ଓଡିଶା

odisha

ETV Bharat / entertainment

ଗୃହମନ୍ତ୍ରୀଙ୍କୁ ପସନ୍ଦ ଆସିଲା ସମ୍ରାଟ ପୃଥ୍ବୀରାଜ, ଧନ୍ୟବାଦ ଜଣାଇଲେ ଅକ୍ଷୟ - ମାନୁଷୀ ଚିଲ୍ଲର

ବୁଧବାର ଦିନ ଦିଲ୍ଲୀର ଚାଣକ୍ୟ ଥିଏଟରରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପାଇଁ ସମ୍ରାଟ ପୃଥ୍ବୀରାଜର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା । ପରିବାର ସହିତ ଅକ୍ଷୟ କୁମାରଙ୍କ ଫିଲ୍ମ ଦେଖିବାକୁ ଗୃହମନ୍ତ୍ରୀ ଅମିତ ଶାହା ଆସିଥିଲେ । ଫିଲ୍ମ ଦେଖିବା ପରେ ଅମିତ ଶାହା ମଧ୍ୟ ଏହି ଫିଲ୍ମର ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପସନ୍ଦ ଆସିଲା ସମ୍ରାଟ ପୃଥ୍ବୀରାଜ, ଧନ୍ୟବାଦ ଜଣାଇଲେ ଅକ୍ଷୟ
ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପସନ୍ଦ ଆସିଲା ସମ୍ରାଟ ପୃଥ୍ବୀରାଜ, ଧନ୍ୟବାଦ ଜଣାଇଲେ ଅକ୍ଷୟ

By

Published : Jun 2, 2022, 9:58 AM IST

ହାଇଦ୍ରାବାଦ: ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର 'ସମ୍ରାଟ ପୃଥ୍ବୀରାଜ' ଶୁକ୍ରବାର ଦିନ ( ଜୁନ୍ 3) ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ରିଲିଜ୍‌ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ରିନିଂର ଆୟୋଜନ କରାଯାଇଥିଲା । ଉଚ୍ଚ ପଦବୀର ଅଧିକାରୀମାନେ ମଧ୍ୟ ଫିଲ୍ମର ସ୍କ୍ରିନିଂ ଦେଖିବା ପାଇଁ ସେଠାରେ ଉପସ୍ଥିତ ଥିଲେ । ଏଥି ସହିତ ଗୃହମନ୍ତ୍ରୀ ଅମିତ ଶାହା ଫିଲ୍ମର ପ୍ରଶଂସା କରି ଷ୍ଟାରକାଷ୍ଟକୁ ଉତ୍ସାହିତ କରିଛନ୍ତି ।

ଗୃହମନ୍ତ୍ରୀ ଏହି ଚଳଚ୍ଚିତ୍ରକୁ ପସନ୍ଦ କରିଛନ୍ତି

ବୁଧବାର ଦିନ ଦିଲ୍ଲୀର ଚାଣକ୍ୟ ଥିଏଟରରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପାଇଁ 'ସମ୍ରାଟ ପୃଥ୍ବୀରାଜ'ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ପରିବାର ସହିତ ଅକ୍ଷୟ କୁମାରଙ୍କ ଫିଲ୍ମ ଦେଖିବାକୁ ଗୃହମନ୍ତ୍ରୀ ଆସିଥିଲେ । ଫିଲ୍ମ ଦେଖିବା ପରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଫିଲ୍ମର ପ୍ରଶଂସା କରିଛନ୍ତି। ଏହି ଚଳଚ୍ଚିତ୍ର ବିଷୟରେ କଥାବାର୍ତ୍ତା କରି ଗୃହମନ୍ତ୍ରୀ କହିଛନ୍ତି ଯେ 'ସମ୍ରାଟ ପୃଥ୍ବୀରାଜ' କେବଳ ଜଣେ ଅଦ୍ବିତୀୟ ଯୋଦ୍ଧାର କାହାଣୀ ନୁହେଁ ଯିଏ ଆମ ମାତୃଭୂମି ପାଇଁ ସାହସର ସହିତ ଲଢିଥିଲେ, ଏହା ଆମ ସଂସ୍କୃତିର ମହାନତାକୁ ମଧ୍ୟ ପ୍ରତିଫଳିତ କରିଥାଏ।

ଚଳଚ୍ଚିତ୍ରର କାହାଣୀ ଉପରେ ଅଧିକ ଆଲୋଚନା କରି ସେ କହିଛନ୍ତି ଯେ, ପ୍ରକୃତ ଅର୍ଥରେ ଏହି ଚଳଚ୍ଚିତ୍ରର କାହାଣୀ ଭାରତୀୟ ସଂସ୍କୃତି ଏବଂ ମହିଳା ସଶକ୍ତିକରଣକୁ ବହୁତ ଭଲ ଭାବରେ ଚିତ୍ରଣ କରିଛି । ଏହା ବ୍ୟତୀତ ସେ ଫିଲ୍ମର ପୁରା ଟିମକୁ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଗୃହମନ୍ତ୍ରୀଙ୍କଠାରୁ ଫିଲ୍ମର ପ୍ରଶଂସା ଶୁଣିବା ପରେ 'ସମ୍ରାଟ ପୃଥ୍ବୀରାଜ'ର ମୁଖ୍ୟ ଅଭିନେତା ଅକ୍ଷୟ କୁମାର ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅକ୍ଷୟ ଲେଖିଛନ୍ତି ଯେ, ଏହା ମୋ ପାଇଁ ଏକ ଭାବପ୍ରବଣ ଏବଂ ଗର୍ବିତ ସନ୍ଧ୍ୟା ଥିଲା । ଗୃହମନ୍ତ୍ରୀ ଅମିତ ଶାହା ଆମ ଚଳଚ୍ଚିତ୍ର ଦେଖିଥିଲେ। ଆମ ଚଳଚ୍ଚିତ୍ର ପାଇଁ ତାଙ୍କର ପ୍ରଶଂସା ଆମର ପ୍ରୟାସକୁ ସଫଳ କରିଛି । ଏହା ବ୍ୟତୀତ ସେ ଗୃହମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖନୀୟ ଯେ, 'ସମ୍ରାଟ ପୃଥ୍ବୀରାଜ' ପୂର୍ବରୁ ଫିଲ୍ମର ନାମ କେବଳ ' ପୃଥ୍ବୀରାଜ' ଥିଲା । ନାମକୁ ନେଇ ବିବାଦ ପରେ ଫିଲ୍ମର ଟାଇଟଲ୍ 'ସମ୍ରାଟ ପୃଥ୍ବୀରାଜ'ରେ ପରିବର୍ତ୍ତନ କରାଯାଇଥିଲା ।

ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ସମ୍ରାଟ ପୃଥ୍ବୀରାଜ ଚୌହାନ ଭୂମିକାରେ ଅଭିନୟ କରୁଥିବାବେଳେ ମାନୁଷୀ ଚିଲ୍ଲର ତାଙ୍କ ପତ୍ନୀ ରାଜକୁମାରୀ ସଂୟୋଗିତାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ର ସହିତ ମାନୁଷୀ ବଲିଉଡରେ ଡେବ୍ୟୁ କରୁଛନ୍ତି । ଏହି ଚଳଚ୍ଚିତ୍ରଟି ଜୁନ୍ 3 ତାରିଖ ଦିନ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details