ହାଇଦ୍ରାବାଦ: ପୁଣି ଥରେ ମାଆ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ବର୍ତ୍ତମାନ ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଐଶ୍ୱର୍ଯ୍ୟା କଳା ଆଉଟ୍ଫିଟ୍ରେ ନଜର ଆସିଛନ୍ତି । କେବଳ ସେତିକି ନୁହେଁ, ଐଶ୍ୱର୍ଯ୍ୟା ତାଙ୍କ ପେଟକୁ ହାତରେ ଲୁଚାଇଥିବାର ମଧ୍ୟ ନଜର ଆସିଛନ୍ତି । ଏହା ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି କି ଐଶ୍ୱର୍ଯ୍ୟା ଗର୍ଭବତୀ ଅଛନ୍ତି । ଏହି ଫଟୋରେ ତାଙ୍କର ପେଟ ସାମାନ୍ୟ ବାହାରକୁ ବାହାରିଛି ଯାହାକୁ ସୋସିଆଲ ମିଡିଆରେ ବେବି ବମ୍ପ୍ କୁହାଯାଉଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବରରେ କେତେ ସତ୍ୟତା ଅଛି, ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।
ନିକଟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଯେଉଁ ଠାରେ ସେ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ଥିଲେ । ତିନିଜଣ ନ୍ୟୁୟର୍କରୁ ଭେକେସନ୍ ଏନ୍ଜୟ କରି ଫେରିଛନ୍ତି । ସବୁଥର ପରି ବିମାନବନ୍ଦରରେ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ହାତ ଧରିଥିବାର ନଜର ଆସିଥିଲେ । ଏହି ସମୟରେ ଅଭିଷେକ ବଚ୍ଚନ ମଧ୍ୟ ଉଭୟଙ୍କ ପଛରେ ଆସୁଥିବାର ନଜର ଆସିଥିଲେ । ଏହି ତିନିଜଣଙ୍କର ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଏହା ସହିତ ଐଶ୍ୱର୍ଯ୍ୟା ଗର୍ଭବତୀ ଥିବା କଥା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । କିନ୍ତୁ ଏହି ଖବରକୁ ଗୁଜବ କୁହାଯାଉଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଐଶ୍ୱର୍ଯ୍ୟା ଏକ କଳା ଆଉଟ୍ଫିଟ୍ରେ ଅଛନ୍ତି । ଅଭିନେତ୍ରୀ ଏକ ଲମ୍ବା ପୋଷାକ ପିନ୍ଧିଛନ୍ତି, ଯାହାକି ବହୁତ ଢିଲା ଏବଂ ମାସ୍କ ପିନ୍ଧିଛନ୍ତି । ଏହି ସମୟରେ ଐଶ୍ୱର୍ଯ୍ୟା ପୂର୍ବପରି ତାଙ୍କ ଝିଅ ଆରାଧ୍ୟାଙ୍କ ହାତ ଧରିଥିଲେ । ଆଶ୍ଚର୍ଯ୍ୟର କଥା, ଏହି ଭିଡିଓରେ ଐଶ୍ୱର୍ଯ୍ୟା ତାଙ୍କ ପେଟକୁ ହାତରେ ଲୁଚାଇଥିବାର ନଜର ଆସିଛନ୍ତି ।