ଓଡିଶା

odisha

ETV Bharat / entertainment

ଯୁବତୀଙ୍କୁ ନେଇ ମୁକେଶ ଖନ୍ନାଙ୍କ ବିବାଦୀୟ ବୟାନ, ଟ୍ରୋଲ କଲେ ଫ୍ୟାନ୍ସ

ଯଦି କୌଣସି ଝିଅ କୌଣସି ପୁଅକୁ କହିଥାଏ କି ମୁଁ ତୁମ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହେଁ, ତେବେ ସେହି ଝିଅ ଝିଅ ନୁହେଁ । ସେ ଧନ୍ଦା କରୁଛି ବୋଲି କହିଲେ ମୁକେଶ ଖନ୍ନା । ଅଧିକ ପଢନ୍ତୁ

By

Published : Aug 12, 2022, 9:53 AM IST

ମୁକେଶ ଖାନ୍ନାଙ୍କ ବିବାଦୀୟ ବୟାନ: ଯଦି କୌଣସି ଝିଅ ସେକ୍ସ କରିବାକୁ ଚାହୁଁଛି, ତାହା ଧନ୍ଦା
ମୁକେଶ ଖାନ୍ନାଙ୍କ ବିବାଦୀୟ ବୟାନ: ଯଦି କୌଣସି ଝିଅ ସେକ୍ସ କରିବାକୁ ଚାହୁଁଛି, ତାହା ଧନ୍ଦା

ହାଇଦ୍ରାବାଦ: ଟିଭି ଦୁନିଆର ସୁପରହିଟ୍ ସୋ' 'ଶକ୍ତିମାନ' ଫେମ୍‌ ମୁକେଶ ଖାନ୍ନା ନିଜର ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ପ୍ରତିଦିନ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡେ । ଏବେ ପୁଣି ଥରେ ଲୋକଙ୍କ ଟାର୍ଗେଟକୁ ଆସିଛନ୍ତି ମୁକେଶ ଖାନ୍ନା । ତାଙ୍କର ଏକ ୟୁଟ୍ୟୁବ୍ ଭିଡିଓରେ ମୁକେଶ ଖାନ୍ନା ଯୁବତୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଯାହା ଏବେ ଏକ ବଡ ପ୍ରସଙ୍ଗ ପାଲଟିଯାଇଛି ଏବଂ ଅଭିନେତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି ।

ମୁକେଶ ଖାନ୍ନାଙ୍କ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କ୍ଲିପ୍‌ରେ ମୁକେଶ ଖାନ୍ନା କହିଛନ୍ତି, ‘‘ଯଦି କୌଣସି ଝିଅ କୌଣସି ପୁଅକୁ କହିଥାଏ କି ମୁଁ ତୁମ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହେଁ, ତେବେ ସେହି ଝିଅ ଝିଅ ନୁହେଁ । ସେ ଧନ୍ଦା କରୁଛି । କାରଣ ଏପରି ନିର୍ଲଜ କଥା ସଭ୍ୟ ସମାଜର ଝିଅ କେବେବି କରିବ ନାହିଁ । ଯଦି ସେ କରନ୍ତି ତେବେ ସେ ସଭ୍ୟ ସମାଜର ନୁହଁନ୍ତି । ଏହା ସେମାନଙ୍କର ଧନ୍ଦା । ଆପଣ ସେଥିରେ ଅଂଶଗ୍ରହଣ କରନ୍ତୁ ନାହିଁ । ସେଥିପାଇଁ ମୁଁ କହୁଛି, ଏପରି ଝିଅମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।’’ ମୁକେଶ ଖନ୍ନାଙ୍କ ଏହିଭଳି ବିବାଦୀୟ ବୟାନକୁ ନେଇ ଏକପ୍ରକାର ହଇଚଇ ଆରମ୍ଭ ହୋଇଯାଇଛି । ସୋସିଆଲ ମିଡିଆରେ ଲୋକମାନେ କମେଣ୍ଟ ଦେଇ 'ସରି ଶକ୍ତିମାନ' ଲେଖୁଛନ୍ତି ।

ଟ୍ରୋଲ ହେଉଛନ୍ତି ଅଭିନେତା

ଲୋକମାନେ ଅଭିନେତାଙ୍କ କଥାକୁ ଭୁଲ୍‌ ବୋଲି କହିଛନ୍ତି । ଫ୍ୟାନ୍ସ ମାନେ ପଚାରିଛନ୍ତି କି, ଯଦି ପୁଅମାନେ ଏପରି ଡିମାଣ୍ଡ କରନ୍ତି, ତେବେ ସେମାନେ କ’ଣ କହିବେ ? ଉଲ୍ଲେଖନୀୟ ଯେ, ମୁକେଶ ଖାନ୍ନା ୟୁଟ୍ୟୁବରେ Bheeshm International ଚ୍ୟାନେଲ ଚଲାନ୍ତି । ତାଙ୍କର 1.15M ସବ୍ସକ୍ରାଇବର୍ସ ଅଛନ୍ତି । ୟୁଟ୍ୟୁବରେ ଏହି ଭିଡିଓ ସେୟାର କରି ମୁକେଶ ଖନ୍ନା କହିଛନ୍ତି କି ସେ କେଉଁ ଝିଅମାନଙ୍କ ଠାରୁ ଦୂରରେ ରହିବା ଉଚିତ୍ । କହିଛନ୍ତି କି, ସୋସିଆଲ ମିଡିଆରେ ଏକ ରାକେଟ୍ ଚାଲିଛି ଯେଉଁଠାରେ ଝିଅମାନଙ୍କର ପ୍ରୋଫାଇଲରୁ ମେସେଜ ଆସେ, ତାପରେ ସେମାନେ ଆପଣଙ୍କୁ ପ୍ରଲୋଭିତ କରି ବ୍ଲାକମେଲ କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details