ହାଇଦ୍ରବାଦ:ଟିଭି ସେଲିବ୍ରେଟ ଠାରୁ ଆରମ୍ଭ କରି ବଲିଉଡ ତାରକାମାନେ ସ୍ୱାଧୀନତା ଦିବସକୁ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରିଥିଲେ । ଏହି ବିଶେଷ ଦିନରେ ସମସ୍ତ ଟିଭି ତାରକାମାନେ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକମାନଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ତାଙ୍କ ପରିବାର ସଦସ୍ୟଙ୍କ ସହ ସ୍ୱାଧୀନତା ଦିବସ ପାଳନ କରିଥିଲେ । ସେ ଜାତୀୟ ପତାକା ଉତ୍ତୋଳନ କରିବାର ଭିଡିଓ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ପତାକା ଉତ୍ତୋଳନ ଅଭିନେତ୍ରୀ ଜୋତା ପିନ୍ଧିଥିବାରୁ ଲୋକମାନେ ତାଙ୍କୁ ଟ୍ରୋଲ କରିଥିଲେ । ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବାର କିଛି ଘଣ୍ଟା ପରେ ଶିଳ୍ପା ଶେଟ୍ଟୀ ସେହି ଟ୍ରୋଲରଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: Gadar 2 BO Collection day 5: ସିନେମା ଇତିହାସରେ କଲା ନୂଆ ରେକର୍ଡ, 200 କୋଟି କ୍ଲବରେ ସାମିଲ
ଏହି ପୋଷ୍ଟ ଦେଖି ଲୋକମାନେ କହିଥିଲେ, ଜୋତା କାଢିବା ପରେ ପତାକା ଉତ୍ତୋଳନ କରିଥିଲେ ଭଲ ହୋଇଥାନ୍ତା । ଏହିଭଳି କମେଣ୍ଟ ଦେଖିବା ପରେ ଶିଳ୍ପା ଟ୍ରୋଲରଙ୍କୁ ଅଣଦେଖା କରିବା ମୁଡ୍ରେ ନଥିଲେ । ସେଥିପାଇଁ ସେ ଟ୍ରୋଲରମାନଙ୍କୁ ଉତ୍ତର ଦେଇ କହିଥିଲେ- “ମୋ ଦେଶ ଏବଂ ପତାକା ପ୍ରତି ସମ୍ମାନ ମୋ ହୃଦୟରୁ ଆସିଥାଏ ଏବଂ ତୁମର ପ୍ରଶ୍ନ ଉଠାଇବାର ଅଧିକାର ନାହିଁ ।’’
ଏହା ମଧ୍ୟ ପଢନ୍ତୁ: ପାକିସ୍ତାନରେ 'ଗଦର ୨' କ୍ରେଜ: ଆମେ କଳାକାର, ଆମେ ସମସ୍ତଙ୍କର କହିଲେ ସନ୍ନି