ମୁମ୍ବାଇ: ହିନା ଖାନ ଆଜି(ମେ' 25ରେ) କାଶ୍ମୀରର ଶ୍ରୀନଗରରେ ଜି-20 ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । କାଶ୍ମୀରରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ 'ଆରଆରଆର' ଅଭିନେତା ରାମ ଚରଣଙ୍କ ପରେ ଏବେ ହିନା ଖାନ ଦ୍ୱିତୀୟ ଭାରତୀୟ ସେଲିବ୍ରିଟି ଭାବେ ଯୋଗ ଦେଇଛନ୍ତି । ହିନା ଖାନ ମଧ୍ୟ ଶ୍ରୀନଗରରେ ବଢିଛନ୍ତି । ଏହି ସମ୍ମିଳନୀରେ କାଶ୍ମୀର ଉପରେ ଆଲେଚନା କରି ସେ କହିଛନ୍ତି, "ମୁଁ ଏଥିରେ ଅଂଶଗ୍ରହଣ କରିଥିବାରୁ ନିଜକୁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛି ।"
ଶ୍ରୀନଗର ଜି -20 ଶିଖର ସମ୍ମିଳନୀରେ ସାମିଲ ହେଲେ ହିନା ଖାନ, କାଶ୍ମୀରକୁ ନେଇ କହିଲେ ଏଭଳି
ଆଜି ଶ୍ରୀନଗରରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ 'ୟେ ରିସ୍ତା କ୍ୟା କେହଲତା ହେ' ଫେମ ଅଭିନେତ୍ରୀ ହିନା ଖାନ୍ ଯୋଗ ଦେଇଛନ୍ତି। ସୋସିଆଲ ମିଡିଆରେ ଜି -20 ସମ୍ମିଳନୀରୁ ତାଙ୍କର କିଛି ଫଟୋ ସେୟାର କରିଛନ୍ତି। ଏହି ସମୟରେ ଅଭିନେତ୍ରୀ କାଶ୍ମୀର ଉପରେ ଆଲେଚନା କରିଛନ୍ତି। ଏବଂ ଅଧିକ ପଢନ୍ତୁ,
ହିନାଙ୍କୁ ବ୍ୟକ୍ତିଗତ ଭାବେ ଶ୍ରୀନଗର ମେୟର ଜୁନାଦ ଅଜିମ ମତ୍ତୁ ନିମନ୍ତ୍ରଣ କରିଥିଲେ । ଶିଖର ସମ୍ମିଳନୀର ତୃତୀୟ ଦିନରେ 'ୟେ ରିସ୍ତା କ୍ୟା କେହଲତା ହେ' ଅଭିନେତ୍ରୀ ଏଣ୍ଟରଟେନମେଣ୍ଟ୍ ଇଣ୍ଡଷ୍ଟ୍ରିକୁ ପ୍ରତିନିଧିତ୍ୱ କରିଥିଲେ। ହିନା ଖାନ ତାଙ୍କ ଅଫିସିଆଲ ଇନ୍ଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ G-20 ର କିଛି ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ସେ ଶ୍ରୀନଗରର ମେୟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହିନା କ୍ୟାପସନରେ ଲେଖିଛନ୍ତି, "ଜାମ୍ମୁ କାଶ୍ମୀର ଏବଂ ଦେଶର ଯୁବକମାନଙ୍କ ପାଇଁ ସକରାତ୍ମକ ବିକାଶ ତଥା ସୃଜନଶୀଳ ବିକଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀନଗରରେ ଜି-20 ଟୁରିଜିମ୍ ୱାର୍କିଂ ଗ୍ରୁପ୍ କନ୍ଫରେନ୍ସ ଏକ ଅଂଶ ହେବାର ସୁଯୋଗ ମିଳିଥିବାରୁ ମୁଁ କୃତଜ୍ଞ । ଏହା ନୂତନ କାଶ୍ମୀରର ବିକାଶର କାହାଣୀରେ ଯୋଗଦାନ ସଦୃଶ କାଶ୍ମିରୀ ଯୁବଗୋଷ୍ଠୀକୁ ପ୍ରେରଣା ଦେବ ।"
ହିନା ଆହୁରି ଲେଖିଛନ୍ତି, "ଆଜି ବିଶେଷ ପ୍ରତିଭାଙ୍କୁ ଭେଟିଛି । ରାଜ୍ୟପାଳଙ୍କଠାରୁ ମାନ୍ୟତା ପାଇବା ଉତ୍ସାହଜନକ ଅଟେ । ଏହା ନିଜ ଭବିଷ୍ୟତ ପାଇଁ ସଠିକ୍ ରାସ୍ତା ବାଛିବା ପାଇଁ ପ୍ରେରଣା ଯୋଗାଇବ । ଏହି ପଦକ୍ଷେପ ପାଇଁ ଶ୍ରୀନଗର ମେୟର ଜୁନାଦ ଆଜିମ ମତ୍ତୁଙ୍କୁ ଧନ୍ୟବାଦ ।" ଫଟୋ ଗୁଡ଼ିକରେ, ହିନା ହାଲୁକା ହଳଦିଆ ରଙ୍ଗର ଅନାରକଲି ସୁଟ୍ରେ ଖୁବ ସୁନ୍ଦର ଲାଗୁଛନ୍ତି । ପ୍ରଥମ ଫଟୋରେ ହିନା ମେୟର ଜୁନାଦ ଅଜିମ ମତ୍ତୁଙ୍କ ସହ ନଜର ଆସିଛନ୍ତି । ଅନ୍ୟ ଏକ ଫଟୋରେ, ସେ ଜି -20 ଶିଖର ସମ୍ମିଳନୀର ଅନ୍ୟ ସଦସ୍ୟଙ୍କ ସହ ପୋଜ୍ ଦେଇଥିବା ଦେଖିବାକୁ ମିଳିଛି । ହିନା ତାଙ୍କ ପୋଷ୍ଟରେ କିଛି ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ମେୟରଙ୍କ ସହ ସ୍ୱତନ୍ତ୍ର ବୈଠକ, ଜି -20 ସ୍କ୍ରିନିଂ ଏବଂ ପ୍ରଦର୍ଶନୀରେ ଥିବା କେତେକ ଷ୍ଟଲ୍ର ଲୁକ୍ ମଧ୍ୟ ଦେଖାଇଛନ୍ତି । ସୋସିଆଲ ମିଡିଆରେ ହିନାଙ୍କ ଏହି ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେଉଛି । ଫ୍ୟାନ୍ସ ଏହାକୁ ଲାଇକ୍ କରିବା ସହ ପ୍ରଶଂସା କରିଛନ୍ତି ।