ଓଡିଶା

odisha

ETV Bharat / entertainment

ହସ୍ପିଟାଲରେ ଭର୍ତ୍ତି ହିନା ଖାନ, ୪ଦିନ ହେଲା ଜ୍ବରରେ ଆକ୍ରାନ୍ତ

Hina Khan Admitted To Hospital: ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ହସ୍ପିଟାଲରେ ଭର୍ତ୍ତି । ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ,

By ETV Bharat Odisha Team

Published : Dec 28, 2023, 9:59 PM IST

ହସ୍ପିଟାଲରେ ଭର୍ତ୍ତି ହିନା ଖାନ, ୪ଦିନ ହେଲା ଜ୍ବରରେ ଆକ୍ରାନ୍ତ
ହସ୍ପିଟାଲରେ ଭର୍ତ୍ତି ହିନା ଖାନ, ୪ଦିନ ହେଲା ଜ୍ବରରେ ଆକ୍ରାନ୍ତ

ହାଇଦ୍ରାବାଦ: ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି ଅଭିନେତ୍ରୀ । ସେ ଜ୍ବରରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କହିଛନ୍ତି । ଏହି ପୋଷ୍ଟ ଦେଖିବା ପରେ ଚିନ୍ତା ପ୍ରକଟ କରିବା ସହ ଅଭିନେତ୍ରୀଙ୍କ ସୁସ୍ଥ କାମନା କରିଛନ୍ତି ।

ହିନା ଖାନଙ୍କ ପୋଷ୍ଟ

ହିନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ହସ୍ପିଟାଲର କିଛି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ହିନା ମେଡିକାଲ ବେଡରେ ବସିଥିବାର ନଜର ଆସିଛନ୍ତି । ଏବଂ ସେଥିରେ ସେ ଲେଖିଛନ୍ତି, 'ଲାଇଫ ଅପଡେଟ । ୪ର୍ଥ ଦିନ ।' ଆଉ ଏକ ଫଟୋରେ ସେ ଥର୍ମୋମିଟର ଧରିଥିବା ନଜର ଆସିଛନ୍ତି । ଯେଉଁଥିରେ ତାପମାତ୍ରା ୧୦୨ ଡିଗ୍ରି ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ମୋତ ପ୍ରବଳ ଜ୍ବର ହୋଇଛି । ଗତ ୪ ଦିନ ହେଲା ମୁଁ ଜ୍ବରରେ ଆକ୍ରାନ୍ତ । ଏହି ତାପମାତ୍ରା କମିବାର ନା ନେଉନି । କ୍ରମାଗତ ଭାବେ ଏହା ୧୦୨-୧୦୩ ଡିଗ୍ରି ତାପମାତ୍ରା ରହୁଛି ।ଏବେ ମୋର ଶକ୍ତି ଆଉ ନାହିଁ । ସେ ଆହୁରି ଲେଖିଛନ୍ତି, ଯେଉଁ ଲୋକମାନେ ମୋ ପାଇଁ ଚିନ୍ତିତ, ମୁଁ କହୁଛି ମୁଁ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବି ।'

ଲୋକପ୍ରିୟ ଟେଲିଭିଜନ ଶୋ 'ୟେ ରିସ୍ତା କ୍ୟା କେହଲତା ହେ' ରେ ଅକ୍ଷରାଙ୍କ ଭୂମିକା ସହ ବୋଶ ଲୋକପ୍ରିୟତା ହାସଲ କରିବା ସହ ଘରେ ଘରେ ବେଶ ପରିଚିତ । ଏଥିସହ ସେ 'କସୋଟି ଜିନ୍ଦଗି କି ୨'ର ଏକ ଅଂଶ ମଧ୍ୟ ଥିଲେ, ଯେଉଁଥିରେ ସେ ଖଳନାୟିକା କୋମୋଲିକା ଭୂମିକାରେ ଅଭିନୟ କରିଥିଲେ । ତେବେ ସେ କିଛି ମାସ ପରେ ସେ ଶୋ' ଛାଡିଦେଇଥିଲେ।

ଏହା ମଧ୍ୟ ପଢନ୍ତୁ:ଶ୍ରୀନଗର ଜି -20 ଶିଖର ସମ୍ମିଳନୀରେ ସାମିଲ ହେଲେ ହିନା ଖାନ, କାଶ୍ମୀରକୁ ନେଇ କହିଲେ ଏଭଳି

ପରେ ତାଙ୍କୁ 'ଖତରୋଁ କେ ଖିଲାଡି' ସିଜନ୍ 8 ଏବଂ 'ବିଗ୍ ବସ୍ 11' ପରି ଟେଲିଭିଜନ ରିଆଲିଟି ଶୋ’ରେ ମଧ୍ୟ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିଥିଲା । ମଡେଲିଂ ଏବଂ ଅଭିନୟ ବ୍ୟତୀତ ଜମ୍ମୁ କାଶ୍ମୀରର ବାସିନ୍ଦା ହିନା ଖାନଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଶୀର୍ଷରେ ରହିଛି । ଏହି ଅଭିନେତ୍ରୀ ଗୁରୁଗାଓଁରୁ ଏମବିଏ ଅଧ୍ୟୟନ କରିଛନ୍ତି । ସୁନ୍ଦର ଅଭିନୟ ପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ଦିଆଯାଇଛି ।

ABOUT THE AUTHOR

...view details