ଓଡିଶା

odisha

ETV Bharat / entertainment

Hrithik Roshan: ଖରାରେ ବିନା ସାର୍ଟରେ ହ୍ରିତିକ୍‌ଙ୍କ ୱାର୍କ ଆଉଟ, ଏମିତି ପ୍ରତିକ୍ରିୟା ଦେଲେ ଫ୍ୟାନ୍ସ - ବଲିଉଡ ଲୋକପ୍ରିୟ ଅଭିନେତା ହ୍ରିତିକ ରୋଶନ

ବଲିଉଡ ଲୋକପ୍ରିୟ ଅଭିନେତା ହ୍ରିତିକ ରୋଶନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଟାଣ ଖରାରେ ୱାର୍କ ଆଉଟ କରୁଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର ହେବା ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି । ଅଧିକ ପଢନ୍ତୁ

ଖରାରେ ବିନା ସାର୍ଟରେ ୱାର୍କ ଆଉଟ କଲେ ହ୍ରିତିକ ରୋଶନ, ଫଟୋ ଦେଖି ଫ୍ୟାନ୍ସ କହିଲେ ଏପରି
ଖରାରେ ବିନା ସାର୍ଟରେ ୱାର୍କ ଆଉଟ କଲେ ହ୍ରିତିକ ରୋଶନ, ଫଟୋ ଦେଖି ଫ୍ୟାନ୍ସ କହିଲେ ଏପରି

By

Published : Jun 14, 2023, 5:50 PM IST

ମୁମ୍ବାଇ: ବଲିଉଡର ସବୁଠାରୁ ହ୍ୟାଣ୍ଡସମ୍‌ ଏବଂ ଷ୍ଟାଇଲିସ୍‌ ଅଭିନେତାମାନଙ୍କ ମଧ୍ୟରୁ ଅଭିନେତା ହ୍ରିତିକ୍ ରୋଶନ ଅନ୍ୟତମ । ହ୍ରିତିକଙ୍କ ପ୍ରଶଂସକଙ୍କ ତାଲିକା ବହୁତ ଲମ୍ବା । ଆଜିକାଲି ହ୍ରିତିକ ରୋଶନ ତାଙ୍କ ଚଳଚ୍ଚିତ୍ର ଏବଂ ତାଙ୍କ ନୂଆ ରିଲେସନକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ସେ କଣ୍ଠଶିଳ୍ପୀ ସବା ଆଜାଦଙ୍କୁ ଡେଟ୍‌ କରୁଥିବା ରୁମର ହେଉଛି । ନିକଟରେ ହ୍ରିତିକ ବଲିଉଡ ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଧୁ ମଣ୍ଟେନା ଏବଂ ଇରା ତ୍ରିବେଦୀଙ୍କ ବିବାହରେ ଗର୍ଲଫ୍ରେଣ୍ଡ ସବାଙ୍କ ସହ ନଜର ଆସିଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ହ୍ରିତିକ ରୋଶନଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ହ୍ରିତିକ ଟାଣ ଖରାରେ ୱାର୍କ ଆଉଟ କରୁଥିବାର ନଜର ଆସିଛନ୍ତି ।

ହ୍ରିତିକ ରୋଶନ ନିଜ ଇନଷ୍ଟାଗ୍ରାମରେ ନିଜ ୱାର୍କ୍‌ ଆଉଟ୍‌ର ଫଟୋ ସେୟାର କରିଛନ୍ତି । ଅଭିନେତା ବିନା ସାର୍ଟରେ ଟାଣ ଖରାରେ ୱାର୍କ୍‌ ଆଉଟ୍‌ କରିଛନ୍ତି । ଏହି ଫଟୋ ସେୟାର ହେବା ପରେ ଫ୍ୟାନ୍ସ ବେଶ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ହ୍ରିତିକଙ୍କ ଏହି ଲୁକ୍ ଫ୍ୟାନ୍ସକୁ ପସନ୍ଦ ଆସିଛି । କମେଣ୍ଟ୍‌ରେ ଜଣେ ପ୍ରଶଂସକ ଲେଖିଛନ୍ତି, 'ଯାଦୁ ଧୁପ ଲେ ରାହା ହେ'। ଏଥିସହିତ ହ୍ରିତିକ ରୋଶନଙ୍କ ଅନେକ ପ୍ରଶଂସକ ତାଙ୍କ ପୋଷ୍ଟର କମେଣ୍ଟ ବକ୍ସରେ ଫାୟାର ଇମୋଜି ଦେଇଛନ୍ତି । ଜଣେ ଲେଖିଛନ୍ତି, "ଓଃ ହ୍ୟୁମାନିଟି ! ସାର୍, ଆପଣ କେବଳ ପ୍ରେରଣା ନୁହଁନ୍ତି, ଆପଣ ଏକ ଫିଲିଂ ।" ଅନ୍ୟ ଜଣେ ଲେଖିଛନ୍ତି, "କି ଦୃଶ୍ୟ!" ଆଉ ଜଣେ ଲେଖିଛନ୍ତି, ମୁଁ ମୋର ଅଦ୍ଭୁତ ରିଅଲ ସୁପରହିରୋ ହ୍ରିତିକ୍ ରୋଶନ୍ ସାର୍‌ଙ୍କୁ ବହୁତ ଭଲ ପାଏ । ଅନ୍ୟ ଜଣେ ଏକ ରେଡ୍‌ ହାର୍ଟ ଇମୋଜି ସହ ଲେଖିଛନ୍ତି "ପାୱାର ଟୁ ୟୁ ସାର୍ ।"

ହ୍ରିତିକଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ହ୍ରିତିକ ରୋଶନଙ୍କୁ ଶେଷ ଥର ପାଇଁ ବିକ୍ରମ ବେଦ ଫିଲ୍ମରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଭିନେତା 'ଫାଇଟର'ରେ ନଜର ଆସିବେ । ପଠାନ ଚଳଚ୍ଚିତ୍ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଏହି ଚଳଚ୍ଚିତ୍ରରୁ ପ୍ରଥମ ଥର ପାଇଁ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଯୋଡି ବଡ଼ ପରଦାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି 2024 ଜାନୁଆରୀ 25ରେ ରିଲିଜ ହେବାର ଯୋଜନା ରହିଛି । ଏଥିସହ ୱାର-2ରେ ମଧ୍ୟ ନଜର ଆସିବେ ହ୍ରିତିକ । ଏଥିରେ ସାଉଥ ସୁପରଷ୍ଟାର Jr NTRଙ୍କୁ ମଧ୍ୟ ହ୍ରିତିକଙ୍କ ସହ ଦେଖିବାକୁ ମିଳିବ ।

ABOUT THE AUTHOR

...view details