ମୁମ୍ବାଇ: ଦିନିକିଆ କ୍ରିକେଟ୍ ମହାକୁମ୍ଭ ବିଶ୍ୱକପ୍ରେ ଭାରତର ଦମ୍ଦାର ବିଜୟ ହୋଇଛି । ଅଷ୍ଟ୍ରେଲୀୟ ବୋଲରଙ୍କ ଧାରୁଆ ବୋଲିଂ ସତ୍ତ୍ୱେ ବିଜୟ ହାସଲ କରିଛନ୍ତି ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ । ଦୁହେଁ ଚମତ୍କାର ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଜିତିବାରେ ସାହାଯ୍ୟ କରିଛନ୍ତି । ଚେନ୍ନାଇର ଏମ୍ଏ ଚିଦାମ୍ୱରମ୍ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ରେ ୨୦୦ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ । ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରିଛି ଭାରତ । କୋହଲି 85 ରନ୍ ସ୍କୋର କରି ଆଉଟ୍ ହୋଇଥିବା ବେଳେ କେ.ଏଲ ରାହୁଲ 97 ରନରେ ଅପରାଜିତ ରହିଥିଲେ । ଏହି ଚମତ୍କାର ବିଜୟ ପରେ ଉଭୟଙ୍କ ପତ୍ନୀ ପ୍ରେମ ବର୍ଷା କରିଛନ୍ତି ।
ଆଥିଆ ଶେଟ୍ଟୀଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଭାରତର ବିଜୟ ପରେ ଆଥିଆ ଶେଟ୍ଟୀ ତୁରନ୍ତ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ମ୍ୟାଚରୁ ସ୍ୱାମୀଙ୍କ ଫଟୋ ସେୟାର କରିଥିଲେ । ପ୍ରଥମ ଫଟୋରେ ସେ ଭାରତର ଇମୋଜି କେ.ଏଲ୍ ରାହୁଲ ଏବଂ ବିରାଟ କୋହଲିଙ୍କ ଫଟୋ ସେୟାର କରିଛନ୍ତି । ଯେତେବେଳେ କି, ଦ୍ୱିତୀୟ ପୋଷ୍ଟରେ ସେ ତାଙ୍କ ସ୍ୱାମୀଙ୍କ ଛକା ଚଉକାର ମୂହୁର୍ତ୍ତକୁ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ଆଥିଆ କ୍ୟାପସନରେ ଲେଖିଛନ୍ତି, 'ସର୍ବଶ୍ରେଷ୍ଠ ବ୍ୟକ୍ତି' ।
ଅନୁଷ୍କା ଶର୍ମାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଅନ୍ୟପକ୍ଷରେ ଅନୁଷ୍କା ଶର୍ମା ମଧ୍ୟ ସୋମବାର ସକାଳେ ବିରାଟ କୋହଲିଙ୍କ ପାଇଁ ସ୍ପେଶାଲ ପୋଷ୍ଟ ସେୟାର କରିଛନ୍ତି । ଏହି ଅଭିନେତ୍ରୀ ତାଙ୍କ ସ୍ୱାମୀ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କ ସହଭାଗିତାର ଏକ ଫଟୋ ମଧ୍ୟ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ଏହାକୁ ଏକ ନୀଳ ହୃଦୟ ଇମୋଜି ସେୟାର କରିଛନ୍ତି । ଏହା ବ୍ୟତୀତ ଡ୍ରିମ୍ ଗାର୍ଲ-୨ ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ମ୍ୟାଚରୁ କେ.ଏଲ୍ ରାହୁଲଙ୍କ ଫଟୋ ପୋଷ୍ଟ କରିଛନ୍ତି । ସେ ଏହାକୁ କରତାଳି ଏବଂ ଜାତୀୟ ପତାକା ଇମୋଜି ସହିତ ଯୋଡ଼ିଛନ୍ତି ।
ଆଥିଆ ଶେଟ୍ଟୀଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଏହା ମଧ୍ୟ ପଢନ୍ତୁ: Cricket World Cup 2023: ଓପନିଂ ମ୍ୟାଚ୍ ଜିତାଇଲେ କୋହଲି-ରାହୁଲ, ବିଜୟରୁ ଭାରତର ବିଶ୍ବକପ୍ ଅଭିଯାନ ଆରମ୍ଭ
ଆୟୁଷ୍ମାନ ଖୁରାନାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତୀୟ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍ରେ ଭାରତୀୟ କ୍ରିକେଟରମାନେ ନିଜର ଦମ୍ ଦେଖାଇଛନ୍ତି । ଅଷ୍ଟ୍ରେଲିଆ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କଙ୍ଗାରୁକୁ ପରାସ୍ତ କରିବାକୁ ବାହାରିଥିବା ବ୍ଲୁ' ଜର୍ସି ଟିମ୍ ଏକ ଦମଦାର ପ୍ରଦର୍ଶନ କରି 199 ରନ୍ରେ ହିଁ ସମସ୍ତଙ୍କୁ ଆଉଟ୍ କରିଥିଲା । ଅନ୍ୟପକ୍ଷରେ, ଓପେନିଂ କରିବାକୁ ଆସିଥିଲେ କ୍ୟାପ୍ଟେନ୍ ରୋହିତ ଶର୍ମା ଓ ଈଶାନ କିଶନ । ହେଲେ ଈଶାନ ଖାତା ଖୋଲି ନପାରି ପ୍ରଥମ ଓଭରର ଚତୁର୍ଥ ବଲ୍ରେ ପାଭିଲିୟନ୍ ଫେରି ଯାଇଥିଲେ । ଏହାପରେ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ପାଳିକୁ ସମ୍ଭାଳିଥିଲେ । ଉଭୟ ଭାରତକୁ ବିଜୟ ଦ୍ୱାରକୁ ନେଇ ଯାଇଥିଲେ । ତେବେ ବିରାଟ 85 ରନ୍ କରି ଆଉଟ ହୋଇଥିଲେ । ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା 8ଟି ବଲ୍ରେ 11 ରନ୍ କରିଥିଲେ । ଶେଷରେ ଛକା ମାରି ଭାରତକୁ ବିଜୟ ଭେଟି ଦେଇଥିଲେ କେ.ଏଲ ରାହୁଲ ।