ଓଡିଶା

odisha

By ETV Bharat Odisha Team

Published : Nov 14, 2023, 12:22 PM IST

ETV Bharat / entertainment

ଭାବି ସ୍ବାମୀଙ୍କ ସହ ପ୍ରିଓ୍ବେଡିଂ ଫଟୋସୁଟ୍ କଲେ ଇରା; ଲେଖିଲେ ତୁମେ ମୋର Blue Sky

ବିବାହ ପୂର୍ବରୁ ସ୍ବାମୀଙ୍କ ସହ ପର୍ତ୍ତୁଗାଲରେ ପ୍ରିଓ୍ବେଡିଂ ଫଟୋ ସୁଟ୍ କଲେ ଇରା ଖାନ । ଯାହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ira khan drops picture from vacay
ira khan drops picture from vacay

ହାଇଦ୍ରାବାଦ:ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଇରା ଖାନ । ନିକଟରେ ଆମୀର ଖାନଙ୍କ ଝିଅ ଇରା ଖାନଙ୍କର ନିର୍ବନ୍ଧ ପ୍ରେମିକ ନୁପୁର ଶିଖରଙ୍କ ସହ ହୋଇଥିଲା । ୨୦୨୪ରେ ତାଙ୍କର ବିବାହ ହେବାକୁ ଯାଉଥିବା ବେଳେ ଉଭୟ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିବାହ ପୂର୍ବରୁ ଇରା ନିଜର ଭାବି ସ୍ବାମୀଙ୍କ ସହ ପ୍ରିଓ୍ବେଡିଂ ଫଟୋ ସୁଟ୍ ପାଇଁ ପର୍ତ୍ତୁଗାଲ ଯାଇଥିବା ବେଳେ ସେଠାରୁ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଇରା ଖାନ ସୋମବାର ଦିନ ତାଙ୍କ ପ୍ରେମିକା ନୁପୁର ଶିଖରଙ୍କ ସହ ଠିଆ ହୋଇଥିବା ସମୟର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ଏହି ଯୋଡି ଷ୍ଟାଇଲିସ୍ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି । ନୁପୁର ଏକ ରଙ୍ଗୀନ ଟି-ସାର୍ଟ ପିନ୍ଧିଥିବା ବେଳେ ଇରା ଗୋଲାପୀ ଟି-ସାର୍ଟ ସହ ଧଳା ରଙ୍ଗର ଏକ ଜ୍ୟାକେଟ ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ଆମୀରଙ୍କ ଝିଅ ଇରା ଫଟୋ ସେୟାର କରି ଲେଖିଛନ୍ତି, 'ୟୁ ଆର ମାଇ ବ୍ଲୁ ସ୍କାଏ' ।

କିଛି ଦିନ ପୂର୍ବରୁ ଇରା ଖାନ ନୁପୁରଙ୍କ ସହ ପ୍ରି-ଓ୍ବେଡିଂ ଫଟୋ ସୁଟ୍ ଆରମ୍ଭ କରିଥିଲେ । ଏନେଇ ଇରା କେଲବନ୍ ଏବଂ ଉଖାନାରୁ ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଟୋରେ ଏହି ଯୋଡି ହସୁଥିବା ଏବଂ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି​​ । ଏକ ଫଟୋରେ ଇରା ନୁପୁରଙ୍କ ହାତରେ ଏକ ଫୁଲମାଳ ଗୁଡ଼ାଉଥିବାର ନଜର ଆସିଛି ।

ଏହା ମଧ୍ୟ ପଢନ୍ତୁ: ଇରା-ନୁପୁରଙ୍କ ବିବାହ ତାରିଖ ଘୋଷଣା କଲେ ଆମୀର ଖାନ, କହିଲେ ‘ମୁଁ ସେଦିନ ବହୁତ କାନ୍ଦିବି’

ପ୍ରକାଶ ଥାଉକି, ଇରା ଏବଂ ନୁପୁର 2024 ଜାନୁଆରୀ 3ରେ କୋର୍ଟରେ ବିବାହ କରିବେ । ଦୁଇ ବର୍ଷ ଡେଟିଂ କରିବା ପରେ ଊଭୟ ନଭେମ୍ବର 2022ରେ ନିର୍ବନ୍ଧ କରିଥିଲେ । ପାର୍ଟିରୁ ଆମିର ଖାନ ଏବଂ ତାଙ୍କ ପରିବାରର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିସହ ଏହି କପଲ୍‌ ଗ୍ରାଣ୍ଡ ସମାରୋହରେ ୩ ଦିନିଆ ବିବାହ ପାଇଁ ଯୋଜନା କରୁଛନ୍ତି । ଆମୀର ଖାନ ଏବେ ଠାରୁ ତାଙ୍କ ଝିଅର ବିବାହ ସମାରୋହ ପ୍ରସ୍ତୁତି କରିବା ଆରମ୍ଭ କରିଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details