ଓଡିଶା

odisha

ETV Bharat / entertainment

Virat and Anushka: ଶତକ ପରେ ଅନୁଷ୍କାଙ୍କୁ ବିରାଟଙ୍କ ଭିଡିଓ କଲ, ଫ୍ୟାନ୍ସ କଲେ ପ୍ରଶଂସା - ବିରାଟ କୋହଲି

ପୁଣି ଫ୍ୟାନ୍ସଙ୍କ ମନ ଜିତିଛନ୍ତି ବିରାଟ ଏବଂ ଅନୁଷ୍କା । ସନ୍ରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷ ଆଇପିଏଲ୍ ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଭିଡିଓ କଲ କରିଛନ୍ତି। ଯାହା ବେଶ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କ ଏହି ଭଲପାଇବା ଦେଖି ଫ୍ୟାନ୍ସ ପ୍ରଶଂଂସା କରିଛନ୍ତି। ଅଧିକ ପଢନ୍ତୁ,

ଶତକ ହାସଲ ପରେ ଅନୁଷ୍କାଙ୍କୁ ଭିଡିଓ କଲ କଲେ ବିରାଟ, ଫ୍ୟାନ୍ସ କଲେ ପ୍ରଶଂସା
ଶତକ ହାସଲ ପରେ ଅନୁଷ୍କାଙ୍କୁ ଭିଡିଓ କଲ କଲେ ବିରାଟ, ଫ୍ୟାନ୍ସ କଲେ ପ୍ରଶଂସା

By

Published : May 19, 2023, 3:54 PM IST

ମୁମ୍ବାଇ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଏକ ଲୋକପ୍ରିୟ ସେଲିବ୍ରିଟି ଦମ୍ପତିମାନଙ୍କ ମଧ୍ୟରୁ ଜଣେ । ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଏହି ଦମ୍ପତି ଫ୍ୟାନ୍ସଙ୍କ ମନ ଜିତିଥାଆନ୍ତି । ଉଭୟଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥାଏ । ଫ୍ୟାନ୍ସ ଏହି ଦମ୍ପତିଙ୍କ ଫଟୋ ଲାଇକ କରିବା ସହ ଉଭୟଙ୍କ ମଧ୍ୟରେ ଥିବା ଭଲପାଇବା ଦେଖି ବେଶ ଖୁସି ହେବା ସହ ପ୍ରଶଂସା ମଧ୍ୟ କରିଥାଆନ୍ତି । ସାଧାରଣତଃ ବିରାଟଙ୍କ ଆଇପିଏଲ ମ୍ୟାଚ୍‌ ସମୟରେ ଉଭୟଙ୍କ ସୁନ୍ଦର ମୁହୁର୍ତ୍ତର ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହୋଇଥାଏ। ପୂର୍ବରୁ ମ୍ୟାଚରେ ଅନୁଷ୍କାଙ୍କୁ ବିରାଟ ଫ୍ଲାଇଂ କିସ୍‌ ଦେଉଥିବା ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ପୁଣି ମ୍ୟାଚରୁ ଉଭୟଙ୍କ ଆଉ ଏକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ବିରାଟ ବିଜୟ ପରେ ପତ୍ନୀ ଅନୁଷ୍କାଙ୍କୁ ଭିଡିଓ କଲରେ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି । ଏହାର ଫଟୋ ଓ ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ଫ୍ୟାନ୍ସ ଲାଇକ କରିବା ସହ ଯୋଡିଙ୍କ ପ୍ରଶଂସା କରିଛନ୍ତି।

ଗୁରୁବାର ଦିନ ଆଇପିଏଲ୍ ମ୍ୟାଚ୍‌ରେ ବିରାଟ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏକ ଦମ୍‌ଦାର୍‌ ଶତକ ହାସଲ କରିଥିଲେ । ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିଥିଲା ସନରାଇଜର୍ସ ହାଇଦ୍ରାବାଦ । କୋହଲିଙ୍କ ଧୂଆଁଧାର ଶତକ ବଳରେ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ନେଇଥିଲା ଆରସିବି । ଏହି ବିଜୟ ପରେ ବିରାଟ ଅନୁଷ୍କଙ୍କ ସହ ଏକ ଭିଡିଓ କଲ୍ ମାଧ୍ୟମରେ କଥା ହୋଇଥିବା ଦେଖିବାକୁ ମିଳିଥିଲା । ବିରାଟ ଏବଂ ଅନୁଷ୍କା ଭିଡିଓ କଲ୍‌ରେ କଥାବାର୍ତ୍ତା ହେଉଥିବା ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେପଟେ ବିରାଟଙ୍କ ଶତକ ପରେ ମ୍ୟାଚ୍‌ରେ କେତେକ ବିରାଟଙ୍କ ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତର ଫଟୋ କୋଲାଜ କରି ସେୟାର କରିବା ସହ ତାଙ୍କ ସ୍ୱାମୀଙ୍କ ପ୍ରଶଂସା କରିଛନ୍ତି । ଉଭୟଙ୍କ ଏହି ରୋମାଣ୍ଟିକ ମୁହୁର୍ତ୍ତକୁ ଫ୍ୟାନ୍ସ ପ୍ରଶଂସା କରିଛନ୍ତି ।

ସୂଚନା ଥାଉ କି, ଏହା ବିରାଟଙ୍କ ଷଷ୍ଠ ଆଇପିଏଲ ଶତକ । ଆଇପିଏଲ 65ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିଥିଲା ସନରାଇଜର୍ସ ହାଇଦ୍ରାବାଦ । ୮ ୱିକେଟରେ ହାଇଦ୍ରାବାଦ ବିପକ୍ଷରେ ବୃହତ ବିଜୟ ହାସଲ କରିଛି ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ 5 ୱିକେଟ ହରାଇ 186 ରନ କରିଥିଲା । ହେନରିକ କ୍ଲାସିନଙ୍କ ଶତକ ପରେ ବି ପରାସ୍ତ ହୋଇଛି ହାଇଦ୍ରାବାଦ । 187 ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ବାଙ୍ଗାଲୋର 19.2 ଓଭରରେ 2 ୱିକେଟ ହରାଇ ଟାର୍ଗେଟ ହାସଲ କରିଥିଲା । 63 ବଲରେ 100 ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି କିଙ୍ଗ୍‌ କୋହଲି ।

ଶତକ ହାସଲ ପରେ ଅନୁଷ୍କାଙ୍କୁ ଭିଡିଓ କଲ କଲେ ବିରାଟ, ଫ୍ୟାନ୍ସ କଲେ ପ୍ରଶଂସା

ABOUT THE AUTHOR

...view details