପରେ ଲାଗିବ ରୋକ, ଆସୁଛି ନୂଆ ନିୟମ

ଡିପଫେକ ଭିଡିଓ ମାମଲା ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଏନେଇ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି ଏହା ଏକ ବିରାଟ ସାମାଜିକ ବିପଦ ଭାବରେ ସାମ୍ନାକୁ ଆସିଛି । ଡିପଫେକ ପାଇଁ ଲାଗୁ ହେବ ନୂଆ ନିୟମ ଏବଂ କ୍ରିଏଟର ଏବଂ ପ୍ଲାଟଫର୍ମ ଉପରେ ଜରିମାନା ଲାଗୁ ହେବ । ଅଧିକ ପଢନ୍ତୁ

ଡିପଫେକ ଉପରେ ସରକାର ଆଣିବେ ନୂଆ ନିୟମ, କ୍ରିଏଟର ଏବଂ ପ୍ଲାଟଫର୍ମ ଉପରେ ଲାଗିବ ଜରିମାନା
ଡିପଫେକ ଉପରେ ସରକାର ଆଣିବେ ନୂଆ ନିୟମ, କ୍ରିଏଟର ଏବଂ ପ୍ଲାଟଫର୍ମ ଉପରେ ଲାଗିବ ଜରିମାନା

ଡିପଫେକ ଉପରେ ସରକାର ଆଣିବେ ନୂଆ ନିୟମ

ନୂଆଦିଲ୍ଲୀ: ଆଉ ଚାଲିବନି ମନମାନି । ଡିପଫେକ ଭିଡିଓ ଉପରେ ଲାଗିବ ଅଙ୍କୁଶ । ନୂଆ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୋସିଆଲ୍ ମିଡିଆ କମ୍ପାନୀ ଏବଂ ଏହି ସମସ୍ୟା ସହ ଜଡିତ ସମସ୍ତ କମ୍ପାନୀ ସହ ଏକ ବୈଠକ କରିଛନ୍ତି । ଡିପଫେକ ଭିଡିଓକୁ ଆଇଟି ମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ନୂଆ ନିୟମ ଆଣିବା ନେଇ ସୂଚନା ଦେଇଛନ୍ତି । ଏହି ବୈଠକରେ ସେହି କମ୍ପାନୀ ଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରେ ଏପରି ଉପକରଣ ଅଛି ଯାହା ସହିତ AI ଉତ୍ପାଦିତ ଭିଡିଓ, ଫଟୋ କିମ୍ବା ଅଡିଓ ପ୍ରସ୍ତୁତ ।

ଏହି ଚାରୋଟି ପଏଣ୍ଟ ଉପରେ ସରକାର କାର୍ଯ୍ୟ କରିବେ

ଏହି ବୈଠକ ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସମସ୍ତ ସୋସିଆଲ ମିଡିଆର ପ୍ରତିନିଧୀମାନେ ଏହି ସଭାରେ ଯୋଗ ଦେଇଥିଲେ । ସମସ୍ତେ ସହମତ ହୋଇଥିଲେ ଯେ ଡିପଫେକ 'Freedom OF Expression' ନୁହେଁ । ସମସ୍ତେ ସହମତ ହୋଇଥିଲେ ଯେ ଡିପଫେକ ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି ଯେ ଆଜି ଏହି ଡିପଫେକ ସମସ୍ୟା ବଡ ସାମାଜିକ ବିପଦ ଭାବେ ଛିଡା ହୋଇଛି । ଡିପଫେକ ଉପରେ ଆମ ସମସ୍ତଙ୍କୁ ଚାରୋଟି ଜିନିଷ ଉପରେ ଏକାଠି କାମ କରିବାକୁ ପଡିବ ।

  1. ଡିପଫେକକୁ କିପରି ଯାଞ୍ଚ କରିବେ, କିପରି ଜାଣିବେ ଯେ ଏହା ଡିପଫେକ ଅଟେ
  2. ଏହାକୁ କିପରି ରୋକାଯାଇପାରିବ, ଏହାକୁ କିପରି ଭାଇରାଲ ହେବା ବନ୍ଦ କରିବ
  3. ଡିପଫେ କଗୁଡିକ କିପରି ରିପୋର୍ଟ କରିବେ ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ
  4. ସଚେତନତା ବୃଦ୍ଧି ପାଇଁ ସରକାର ଏବଂ ଇଣ୍ଡଷ୍ଟ୍ରି ମିଳିତ ଭାବେ କାର୍ଯ୍ୟ କରିବେ
  • ବୈଠକରେ ଜଡିତ କମ୍ପାନୀ ଏବଂ ବିଶେଷଜ୍ଞମାନେ ଏହି ଚାରିଟି ପଏଣ୍ଟ ଉପରେ ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହମତ ହୋଇଛନ୍ତି ।

