ହାଇଦ୍ରାବାଦ:କଫି ୱିଥ୍ କରଣ ଶୋ' ର ଅଷ୍ଟମ ସିଜିନର ଏପିସୋଡ୍-3ରେ ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ୍ ଏବଂ ଅନନ୍ୟା ପାଣ୍ଡେ ଯୋଗ ଦେଇଛନ୍ତି । ଏହି ସମୟରେ ସାରା ନିଜ ରୁମର ବୟଫ୍ରେଣ୍ଡଙ୍କ ସହ ଡେଟିଂ ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଭାରତୀୟ ଷ୍ଟାର କ୍ରିକେଟର ଶୁଭମନ ଗିଲ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ତାଙ୍କ ଡେଟିଂ ଖବର ଉପରେ ମୁହଁ ଖୋଲିଛନ୍ତି । ଶୁଭମନ ଗିଲଙ୍କ ନାଁ ଯେଉଁ ସାରା ସହ ଯୋଡ଼ା ଯାଉଛି ସେହି ସାରା ନୁହଁ କହିଥିବା ବେଳେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ତାଙ୍କ ବ୍ରେକଅପ୍ ଏବଂ ବ୍ରେକଅପ ପରେ ବନ୍ଧୁତା ନେଇ ପ୍ରତିକ୍ରିୟା ଦେଇଛନ୍ତି ସାରା । ସେ କହିଛନ୍ତି, ଏସବୁ ମୋ ପାଇଁ ସହଜ ନଥିଲା ।
କରଣ ଜୋହରଙ୍କ ପ୍ରଶ୍ନରେ ସେ ଡେଟ୍ କରିଥିବା ବ୍ୟକ୍ତିଙ୍କ ସହ ବନ୍ଧୁତା ବଜାୟ ରଖିବା ସହଜ କି ନୁହେଁ ବୋଲି ସାରାଙ୍କୁ ପଚାରିଥିଲେ । ଏହି ସମୟରେ ସାରା ଅଲି ଖାନ କହିଛନ୍ତି, 'ମୁଁ ଏହା କହିବାକୁ ଚାହେଁ ନାହିଁ ଯେ ଏହା ସବୁ ସହଜ, କାରଣ ସେତେବେଳେ ଏହା ବହୁଜ ଅଜବ ଲାଗିଥାଏ । ଏହା ସର୍ବଦା ସହଜ ନୁହେଁ । ଯେତେବେଳେ ତୁମେ କାହା ସହ ଜଡିତ ହୁଅ ସେ ସାଙ୍ଗ ହେଉ ବା ବୃତ୍ତିଗତ ହେଉ ଅବା ରୋମାଣ୍ଟିକ ସ୍ତରରେ ହେଉ । ବିଶେଷତଃ ଯଦି ମୋ କଥା କୁହାଯିବ ମୁଁ ଅଧିକ ଘନିଷ୍ଠ ହୋଇଯାଇଥାଏ ।'
ସାରା ଆହୁରି କହିଛନ୍ତି, 'ଏହା ସେପରି ନୁହେଁ, ପ୍ରକୃତରେ କିଛି ଗୁରୁତ୍ବ ନାହିଁ, ଆଜି ଏବଂ ଆସନ୍ତାକାଲି ଯାହା ଘଟେ । ଏହା ଆପଣଙ୍କୁ ପ୍ରଭାବିତ କରେ । ଏବଂ ପରିଶେଷରେ ଆପଣଙ୍କୁ ସେ ସବୁଥିରୁ ଆଗକୁ ବଢ଼ିବାକୁ ପଡ଼ିବ । ସାରା ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ କେହି ଜଣେ ତୁମର ଚିରଦିନ ବନ୍ଧୁ ହୋଇ ରହିବ କିମ୍ବା ତୁମେ କାହା ସହିତ କଥାବାର୍ତ୍ତା କରିବ ନାହିଁ ଏହା କହିବା ବୁଦ୍ଧିମତା ନୁହେଁ । ମୋ ଅଭିଜ୍ଞତା ଅନୁଯାୟୀ, ସ୍ଥାୟୀ ବନ୍ଧୁତା, ପ୍ରତିଶୃତିବଦ୍ଧତା ହେବା ଏପରି କି ମୁଁ ଆଉ ଆପଣଙ୍କ ସହ ଆଉ କଥାବାର୍ତ୍ତା କରିବି ନାହିଁ । ଏଭଳି ମନୋଭାବ ସବୁବେଳେ ରୁହେନାହିଁ ।'