ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରତିବର୍ଷ କୌଣସି ନା କୌଣସି ଷ୍ଟାର କିଡ୍ଙ୍କ ଡେବ୍ୟୁ କରନ୍ତି । ଏଥର ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ, ଖୁସି କପୁର ଏବଂ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ଡେବ୍ୟୁ ଚର୍ଚ୍ଚାରେ ରହିଛି । ଏହି ଷ୍ଟାର୍ କିଡ୍ ଖୁବଶୀଘ୍ର ଜୋୟା ଅଖତରଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ଏହି ସମୟରେ ସୈଫ ଅଲି ଖାନଙ୍କ ଲାଡଲା ପୁଅ ଇବ୍ରାହିମ ଅଲି ଖାନ ମଧ୍ୟ ଡେବ୍ୟୁ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଏକ ଖବର ଆସିଥିଲା ଯେ ସେ ଖୁବଶୀଘ୍ର ଧର୍ମା ପ୍ରଡକ୍ସନ୍ ଫିଲ୍ମ 'ସରଜମିନ୍'ରେ ଅଭିନୟ କରିବେ । ଏଥିରେ କାଜୋଲ ଏବଂ ମାଲାୟଲମ୍ ସୁପରଷ୍ଟାର ପୃଥୀରାଜ ସୁକୁମାରନ୍ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ସମୟରେ, ଇବ୍ରାହିମଙ୍କ ବିଷୟରେ ଆଉ ଏକ ବଡ଼ ଖବର ବାହାରକୁ ଆସୁଛି ।
ଇବ୍ରାହିମ ମିଳିଲା ଦ୍ୱିତୀୟ ବଡ ଚଳଚ୍ଚିତ୍ର
ଫିଲ୍ମ 'ସରଜମିନ୍' ରିଲିଜ୍ ହେବାକୁ ଆହୁରି ସମୟ ବାକି ଅଛି । ଏବେ ଖବର ଆସୁଛି ଯେ, ଇବ୍ରାହିମଙ୍କୁ ଆଉ ଏକ ଫିଲ୍ମ ମିଳିଛି । ଇବ୍ରାହିମଙ୍କୁ 'ସ୍ତ୍ରୀ' ଫେମ୍ ନିର୍ମାତା ଦୀନେଶ ଭିଜନଙ୍କ ଫିଲ୍ମରେ ଦେଖିବାକୁ ମିଳିବ । ଏକ ରିପୋର୍ଟ ଅନୁଯାୟୀ, ଇବ୍ରାହିମ ଦୀନେଶ ଭିଜନଙ୍କ ମଡୋକ ଫିଲ୍ମସ୍ ସହିତ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ: Teachers Day 2023: ଅଭିନୟ ଜଗତକୁ ଆସିବା ପୂର୍ବରୁ ଶିକ୍ଷକ ଥିଲେ ଏହି ସେଲିବ୍ରିଟି