ଓଡିଶା

odisha

By ETV Bharat Odisha Team

Published : Dec 17, 2023, 1:42 PM IST

ETV Bharat / entertainment

୯୩ ବର୍ଷରେ ଆଖି ବୁଜିଲେ ହଲିଉଡ ଅଭିନେତା ଜ୍ୟାକ ଆକ୍ସେଲ୍ରୋଡ୍

Jack Axelrod Passes Away: ଦୁନିଆକୁ ଅଲବିଦା କହିଲେ ହଲିଉଡ ଲୋକପ୍ରିୟ ଅଭିନେତା ଜ୍ୟାକ୍ ଆକ୍ସେଲ୍ରୋଡ । ୯୩ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅଭିନେତା । ଅଧିକ ପଢନ୍ତୁ,

୯୩ ବର୍ଷରେ ଆଖି ବୁଜିଲେ ହଲିଉଡ ଅଭିନେତା ଜ୍ୟାକ ଆକ୍ସେଲ୍ରୋଡ୍
୯୩ ବର୍ଷରେ ଆଖି ବୁଜିଲେ ହଲିଉଡ ଅଭିନେତା ଜ୍ୟାକ ଆକ୍ସେଲ୍ରୋଡ୍

ୱାଶିଂଟନ: ଇଣ୍ଡଷ୍ଟ୍ରିରୁ ପୁଣି ଆସିଲା ଆଉ ଏକ ଦୁଃଖଦ ଖବର । ଜଣାଶୁଣା ଧାରାବାହିକ 'ଜେନେରାଲ୍ ହସ୍ପିଟାଲ୍'ରେ ଭିକ୍ଟର ଜେରୋମ ଭୂମିକାରେ ଅଭିନୟ କରିଥିବା ଜଣାଶୁଣା ହଲିଉଡ୍‌ ଅଭିନେତା ଜ୍ୟାକ୍ ଆକ୍ସେଲ୍ରୋଡଙ୍କ ଦେହାନ୍ତ । ସେ ଲସ୍‌ ଆଞ୍ଜେଲସରେ ୯୩ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଅଭିନେତାଙ୍କ ମୃତ୍ୟୁ ନେଇ ତାଙ୍କର ପ୍ରତିନିଧୀ ଜେନିଫର୍ ଗାରଲ୍ୟାଣ୍ଡ ସୂଚନା ଦେଇଛନ୍ତି । ଏହି ଖବର ଶୁଣି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୮ରେ ଜ୍ୟାକ୍ ଆକ୍ସେଲ୍ରୋଡଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ଏହି ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ତେବେ ଅଭିନେତାଙ୍କ ମୃତ୍ୟୁକୁ ପ୍ରାକୃତିକ କାରଣ ବୋଲି କୁହାଯାଇଛି । ଜ୍ୟାକ୍ ତିନି ବର୍ଷ ଧରି 'ଜେନେରାଲ୍ ହସ୍ପିଟାଲ୍'ରେ ବସ୍ ଭୂମିକାରେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ ସେ 'ମାଇ ନେମ୍‌ ଇଜ ଅର୍ଲ୍'ରେ ମଧ୍ୟ କାମ କରିଛନ୍ତି । ସେ ନିରନ୍ତର ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି ।

ଜ୍ୟାକ୍ ଆକ୍ସେଲ୍ରୋଡ୍ ୧୯୩୦ରେ ଲସ ଆଞ୍ଜେଲସ୍‌ରେ ଜନ୍ମଗ୍ରହଣ କରିଥିଲେ ଏବଂ ଆମେରିକା ଫେରିବା ପୂର୍ବରୁ ତଥା ଆର୍କିଟେକ୍ଟ କ୍ୟାରିଅର୍ କରିବା ପୂର୍ବରୁ ଜର୍ମାନୀରେ ଆମେରିକାର ସେନାରେ (୧୯୫୩-୧୯୫୫) କର୍ପୋରେଟର ଭାବରେ କାର୍ଯ୍ୟ କରିଥିଲେ । ଜ୍ୟାକ୍ ଆକ୍ସେଲ୍ରୋଡ୍ ଅଭିନୟ କରିବା ପାଇଁ ଚାକିରି ଛାଡ଼ିଦେଲେ ଏବଂ ତାଙ୍କର ପ୍ରଥମ ଚଳଚ୍ଚିତ୍ର, ଅଫ୍ ବ୍ରଡୱେ ପ୍ରଡକ୍ସନ୍ ମ୍ୟାକବେଥ୍‌ରେ ଅଭିନୟ କରିଥିଲେ । ସେ ୱୁଡି ଏଲେନଙ୍କ ୧୯୭୧ ଚଳଚ୍ଚିତ୍ର 'ବାନାନାଜ' ଫିଚର ଫିଲ୍ମ ସହ ଅଭିନୟରେ ଡେବ୍ୟୁ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:କେମିତି ହୋଇଥିଲା ଫ୍ରେଣ୍ଡସ୍ ଅଭିନେତା ମାଥ୍ୟୁ ପେରିଙ୍କ ମୃତ୍ୟୁ, ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ପରେ ଜ୍ୟାକ୍ ୱାଇସ୍(୨୦୦୦), ରୋଡ୍ ଟୁ ରେଡମପ୍ସନ୍ (୨୦୦୧), ହନକୋକ୍(୨୦୦୮), ଲିଟିଲ୍ ଫକର୍ସ (୨୦୧୦), ସୁପର 8 (୨୦୧୧), ଟ୍ରାନ୍ସଫର୍ମର୍ସ: ଡାର୍କ ଅଫ୍ ଦି ମୁନ୍ (୨୦୧୧), ଜେ. ଏଡଗର(୨୦୧୧), ଦ ଲୋନ ରେଞ୍ଜର୍ (୨୦୧୩) ଭଳି ଚଳଚ୍ଚିତ୍ରରେ ତାଙ୍କର ଦମଦାର ଅଭିନୟ କରିଛନ୍ତି । ଟେଲିଭିଜନ ଶୋ' ବିଷୟରେ କହିବାକୁ ଗଲେ, ଜ୍ୟାକ୍ ABCର ଜେନେରାଲ୍ ହସ୍ପିଟାଲ୍ (୧୯୮୭-୧୯୮୯)ରେ ଭିକ୍ଟର ଜେରୋମ ଭୂମିକାରେ ଅଭିନୟ କରିଥିଲେ । ସେ ମାଇ ନେମ୍‌ ଇଜ୍‌ ଅର୍ଲ୍ , ଗ୍ରେଜ ଏନାଟୋମି, ଡଲାସ୍, ହିଲ୍ ଷ୍ଟ୍ରିଟ୍ ବ୍ଲୁଜ୍, ଡାୟନେଷ୍ଟ୍ରି, ଆଉଟଲଞ୍ଜ, ନାଇଟ୍ କୋର୍ଟ, ନଟ୍ସ ଲ୍ୟାଣ୍ଡିଂ, ଏଲିୟାସ୍, ଫ୍ରେଜିଅର୍, ମଲକମ୍ ଇନ ଦ ମିଡଲ ବି ଅଭିନୟ କରିଛନ୍ତି । ସେ 2020ରେ ୯୦ ବର୍ଷ ବୟସରେ ଫିଲ୍ମ ଜଗତରୁ ଅବସର ନେଇଥିଲେ ।

ABOUT THE AUTHOR

...view details