ମୁମ୍ବାଇ: ଆମେ ଇଂରାଜୀ, ଚାଇନିଜ୍, ଫରାସୀ କିମ୍ବା କୌଣସି ବିଦେଶୀ ଭାଷା ଶିଖିବା ଏବଂ ଏହାକୁ କହିବାକୁ ଡରିଥାଉ । କିନ୍ତୁ ହିନ୍ଦୀ ଭାଷାରେ କିଛି ଅଲଗା ସ୍ବାଦ ରହିଛି । ଯାହା ଅନ୍ୟ କୌଣସି ଭାଷାରେ ନାହିଁ । ଆଜି ସାରା ଦେଶରେ ହିନ୍ଦୀ ଦିବସ ପାଳନ କରାଯାଉଛି । ତେବେ ଏହି ବିଶେଷ ଦିନରେ ଚଳଚ୍ଚିତ୍ର ଜଗତରେ ଥିବା ବିଦେଶୀ ସୁନ୍ଦରୀମାନଙ୍କର ଅବସ୍ଥା କ’ଣ ? ଜାଣନ୍ତୁ...
ବଲିଉଡରେ ବର୍ତ୍ତମାନ ଅନେକ ବିଦେଶୀ ଅଭିନେତ୍ରୀ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଅଭିନେତ୍ରୀମାନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫ୍, ନର୍ଗିସ୍ ଫାକରୀ, ଜ୍ୟାକଲିନ୍ ଫର୍ଣ୍ଣାଡିସ୍, ସନ୍ନି ଲିଓନି, ନୋରା ଫତେହି ଭଳି ଅଭିନେତ୍ରୀ ଆଜି ବଲିଉଡରେ ରାଜ୍ କରିବା ସହ ଫ୍ୟାନ୍ସଙ୍କୁ ଦିୱାନା କରୁଛନ୍ତି । ଦିନ ଥିଲା ଏହି ସୁନ୍ଦରୀ ଅଭିନେତ୍ରୀମାନଙ୍କୁ ଭଲରେ ହିନ୍ଦୀ କହିବା ଆସୁନଥିଲା । କିନ୍ତୁ ସମସ୍ତେ ଆଜି ଭଲ ହିନ୍ଦୀ କୁହନ୍ତି ଏବଂ ଦର୍ଶକଙ୍କ ମନ ଜିତନ୍ତି ।
କ୍ୟାଟ୍ରିନା କୈଫ: କ୍ୟାଟ୍ରିନା ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ସୁନ୍ଦର ଅଭିନେତ୍ରୀ ଏବଂ ସେ ଟପ୍ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ। ସେ ନିଜ ଅଭିନୟ ଏବଂ ଲୁକ୍ସରେ ଫ୍ୟାନ୍ସଙ୍କ ମନ ଜିତିଥାଆନ୍ତି । ସେ 2003 ମସିହାରେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କର ଦୁର୍ବଳ ହିନ୍ଦୀ ଯୋଗୁଁ ତାଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହୋଇଥିଲା । ବର୍ତ୍ତମାନ ସେ ହିନ୍ଦୀ ଭାଷାରେ ଭଲରେ କଥାବାର୍ତ୍ତା କରୁଛନ୍ତି ।
ନୋରା ଫତୈହି: ଦିଲବର ଦିଲବର୍ ଗାର୍ଲ ଅଭିନେତ୍ରୀ ମଧ୍ୟ ବିଦେଶିନୀ ଅଟନ୍ତି। 2013ରେ କାନାଡିୟ ଅଭିନେତ୍ରୀ ଏବଂ ମଡେଲ ବଲିଉଡରେ ଏଣ୍ଟ୍ରି କରିଥିଲେ । ତାଙ୍କ ଡ୍ୟାନ୍ସ ସହ ସେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଜିର ଦିନରେ ସେ ଭଲ ହିନ୍ଦୀ କହି ମଧ୍ୟ ଲୋକଙ୍କ ମନ ଜିତନ୍ତି ।