ମୁମ୍ବାଇ:ରଙ୍ଗର ପର୍ବ ହୋଲି । ହୋଲିରେ ସମସ୍ତେ ନିଜ ସାଥୀ, ବନ୍ଧୁ, ସମ୍ପର୍କୀୟଙ୍କ ସହ ଏକାଠି ହୋଇ ରାଗରୁଷା ଭୁଲି ପରସ୍ପର ଦେହରେ ରଙ୍ଗ ଖେଳିଥାନ୍ତି । ଫଳରେ ସମସ୍ତଙ୍କ ମଧ୍ୟରେ ସମ୍ପର୍କ ଦୃଢ ହେବା ସହ ପ୍ରେମ ମଧ୍ୟ ବଢିଥାଏ । ଏଥିପାଇଁ ହୋଲିକୁ ସାରା ଦେଶ ଧୁମଧାମରେ ପାଳନ କରିଥିବା ବେଳେ ଅନେକ ସେଲିବ୍ରିଟି ମଧ୍ୟ ସେମାନଙ୍କ ସାଥୀ, ବନ୍ଧୁ, ସମ୍ପର୍କୀୟଙ୍କ ସହ ଏହି ଦିନରେ ଖୁବ୍ ମଜା କରିଥାନ୍ତି । ଏହାରି ମଧ୍ୟରେ ଆମେ କିଛି ଏଭଳି ସେଲିବ୍ରିଟିଙ୍କ କଥା କହିବାକୁ ଯାଉଛୁ, ଯେଉଁମାନେ ବିବାହ ପରେ ସେମାନଙ୍କର ପ୍ରଥମ ହୋଲି ପାଳନ କରିବାକୁ ଯାଉଛନ୍ତି । ସେଲିବ୍ରିଟିଙ୍କ ମଧ୍ୟରେ 5 ଦମ୍ପତି ଅଛନ୍ତି, ଯେଉଁମାନେ ବିବାହ ପରେ ସେମାନଙ୍କର ପ୍ରଥମ ହୋଲି ପାଳନ କରିବାକୁ ଯାଉଛନ୍ତି । ସେଲିବ୍ରିଟି ହେଲେ ରଣବୀର କପୁର ଏବଂ ଆଲିଆ ଭଟ୍ଟ, ଅଲି ଫଜଲ ଏବଂ ରିଚା ଚଡ୍ଡା, ହାନସିକା ମୋଟୱାନି ଏବଂ ସୋହେଲ କାଥୁରିଆ, କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ, ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ।
ବଲିଉଡର ତାରକା ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ଗତ ବର୍ଷ ଏପ୍ରିଲ 14 (2022)ରେ ବିବାହ କରିଥିଲେ । ହୋଲିର ପରବର୍ତ୍ତୀ ମାସରେ ଏହି ଦମ୍ପତି ବିବାହ କରିଥିଲେ । ଏଭଳି ପରିସ୍ଥିତିରେ ସେ ଏକାଠି ହୋଲି ଖେଳିବାରୁ ବଞ୍ଚିତ ହୋଇଥିଲେ, କିନ୍ତୁ ଏହି ହୋଲି ଦମ୍ପତିଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ସେ ତାଙ୍କ ଝିଅ ରାହାଙ୍କ ସହ ଏହି ପର୍ବକୁ ଉପଭୋଗ କରିବେ ।