ଓଡିଶା

odisha

IFFI 2023: ମାଧୁରୀ ଦୀକ୍ଷିତଙ୍କୁ ମିଳିଲା ଖାସ୍ ସମ୍ମାନ, ରେଡ କାର୍ପେଟ ଚାର୍ ଚାନ୍ଦ୍ ଲଗାଇଲେ ଏହି ତାରକା

By ETV Bharat Odisha Team

Published : Nov 21, 2023, 11:14 AM IST

ସୋମବାର ଠାରୁ ଆରମ୍ଭ ହୋଇଛି ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI) । ଗୋଆରେ ଆୟୋଜିତ ଉଦଘାଟନୀ ସମାରୋହରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇ ଥିବାବେଳେ ରେଡ୍ କାର୍ପେଟରେ ଜଲୱା ଦେଖାଇଛନ୍ତି ଅନେକ ସେଲିବ୍ରିଟି । ଅଧିକ ପଢନ୍ତୁ

IFFI 2023: ମାଧୁରୀ ଦୀକ୍ଷିତଙ୍କୁ ମିଳିଲା ଖାସ୍ ସମ୍ମାନ, ରେଡ କାର୍ପେଟ ଚାର୍ ଚାନ୍ଦ୍ ଲଗାଇଲେ ଏହି ତାରକା
IFFI 2023: ମାଧୁରୀ ଦୀକ୍ଷିତଙ୍କୁ ମିଳିଲା ଖାସ୍ ସମ୍ମାନ, ରେଡ କାର୍ପେଟ ଚାର୍ ଚାନ୍ଦ୍ ଲଗାଇଲେ ଏହି ତାରକା

ହାଇଦ୍ରାବାଦ: ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ସୋମବାରଠାରୁ ଆରମ୍ଭ ହୋଇଯାଇଛି । ଯାହାକି ସାରା ବିଶ୍ବର ଦର୍ଶକଙ୍କୁ ଆକର୍ଷିତ କରିଛି । IFFIର ଫରଫର୍ମାନ୍ସ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି । ଏଥିସହ ଅନେକ ବି-ଟାଉନ ତାରକା ରେଡ କାର୍ପେଟରେ ଜଲୱା ଦେଖାଇଛନ୍ତି । ତେବେ ଏହି ସମୟରେ ମାଧୁରୀଙ୍କୁ ଭାରତୀୟ ସିନେମାରେ ତାଙ୍କ ଅବଦାନ ପାଇଁ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାରରେ ସମ୍ମାନିତ ହେବା ପରେ ମାଧୁରୀ କହିଛନ୍ତି, ''ଏହିପରି ସମ୍ମାନ ଏବଂ ପୁରସ୍କାର କଳାକାରମାନଙ୍କୁ ସେମାନଙ୍କ କାର୍ଯ୍ୟରେ ଉନ୍ନତ କରିବାକୁ ପ୍ରେରଣା ଯୋଗାଇଥାଏ ।''

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମାଧୁରୀ ଦୀକ୍ଷିତଙ୍କୁ ଖାସ୍ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ସମୟରେ ଅଭିନେତ୍ରୀଙ୍କ ଅଭିନୟ ଦକ୍ଷତା ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କର ଅବଦାନକୁ ପ୍ରଶଂସା କରିଛନ୍ତି । ଏକ ଟ୍ବିଟ୍ କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ, ମାଧୁରୀ ଦୀକ୍ଷିତ ତାଙ୍କ ପ୍ରତିଭା ସହ ୪ ଦଶନ୍ଧି ଧରି ପରଦାରେ ଚାର୍ ଚାନ୍ଦ ଲାଗାଇଛନ୍ତି । 'ନିଶା' ଠାରୁ ଆରମ୍ଭ କରି ଚିତ୍ତାକର୍ଷକ 'ଚନ୍ଦ୍ରମୁଖୀ', ମହାନ୍ 'ବେଗମ୍ ପାରା' ଠାରୁ ଅବିସ୍ମରଣୀୟ 'ରଜୋ' ପର୍ଯ୍ୟନ୍ତ, ତାଙ୍କର ବହୁମୁଖୀତା ଅଭିନୟର କୌଣସି ତୁଳନା ନାହିଁ । ସେ ଆହୁରି ମଧ୍ୟ ଲେଖିଛନ୍ତି, ଭାରତର ୫୪ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଦକ୍ଷ ଅଭିନେତ୍ରୀଙ୍କୁ ଭାରତୀୟ ସିନେମାରେ ଅବଦାନ ପାଇଁ ବିଶେଷ ପୁରସ୍କାର ପ୍ରଦାନ କରି ଆମେ ଖୁସି ।

ସେପଟେ ଏହି ବିଶେଷ ସମ୍ମାନ ପାଇବା ପରେ କୃତଜ୍ଞତା ଜଣାଇ ମାଧୁରୀ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, "ମୁଁ ଏହି ପୁରସ୍କାର ଗ୍ରହଣ କରିଥିବାରୁ ଅତ୍ୟଧିକ କୃତଜ୍ଞ ଏବଂ ଗୌରବାନ୍ୱିତ । ଏହି ପ୍ରକାର ପୁରସ୍କାର ଆମକୁ ସର୍ବଦା ଉତ୍ସାହିତ କରିଥାଏ ଏବଂ ଆମକୁ ଅଧିକ ଭଲ କାମ କରିବାକୁ ପ୍ରେରଣା ଦେଇଥାଏ । ଏହି ସମୟରେ ମାଧୁରୀ ଦୀକ୍ଷିତ ନିଜ ଫିଲ୍ମ ଦେବଦାସର ଲୋକପ୍ରିୟ ଗୀତ 'ଡୋଲାରେ ଡୋଲା'ରେ ଦମଦାର ଫରଫର୍ମାନ୍ସ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ଆଜିଠୁ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଓପନିଂ ଡେରେ ନଜର ଆସିବେ ଏହି ତାରକା

ଭାରତର ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସମାରୋହରେ ପଙ୍କଜ ତ୍ରିପାଠୀଙ୍କ ଆଗାମୀ ଚଳଚ୍ଚିତ୍ର କଡକ ସିଂ ଟ୍ରେଲର ରିଲିଜ ଏବଂ ସାରା ଅଲ୍ଲୀ ଖାନଙ୍କ ଏ ୱତନ ମେରେ ୱତନ ପାଇଁ ମୋଶନ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା । ଆଇଏଫଏଫଆଇ ଉଦଘାଟନୀ ସମାରୋହରେ ସାହିଦ କପୁର, ନୁସରତ ଭରୁଚା, ସାରା ଅଲ୍ଲୀ ଖାନ, ବିଜୟ ସେଥୁପଥୀ, ସନ୍ନି ଦେଓଲ, କରଣ ଜୋହର, ଶ୍ରେୟା ଘୋଷାଲ ଏବଂ ସୁଖବିନ୍ଦର ସିଂ ପ୍ରମୁଖ ତାରକା ମଧ୍ୟ ରେଡ୍ କାର୍ପେଟରେ ଚାର୍ ଚାନ୍ଦ୍ ଲଗାଇଥିଲେ ।

ABOUT THE AUTHOR

...view details