ସରକାର ଡିପଫେକ ଉପରେ ନୂଆ ନିୟମ ଆଣିବେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି କି, ଡିପଫେକକୁ ରୋକିବା ପାଇଁ ଏକ ନୂତନ ନିୟମ ଆବଶ୍ୟକ । ସରକାର ଏହା ଉପରେ ଆକ୍ସନ ମୋଡରେ ରହିଛନ୍ତି । ଆସନ୍ତା କିଛି ସପ୍ତାହ ମଧ୍ୟରେ ନିୟମାବଳୀ ପ୍ରସ୍ତୁତ କରିବା କାର୍ଯ୍ୟ ଶେଷ କରିବାକୁ ଉଦ୍ୟମ କରାଯିବ । ଡିସେମ୍ବର ପ୍ରଥମ ସପ୍ତାହରେ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ଆଉ ଏକ ବୈଠକ ହେବ ଯାହା ଆଜି ନିଆଯାଇଥିବା ନିଷ୍ପତ୍ତି ଉପରେ କମ୍ପାନୀଗୁଡିକ କ’ଣ ପଦକ୍ଷେପ ନେଇଛନ୍ତି ତାହା ଦେଖାଯିବ । ଯାହା ଦ୍ବାରା ଆମର ଡ୍ରାଫ୍ଟ ନିୟମରେ କ’ଣ ଅନ୍ତର୍ଭୂକ୍ତ କରାଯାଇପାରିବ ତାହା ସ୍ଥିର ହୋଇପାରିବ ।

ଅଶ୍ୱିନୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ଲେବେଲିଂ ଏବଂ ୱାଟର ମାର୍କ ସମ୍ବନ୍ଧରେ ଡିପଫେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ସମସ୍ତେ ସହମତ ହୋଇଥିଲେ ଯେ ଏହା କରିବାକୁ ହେବ । ବାସ୍ତବରେ ଅନେକ ଲୋକ ଲେବଲ୍ ଏବଂ ୱାଟର ମାର୍କିଂର ସମାଧାନ ମଧ୍ୟ ପାଇଛନ୍ତି । ଏହି ବିଷୟରେ ବିଶେଷଜ୍ଞଙ୍କ ସହ ବୈଷୟିକ ଆଲୋଚନା ମଧ୍ୟ ହୋଇଛି । ପ୍ଲାଟଫର୍ମ ଗୁଡିକ କହିଛନ୍ତି ଯେ ସେମାନେ ୱାଟର ମାର୍କିଂ ଏବଂ ଲେବଲ୍ ପାଇଁ ପ୍ରସ୍ତୁତ, କିନ୍ତୁ ଅଧିକ କାର୍ଯ୍ୟ କରିବାକୁ ପଡିବ, ସେପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକ ରହିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଡିପଫେକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଦଣ୍ଡବିଧାନ ଉପରେ ମଧ୍ୟ ବିଚାର କରାଯାଇଛି

ଏନେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆମେ ପ୍ରସ୍ତୁତ କରୁଥିବା ନିୟମରେ ଦଣ୍ଡବିଧାନ ପାଇଁ ମଧ୍ୟ ବ୍ୟବସ୍ଥା ରହିବ । ଏହି ଡିପଫେକ ସୃଷ୍ଟି କରିଥିବା ଏବଂ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ଉପରେ ଏହି ଜରିମାନା ଲାଗୁ କରାଯିବ ଏବଂ ଏହି ଜରିମାନା ପ୍ଲାଟଫର୍ମରେ ମଧ୍ୟ ଲାଗୁ କରାଯିବ ।

ଏହା ମଧ୍ୟ ପଢନ୍ତୁ:ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସରକାରଙ୍କ ନୋଟିସ, ଡିପଫେକ୍‌ ନହଟାଇଲେ ମିଳିବନି ସେଫ ହର୍ବର ଅଧିନିୟମ ସଂରକ୍ଷଣ

ସୂଚନା ଅନୁସାରେ, ସୋସିଆଲ ମିଡିଆରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ, କାଜୋଲ, ଷ୍ଟାର କ୍ରିକେଟର ଶୁଭମନ ଗିଲ ଏବଂ ସଚିନଲ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏହାର ଶିକାର ହୋଇଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ତାଙ୍କୁ ଗରବା କରୁଥିବା ଦେଖାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଏଭଳି ଡିପଫେକ ଭିଡିଓ ଉପରେ ଉଗବେଗ ପ୍ରକାଶ କରିଥିଲେ। ବୁଧବାର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ପର୍କରେ ଏକ ଟୁଇଟ୍ କରି କହିଥିଲେ ଯେ ଆମେ ଚାହୁଁ ଯେ AI ଲୋକଙ୍କ ନିକଟରେ ପହଞ୍ଚୁ ଏବଂ ଏହା ସମାଜ ପାଇଁ ନିରାପଦ ହେବା ଉଚିତ୍ ।

ABOUT THE AUTHOR

...view details