ଓଡିଶା

odisha

ETV Bharat / entertainment

ସବା ଆଜାଦ ବର୍ଥ ଡେ ସେଲିବ୍ରେସନ: ସାମ୍ନାକୁ ଆସିଲା ଲଭ ବାର୍ଡଙ୍କ ରୋମାଣ୍ଟିକ ଫଟୋ - Hrithik Roshan and Saba Azad birthday

ସବା ଆଜାଦ ବର୍ଥ ଡେ ସେଲିବ୍ରେସନ । ସବା ଆଜାଦ ତାଙ୍କ ଜନ୍ମଦିନରେ ପ୍ରେମିକ ହ୍ରିତିକ ରୋଶନଙ୍କ ସହ ବିତାଇଥିବା ମୁହୂର୍ତ୍ତର ଏକ ଭିଡିଓ ସେୟାର କରିଛନ୍ତି । ସବା କହିଛନ୍ତି, ଧନ୍ୟବାଦ ରୋ ... । ଅଧିକ ପଢନ୍ତୁ

ସାମ୍ନାକୁ ଆସିଲା ଲଭ ବାର୍ଡଙ୍କ ରୋମାଣ୍ଟିକ ଫଟୋ
ସାମ୍ନାକୁ ଆସିଲା ଲଭ ବାର୍ଡଙ୍କ ରୋମାଣ୍ଟିକ ଫଟୋ

By

Published : Nov 3, 2022, 4:53 PM IST

ହାଇଦ୍ରାବାଦ: ବଲିଉଡର ସୁପରହିରୋ ହ୍ରିତିକ୍ ରୋଶନ ଆଜିକାଲି ତାଙ୍କ ଚଳଚ୍ଚିତ୍ରଠାରୁ କମ୍, ରିଲେସନସିପ୍‌ ପାଇଁ ବେଶୀ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅଭିନେତା ତାଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦଙ୍କ ଜନ୍ମଦିନ ପାଳନ କରିଥିଲେ । ଏହି ବିଶେଷ ଅବସରରେ ହ୍ରିତିକ ସୋସିଆଲ ମିଡିଆରେ ଗାର୍ଲଫ୍ରେଣ୍ଡ ସାବାଙ୍କ ପାଇଁ ଏକ ବିଶେଷ ଜନ୍ମଦିନ ପୋଷ୍ଟ ସେୟାର କରିଥିଲେ। ତେବେ ଏହି କାରଣରୁ ହ୍ରିତିକ ରୋଶନଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଇଥିଲା । ବର୍ତ୍ତମାନ ସାବା ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ସବା କହିଛନ୍ତି କି ସେ କିପରି ତାଙ୍କର 37 ତମ ଜନ୍ମଦିନ ପାଳନ କରିଛନ୍ତି । ଉଲ୍ଲେଖନୀୟ, 1 ନଭେମ୍ବରରେ ସାବା ଆଜାଦ ତାଙ୍କର 37ନମ ଜନ୍ମଦିନ ପାଳନ କରିଥିଲେ ।

ସବା ଦେଖାଇଲେ ଜନ୍ମଦିନ ଉତ୍ସବର ଝଲକ

ଗୁରୁବାର ଦିନ କିଛି ସମୟ ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମରେ ସବା ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ପ୍ରେମିକ ହ୍ରିତିକ ରୋଶନଙ୍କ ସହ ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ସବା ଆଜାଦ ଲେଖିଛନ୍ତି, 'ମୁଁ ମୋର ଜନ୍ମଦିନରେ ଶାନ୍ତ ରହିବାକୁ ପସନ୍ଦ କରେ, ଏହି ଦିନ ତୁମେ ମୋତେ ଦୈନନ୍ଦିନ କାର୍ଯ୍ୟ କରୁଥିବା ଦେଖିବେ, ମୋର ଭଲ ଭାବେ ମନେ ନାହିଁ କି ମୁଁ ଏସବୁ କେବେ କରିବା ଆରମ୍ଭ କରିଥିଲି ।'

'କିନ୍ତୁ ବର୍ତ୍ତମାନ ଏହା ଏକ ଅଭ୍ୟାସରେ ପରିଣତ ହୋଇଛି, ମୋତେ ଭୁଲ୍ ବୁଝନ୍ତୁ ନାହିଁ, ମୁଁ ମଧ୍ୟ ପାର୍ଟି କରିବାକୁ ଭଲ ପାଏ, ଯେପର୍ଯ୍ୟନ୍ତ ମୋତେ ଏହାକୁ ପୂର୍ବରୁ କରିବା ପାଇଁ ଗୋଟିଏ ଦିନ ମିଳିଯାଏ, ମୋ ପାଇଁ ମୋ ଜନ୍ମଦିନ ବହୁତ ଛୋଟ, ମୋ ପାଇଁ ଏକ ଭଲ ଦିନ, ଯେତେବେଳେ ମୁଁ କିଛି ନୂଆ ଶିଖେ, ମୋ ମନକୁ ହାଲୁକା କରେ ଏବଂ ସେହି ଲୋକଙ୍କ ସହ ସମୟ ବିତାଏ ଯେଉଁମାନେ ମୋତେ ପସନ୍ଦ ।

ହ୍ରିତିକଙ୍କୁ ଜଣାଇଲେ ଧନ୍ୟବାଦ

ତାଙ୍କ ପ୍ରେମିକ ପାଇଁ ପରବର୍ତ୍ତୀ ଧାଡ଼ି ଲେଖିବା ବେଳେ ସବା କହିଛନ୍ତି, "ଧନ୍ୟବାଦ ରୋ .. ଏହି ଦିନକୁ ମୋ ପାଇଁ ସ୍ୱତନ୍ତ୍ର କରିଥିବାରୁ, ମୋ ଘରକୁ ଏକ ବଗିଚା ପରି ସଜା ଯାଇଛି ଏବଂ ମୋର ହୃଦୟ ମଧ୍ୟ ।"

ହ୍ରିତିକ-ସବା କେବେ ବିବାହ କରିବେ ?

ଯେବେଠୁ ହ୍ରିତିକ ଏବଂ ସବା ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ କରୁଥିବା ଦେଖାଯାଇଥିଲା, ସେବେଠୁ ଉଭୟଙ୍କୁ ନେଇ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଉଭୟ ସର୍ବସାଧାରଣରେ ସେମାନଙ୍କ ରିଲେସନସିପ୍‌ରେ ମୋହର ଲଗାଇଛନ୍ତି। ଏବେ ଖବର ହେଉଛି ଏହି ଯୋଡି ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବେ।

ABOUT THE AUTHOR

...view details