ଓଡିଶା

odisha

ETV Bharat / entertainment

ଓସ୍କାର ଜିତିଲା 'ଏଲିଫ୍ୟାଣ୍ଟ ହୁଇସପରର୍ସ', ସ୍ମୃତି ବଖାଣିଲେ ରିଅଲ ହିରୋଇନ ବେଲ୍ଲି - ତାମିଲ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର

ତାମିଲ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର 'ଏଲିଫ୍ୟାଣ୍ଟ ହୁଇସପରର୍ସ'ରୁ ଓସ୍କାର ଜିତିବା ପରେ ସ୍ମୃତି ବଖାଣିଲେ ରିଅଲ ହିରୋଇନ ବେଲ୍ଲି । କହିଲେ ମୁଁ ଓସ୍କାର କଣ ଜାଣିନାହିଁ, ମୁଁ କେବଳ ହାତୀକୁ ଜାଣିଛି । ଅଧିକ ପଢନ୍ତୁ

Elephant whisperers documentary
Elephant whisperers documentary

By

Published : Mar 13, 2023, 10:29 PM IST

ନୂଆଦିଲ୍ଲୀ: ତାମିଲ ଭାଷାର ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର 'ଏଲିଫ୍ୟାଣ୍ଟ ହୁଇସପରର୍ସ' ଓସ୍କାର ଜିତି ସାରା ଦେଶକୁ ଗର୍ବିତ କରିଛି । ଏହି ସମ୍ମାନଜନକ ଏକାଡେମୀ ଆୱାର୍ଡ ଜିତିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଫିଲ୍ମର ଲିଡିଂ ଲେଡି ତଥା ରିଅଲ ହିରୋଇନ ବେଲ୍ଲି । ଓସ୍କାର କଣ ସେ ଜାଣିନାହାନ୍ତି, ସେ କେବଳ ହାତୀକୁ ଜାଣିଥିବା କହିଛନ୍ତି । ହାତୀ ସେବା କରି ବେଶ ଖୁସି ଅନୁଭବ କରିବା ସହି ପୁରୁଣା ଦିନର କାହାଣୀ ବଖାଣିଛନ୍ତି ।

ବେଲ୍ଲି ୧୦୦ ବର୍ଷ ପୁରୁଣା ମୁଦୁମଲାଇ କ୍ୟାମ୍ପର ଅଧିବାସୀ । ଏହି ସ୍ଥାନକୁ ନିକଟରେ ବ୍ୟାଘ୍ର ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିବା ବେଳେ ଏଠାରେ ହାତୀମାନେ ମଧ୍ୟ ବାସ କରନ୍ତି । ବେଲ୍ଲି ହେଉଛନ୍ତି ଫିଲ୍ମର ଲିଡିଂ ଲେଡି । ତାଙ୍କ ଭୂମିକାକୁ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ରରେ ଦର୍ଶାଯାଇଛି । ସେ ୨ ଛୁଆ ହାତୀକୁ ନିଜ ସନ୍ତାନ ପରି ସେବା କରୁଥିବାର ଫିଲ୍ମରେ ଦେଖିବାକୁ ମିଳିଛି । ଯେତେବେଳେ ଏହି ଫିଲ୍ମଟି ସମ୍ମାନଜନକ ଓସ୍କାର ଜିତିଥିଲା ଏହାପରେ ଆମେ ତାଙ୍କ ପ୍ରତିକ୍ରିୟା ନେଇଥିଲୁ । ସେ ପ୍ରତିକ୍ରିୟା ରଖି କହିଥିଲେ ଯେ ତାଙ୍କର ମନେ ରହିଛି ଯେତେବେଳେ ସେ ପ୍ରଥମେ ଲାଞ୍ଜ କଟିଯାଇଥିବା ଛୁଆ ହାତୀକୁ ଦେଖିଥିଲେ । ସେ ନିଜ ସ୍ବାମୀ ବୋମାନଙ୍କ ସହାୟତାରେ ଛୁଆ ହାତୀର ଜୀବନ ବଞ୍ଚାଇପାରିଥିଲେ ।

ଏହା ବି ପଢନ୍ତୁ-Oscars 2023: ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସ ହାତେଇଲା ଓସ୍କାର ଆୱାର୍ଡ

ବେଲ୍ଲି ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ମା' ଛେଉଣ୍ଡ ଛୁଆ ହାତୀ ରଘୁର ଲାଳନ ପାଳନ କରିଥିଲେ । ପଶୁ ସେବା କରିବା ତାଙ୍କ ରକ୍ତରେ ରହିଛି ବୋଲି ସେ କହିଛନ୍ତି । କାରଣ ତାଙ୍କ ପୂର୍ବଜମାନେ ମଧ୍ୟ ପଶୁ ସେବା କରିଆସୁଥିଲେ । ଓସ୍କାର ସମ୍ପର୍କରେ ସିଧାସଳଖ ପ୍ରତିକ୍ରିୟା ରଖି ସେ କହିଥିଲେ ଏହି ଆୱାର୍ଡ କଣ ସେ ଜାଣିନାହାନ୍ତି । ସେ କେବଳ ହାତୀକୁ ଜାଣିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଥିବା କର୍ତ୍ତିକା ଗୋନସାଭେସ ଓ ପ୍ରଯୋଜିକା ଗୁନୀତ ମୋଙ୍ଗାକୁ ଓସ୍କାର ଆୱାର୍ଡ ମିଳିଛି । ଫିଲ୍ମରେ ଛୁଆ ହାତୀ ଓ ଦମ୍ପତ୍ତିଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ପ୍ରତିପାଦିତ କରାଯାଇଛି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କର୍ତ୍ତିକା ଓ ଗୁନୀତଙ୍କୁ ଓସ୍କାର ଲାଗି ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଥାଉ କି ଏହି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ରକୁ ଗତ ବର୍ଷ ଡିସେମ୍ବର ୮ ତାରିଖରେ ନେଟଫ୍ଲିକ୍ସରେ ରିଲିଜ କରାଯାଇଥିଲା । ଫିଲ୍ମରେ ବେଲ୍ଲି ଓ ସ୍ବାମୀ ବୋମାଇ ଉଭୟ ଛୁଆ ହାତୀର ଲାଳନ ପାଳନ କରିଥିଲେ । ଯେତେବେଳେ ଛୁଆ ହାତୀ ରଘୁ କ୍ଷତାକ୍ତ ଥିଲା ତାକୁ ସେମାନେ ଉଦ୍ଧାର କରି ନିଜ ସନ୍ତାନ ପରି ଲାଳନ ପାଳନ କରିଥିଲେ । ରଘୁ ବି ବେଲ୍ଲିଙ୍କୁ ନିଜ ମାଆ ପରି ସ୍ନେହ କରୁଥିଲା । ପଶୁ ଓ ମଣିଷ ମଧ୍ୟରେ ଗଢି ଉଠିଥିବା ଏହି ସମ୍ପର୍କକୁ ଫିଲ୍ମରେ ଦର୍ଶାଯାଇଛି ।

ABOUT THE AUTHOR

...view details