ହାଇଦ୍ରାବାଦ:କଙ୍ଗନା ରାଣାୱତ ନିଜ ବିବାଦୀୟ ବୟାନ ପାଇଁ ସର୍ବଦା ଶିରୋନାମାରେ ରହିଥାନ୍ତି । ନିଜ ବୟାନ ମାଧ୍ୟମରେ କେତେବେଳେ ଫିଲ୍ମ ମାଫିଆଙ୍କ ଉପରେ ଟାର୍ଗେଟ କରନ୍ତି ତ କେତେବେଳେ କେଉଁ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଥାନ୍ତି । ବେଳେବେଳେ ନିଜ ମନ୍ତବ୍ୟ ପାଇଁ କଙ୍ଗନା ଟ୍ରୋଲର ମଧ୍ୟ ଶିକାର ହୋଇଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ କଙ୍ଗନାଙ୍କ ପ୍ରଶଂସା କରିଛନ୍ତି ସଲମାନ ଖାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲି । ପ୍ରଶଂସା ଉପରେ ଏବେ କଙ୍ଗନା ପ୍ରତିକ୍ରିୟା ଦେଇଛନ୍ତି ।
ଭିଡିଓରେ ସୋମି କହିଛନ୍ତି ଯେ, ମୁଁ ତୁମ ଆଗରେ ମୁଣ୍ଡ ନୁଆଁଉଛି । କଙ୍ଗନା ଏପରି ଜଣେ ଅଭିନେତ୍ରୀ ଯିଏ କେବେ ଚୁପ୍ ରହନ୍ତି ନାହିଁ, ସେ ସର୍ବଦା ସତ୍ୟ କୁହନ୍ତି ଏବଂ କେବଳ ସତ କହିବାକୁ ଭୟ କରନ୍ତି ନାହିଁ। ତାଙ୍କ ପ୍ରତି ଯାହା ଅନ୍ୟାୟ ଘଟେ, ସେ କ୍ୟାମେରାରେ କୁହନ୍ତି । କେବେ ବି ସେ କୁଣ୍ଠାବୋଧ କରନ୍ତି ନାହିଁ । ସର୍ବଦା ସତ୍ୟ କୁହନ୍ତି । ମୁଁ କଙ୍ଗନାଙ୍କର ଏକ ସାକ୍ଷାତକାର ଦେଖିଥିଲି ଯେଉଁଥିରେ ସେ ନିଜକୁ ଏତେ ଭଲ ଭାବରେ ଉପସ୍ଥାପନ କରିଥିଲେ । ସେ ଯେପରି ସତ୍ୟ କହିଥିଲେ । ସବୁକିଛି ସଚ୍ଚୋଟତାର ସହ କହିଥିଲେ । ଇଣ୍ଡଷ୍ଟ୍ରିରୁ ଯେଉଁମାନେ ସ୍ପଷ୍ଟ ଭାବରେ କହିଦିଅନ୍ତି । ଏହି କାରଣରୁ ମୁଁ ତାଙ୍କୁ ବହୁତ ସମ୍ମାନ କରେ । ଯେଉଁମାନେ ସତ୍ୟ କୁହନ୍ତି ସେମାନଙ୍କୁ ଇଣ୍ଡଷ୍ଟ୍ରି ଲୋକମାନେ ପସନ୍ଦ କରନ୍ତି ନାହିଁ ।