ହାଇଦ୍ରାବାଦ: ସ୍ୱର୍ଗତା ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ସାନ ଝିଅ ଖୁସୀ କପୁର ନିକଟରେ 'ଦ ଆର୍ଚିସ' ସହ ବଲିଉଡରେ ଡେବ୍ୟୁ କରିଛନ୍ତି । ଖୁସୀଙ୍କ ଏହି ଚଳଚ୍ଚିତ୍ରଟି ଓଟିଟି ପ୍ଲାଟଫର୍ମରେ ଡିସେମ୍ବର ୭ରେ ମୁକ୍ତିଲାଭ କରିଛି ଏବଂ ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି । ଏସବୁ ମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଆସିଛି । ଖୁସୀ କପୁର ବର୍ତ୍ତମାନ ସାରା ଅଲି ଖାନଙ୍କ ଭାଇ ତଥା ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନଙ୍କ ସହ ଅନସ୍କ୍ରିନ ରୋମାନ୍ସ କରୁଥିବା ନଜର ଆସିବେ। ଏବଂ ଏହି ରୋମ-କମ ଫିଲ୍ମର ନିର୍ମାତା କରଣ ଜୋହର ବୋଲି ଜଣାପଡିଛି ।
ମିଡିଆ ରିପୋର୍ଟ ଅନୁସାରେ, ଇବ୍ରାହିମ ଅଲି ଖାନ ଏବଂ ଖୁସୀ ଏକାଠି ଏକ ଫିଲ୍ମ ସାଇନ୍ କରିଛନ୍ତି ଏବଂ ଆସନ୍ତା ବର୍ଷ ଏହି ପ୍ରକଳ୍ପର ସୁଟିଂ ଆରମ୍ଭ ହେବ । ଏହା ମଧ୍ୟ କୁହାଯାଉଛି ଯେ ଏହି ଫିଲ୍ମ ସିଧାସଳଖ ଡିଜିଟାଲରେ ମୁକ୍ତିଲାଭ କରିବ । ଏବଂ ଏହାର ନିର୍ଦ୍ଦେଶନା ଦେବେ ଶାଓନା ଗୌତମ । ଷ୍ଟ୍ରିମିଂ ଅଧିକାର ପାଇଁ ନିର୍ମାତାମାନେ ଏକ ଅଗ୍ରଣୀ ଓଟିଟି ପ୍ଲେୟାର ସହ ଆଲୋଚନା କରୁଛନ୍ତି । ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲି ଘୋଷଣା ହୋଇନାହିଁ । ସୂଚନା ଥାଉ କି, ଶାଓନା ଗୌତମ ଏହି ଫିଲ୍ମ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ । ସେ ବଲିଉଡର କିଛି ବଡ ବ୍ୟାନରରେ ଏଡି ଭାବରେ କାମ କରିଛନ୍ତି । ଏହାପୂର୍ବରୁ ସେ 'ରକି ଔର ରାନୀ କି ପ୍ରେମ କାହାନୀ' ଏବଂ ରଣବୀର କପୁରଙ୍କ ଅଭିନୀତ 'ସଞ୍ଜୁ'ର ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ ।