ଓଡିଶା

odisha

ETV Bharat / entertainment

Pippa Teaser Release, ଇଶାନଙ୍କ ଫିଲ୍ମରେ 1971 ଭାରତ ପାକିସ୍ଥାନ ଯୁଦ୍ଧର ଝଲକ - ଚଳଚ୍ଚିତ୍ର ପିପ୍ପା

ଅଭିନେତା ଇଶାନ ଖଟ୍ଟର ଏବଂ ମୃଣାଳ ଠାକୁରଙ୍କ ଚଳଚ୍ଚିତ୍ର ପିପ୍ପାର ଟିଜର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ର 2 ଡିସେମ୍ବର 2022 ରେ ରିଲିଜ୍‌ ହେବ । ଅଧିକ ପଢନ୍ତୁ

ଇଶାନ ଖଟ୍ଟରଙ୍କ ଫିଲ୍ମରେ ଭାରତ ପାକିସ୍ଥାନ ଯୁଦ୍ଧର ଝଲକ
ଇଶାନ ଖଟ୍ଟରଙ୍କ ଫିଲ୍ମରେ ଭାରତ ପାକିସ୍ଥାନ ଯୁଦ୍ଧର ଝଲକ

By

Published : Aug 15, 2022, 5:48 PM IST

ହାଇଦ୍ରାବାଦ: ଆଜି 76ତମ ସ୍ବାଧୀନତା ଦିବସ ପାଳନ କରୁଛି ଦେଶ । ଦେଶବାସୀଙ୍କ ପାଇଁ ଏହା ଐତିହାସିକ ଓ ସଂକଳ୍ପର ଦିନ । ସବୁଠି ଫର୍‌ ଫର୍‌ ହୋଇ ଉଡୁଛି ତ୍ରିରଙ୍ଗା । ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବମୁଖର । ସ୍ୱାଧୀନତା ଦିବସର ଏହି ଖାସ୍‌ ଅବସରରେ ରୋମାଣ୍ଟିକ ଚଳଚ୍ଚିତ୍ର ଧଡକ ସହିତ ବଲିଉଡ ଇଣ୍ତଷ୍ଟ୍ରିରେ ଏଣ୍ଟ୍ରି କରିଥିବା ଅଭିନେତା ଇଶାନ ଖଟ୍ଟର ଏବଂ ମୃଣାଳ ଠାକୁରଙ୍କ ଚଳଚ୍ଚିତ୍ର 'ପିପ୍ପା'ର ଟିଜର ରିଲିଜ ହୋଇଛି।

ଏହି ଟିଜରକୁ ଚଳଚ୍ଚିତ୍ରର ମୁଖ୍ୟ କଳାକାର ମୃଣାଳ ଠାକୁର ଏବଂ ଇଶାନ ଖଟ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି । 1 ମିନିଟ୍ 7 ସେକେଣ୍ଡର ଏହି ଭିଡିଓରେ, 1971 ଯୁଦ୍ଧର ଝଲକ ଦେଖିବାକୁ ମିଳୁଛି । ଭିଡିଓରେ ପୂରା ଦେଶ ରେଡିଓରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କଥା ଶୁଣୁଥିବାର ନଜର ଆସିଛନ୍ତି। ଭିଡିଓରେ ପ୍ରଧାନମନ୍ତ୍ରୀ କହୁଛନ୍ତି କି, 'କିଛି ଘଣ୍ଟା ପୂର୍ବରୁ ପାକିସ୍ତାନ ଭାରତୀୟ ଏୟାରଫିଲ୍ଡରେ ଏୟାର ଷ୍ଟ୍ରାଇକ କରିଛି । ମୁଁ, ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପାକିସ୍ତାନ ସହ ଯୁଦ୍ଧ ଘୋଷଣା କରୁଛି । ଜୟ ହିନ୍ଦ...।

ଏହି ସମୟରେ ଟିଜରରେ ମୃଣାଳ ଠାକୁର ଏବଂ ଇଶାନ ଖଟ୍ଟରଙ୍କ କିଛି ଦୃଶ୍ୟ ଦେଖିବାକୁ ମିଳୁଛି। ଭିଡିଓରେ ଇଶାନ ଯୁଦ୍ଧକ୍ଷେତ୍ରରେ ନଜର ଆସିଛନ୍ତି । ଟିଜରରେ ଅଭିନେତାଙ୍କୁ ଦେଖିଲେ ଲାଗୁଛି ଯେ, ତାଙ୍କ ଭୂମିକା ବହୁତ ଦମଦାର ହେବାକୁ ଯାଉଛି । ଟିଜର ଭିଡିଓ ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ଇଶାନ ଖଟ୍ଟରଙ୍କ ଏହି ଚଳଚ୍ଚିତ୍ର 2 ଡିସେମ୍ବର 2022 ରେ ରିଲିଜ୍‌ ହୋଇପାରେ ।

ଏହି ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ 'ପିପ୍ପା' ଏକ ଓ୍ବାର ଫିଲ୍ମ । 'ଏୟାରଲିଫ୍ଟ'ର ନିର୍ମାତା ରାଜା କୃଷ୍ଣ ମେନନଙ୍କ ନିର୍ଦ୍ଦେଶିତ 'ପିପ୍ପା' ଚଳଚ୍ଚିତ୍ରରେ ଇଶାନ ବ୍ରିଗେଡିୟର ବଳରାମ ସିଂ ମେହେତାଙ୍କ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମ ବ୍ରିଗେଡିୟର୍ ବଳରାମ ସିଂ ମେହେତାଙ୍କ ପୁସ୍ତକ 'ଦି ବର୍ନିଂ ଚାଫିସ୍' ଉପରେ ଆଧାରିତ । 'ପିପ୍ପା' ରବୀନ୍ଦ୍ର ରାନ୍ଧୱା, ତନମୟ ମୋହନ ଏବଂ ରାଜା କୃଷ୍ଣ ମେନନଙ୍କ ଦ୍ୱାରା ଲିଖିତ ।

ABOUT THE AUTHOR

...view details