ହାଇଦ୍ରାବାଦ:ଏପ୍ରିଲ୍ 29 କୁ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ନୃତ୍ୟ ଦିବସ (International Dance Day) ଭାବରେ ପାଳନ କରାଯାଏ । ମହାନ ନୃତ୍ୟଶିଳ୍ପୀ ତଥା ଆଧୁନିକ ବାଲେ ନୃତ୍ୟର ସ୍ରଷ୍ଟା ଜିନ୍ ଜର୍ଜେସ୍ ନୋଭେରଙ୍କ ଜନ୍ମଦିନ (Jean-Georges Noverre Birthday) ଅବସରରେ ଏହା ପାଳନ କରାଯାଏ । ଜିନ୍ ଜର୍ଜେସ୍ ନୋଭେର ୧୭୨୭ ଏପ୍ରିଲ ୨୯ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନକୁ ପରେ ନୃତ୍ୟ ଦିବସ ଭାବେ ପାଳନ କରିବାର ନିଷ୍ପତ୍ତି ପ୍ରଥମେ ଫ୍ରାନ୍ସରେ ନିଆଗଲା । ୧୯୮୨ରେ ଏହି ଦିବସ ବିଶ୍ବ ସ୍ତରରେ ପାଳନ କରିବାର ନିଷ୍ପତ୍ତି ନିଆଗଲା।
ନୃତ୍ୟ କେବଳ ମନୋରଞ୍ଜନର ଏକ ମାଧ୍ୟମ ନୁହେଁ ବରଂ ଏହା ଭାବନାକୁ ଅଭିବ୍ୟକ୍ତ କରିବାର ଏକ ମାଧ୍ୟମ ମଧ୍ୟ ଅଟେ । ପୁଣି ଏହା କାହା ପ୍ରତି ଅସନ୍ତୋଷ ହେଉ କିମ୍ବା କିଛି ହାସଲ କରିବାର ଉତ୍ସାହ, ଆପଣ ଆପଣଙ୍କର ପ୍ରତ୍ୟେକ ଭାବନାକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ନୃତ୍ୟର ସାହାଯ୍ୟ ନେଇପାରିବେ । କେବଳ ଏତିକି ନୁହେଁ, ନୃତ୍ୟ ମାଧ୍ୟମରେ ସମାଜରେ ସଚେତନତା ସୃଷ୍ଟି କରିବାର କାମ ମଧ୍ୟ ବର୍ଷ ବର୍ଷ ଧରି କରାଯାଉଛି । ତେବେ ଆସନ୍ତୁ ଜାଣିବା ଅନ୍ତର୍ଜାତୀୟ ନୃତ୍ୟ ଦିବସର ଇତିହାସ କ’ଣ ଏବଂ ଏହାର ଗୁରୁତ୍ୱ କ’ଣ ।
ଅନ୍ତର୍ଜାତୀୟ ନୃତ୍ୟ ଦିବସର ଇତିହାସ
ମହାନ ନୃତ୍ୟଶିଳ୍ପୀ ଜିନ୍ ଜର୍ଜେସ୍ ନୋଭେରଙ୍କ ଜନ୍ମଦିନରେ ୟୁନେସ୍କୋର ଅନ୍ତର୍ଜାତୀୟ ଥିଏଟର ଇନଷ୍ଟିଚ୍ୟୁଟର ଅନ୍ତର୍ଜାତୀୟ ନୃତ୍ୟ କମିଟି 29 ଏପ୍ରିଲ 1982ରେ ଏହି ଦିନ ପାଳନ କରିବାକୁ ଘୋଷଣା କରିଥିଲା । ସେବେଠାରୁ ପ୍ରତିବର୍ଷ ଏହି ଦିନ ସାରା ବିଶ୍ୱରେ ଧୁମଧାମର ସହିତ ପାଳନ କରାଯାଏ । କହିବାକୁ ଗଲେ ନୋଭେର ଫ୍ରାନ୍ସର ଜଣେ ଦକ୍ଷ ବାଲେ ନୃତ୍ୟଶିଳ୍ପୀ ଥିଲେ, ଯିଏ 'Letters on the Dance' ନାମକ ଏକ ପୁସ୍ତକ ଲେଖିଥିଲେ ଯେଉଁଥିରେ ନୃତ୍ୟ ସହ ଜଡିତ ସମସ୍ତ ଜିନିଷ ଉପଲବ୍ଧ ଥିଲା । ଏହାକୁ ପଢି ଯେକେହି ନାଚିବା ଶିଖିପାରିବେ ।