ଓଡିଶା

odisha

ETV Bharat / entertainment

ଜିମ୍‌ରେ ଭାବି ସ୍ବାମୀଙ୍କୁ କିସ୍‌ କରି ଟ୍ରୋଲ ହେଲେ ଇରା ଖାନ୍‌, ଫ୍ୟାନ୍ସ କହିଲେ 'କୁଛ୍‌ ତୋ ଶର୍ମ କରୋ' - ଇରା ଖାନ୍ ନୁପୁର ଶିଖରେ କିସିଂ ଭିଡିଓ

ଇରା ଖାନ୍ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତାଙ୍କ ଅତୀତର କିଛି ଖାସ୍‌ ମୁହୂର୍ତ୍ତର ଭିଡିଓ ସେୟାର କରିଛନ୍ତି । ପ୍ରଥମ ଭିଡିଓରେ ଇରା ତାଙ୍କ ଭାବୀ ସ୍ବାମୀ ନୁପୁର ଶିଖରେଙ୍କ ସହ ଓ୍ୱାର୍କଆଉଟ୍‌ କରୁଥିବା ନଜର ଆସିଛନ୍ତି । ଅଧିକ ପଢ଼ନ୍ତୁ

ଟ୍ରୋଲ ହେଲେ ଇରା ଖାନ
ଟ୍ରୋଲ ହେଲେ ଇରା ଖାନ

By ETV Bharat Odisha Team

Published : Sep 26, 2023, 10:24 AM IST

ହାଇଦ୍ରାବାଦ: ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ଝିଅ ଇରା ଖାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କିଛି ମାସ ପୂର୍ବେ ନୁପୁର ଶିଖରେଙ୍କ ସହ ଇରା ଖାନଙ୍କର ନିର୍ବନ୍ଧ ହୋଇଥିଲା । ସେ ଏବଂ ନୁପୁର ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ । ଉଭୟ ପ୍ରାୟତଃ ପରସ୍ପର ସହିତ କ୍ୱାଲିଟି ଟାଇମ୍‌ ବିତାଉଥିବାର ଦେଖାଯାଏ । ଇରା ଏବଂ ନୁପୁର ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ସେମାନଙ୍କର ଖାସ୍‌ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ସେୟାର କରନ୍ତି ।

ନିକଟରେ ଇରା ଖାନ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ତାଙ୍କ ଅତୀତର କିଛି ଖାସ୍‌ ମୁହୂର୍ତ୍ତର ଭିଡିଓ ସେୟାର କରିଥିଲେ ଏବଂ କ୍ୟାପସନରେ ଲେଖିଥିଲେ - 'ସ୍ମୃତିର ରାସ୍ତାରେ ଏକ ଯାତ୍ରା ।' ପ୍ରଥମ ଭିଡିଓରେ ଇରା ତାଙ୍କ ପ୍ରେମିକ ନୁପୁର ଶିଖରେଙ୍କ ସହ ଓ୍ୱାର୍କଆଉଟ୍‌ କରୁଥିବା ନଜର ଆସିଛନ୍ତି । ଓ୍ୱାର୍କଆଉଟ୍‌ ସମୟରେ ଇରା ବାରମ୍ବାର ନୁପୁରଙ୍କ ସହ ଲିପ୍‌ଲକ୍‌ କରୁଥିବା ଦେଖାଯାଇଥିଲା, ଯେଉଁଥିପାଇଁ ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୁଲ୍‌ରେ ବୟଫ୍ରେଣ୍ଡ ସହ ରୋମାଣ୍ଟିକ ପୋଜ୍ ଦେଲେ ଅମିର ଖାନଙ୍କ ଝିଅ

ନୁପୁର ଶିଖରେ ଏବଂ ଇରାଙ୍କ ଏହି କିସିଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ୟୁଜର ଲେଖିଛନ୍ତି, ଦୁହିଁଙ୍କର ବିବାହ ହୋଇନାହିଁ, କେବଳ ନିର୍ବନ୍ଧ ହୋଇଛି । ଦୁହେଁ ପାଗଳ ଲାଗୁଛନ୍ତି । ଏମିତି ରହୁଛନ୍ତି ଯେମିତି ସ୍ୱାମୀ-ସ୍ତ୍ରୀ । ଅନ୍ୟ ଜଣେ ୟୁଜର ମନ୍ତବ୍ୟ ଦେଇ ଲେଖିଛନ୍ତି, କିଛି ତ ଲାଜ କର ମ୍ୟାଡମ୍‌ ।

ଏହା ମଧ୍ୟ ପଢନ୍ତୁ: Ira's Engagement Bash: ଝିଅ ନିର୍ବନ୍ଧରେ ପାପା କେହେତେ ହେଁ ଗୀତରେ ନାଚିଲେ ଅମିର

ଜାନୁଆରୀ 3 ରେ କୋର୍ଟ ମ୍ୟାରେଜ୍‌ କରିବେ ଇରା !

ଇରା ଏବଂ ନୁପୁର ଗତ ବର୍ଷ ନଭେମ୍ବରରେ ନିର୍ବନ୍ଧ କରିଥିଲେ। ବଲିଉଡ ଜଗତର ଅନେକ ସେଲିବ୍ରିଟି ସେମାନଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବର୍ତ୍ତମାନ ଖବର ଆସିଛି ଯେ ଇରା ଖୁବଶୀଘ୍ର ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଜାନୁଆରୀ 3ରେ ଇରା ନୁପୁର ଶିଖରଙ୍କ ସହ କୋର୍ଟ ମ୍ୟାରେଜ୍‌ କରିବାକୁ ଯାଉଛନ୍ତି । ଏହାପରେ ସେମାନେ ରାଜସ୍ଥାନର ଉଦୟପୁରରେ ଧୁମ୍‌ଧାମ୍‌ର ସହିତ ବିବାହ କରିବେ । ଏହି ବିବାହରେ କେବଳ ତାଙ୍କର ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗଦେବେ ।

ABOUT THE AUTHOR

...view details