ହାଇଦ୍ରାବାଦ: ବିଗ୍ ବସ୍ ୧୩ ଫେମ୍ କପଲ୍ ଅସୀମ ରିଆଜ୍ ଏବଂ ହିମାଂଶୀ ଖୁରାନାଙ୍କ ବ୍ରେକଅପ୍ ହୋଇଛି । ବର୍ଷ ବର୍ଷ ଧରି ପରସ୍ପରକୁ ଡେଟିଂ କରିବା ପରେ ବର୍ତ୍ତମାନ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଖବର ଅସୀମ ଏବଂ ହିମାଂଶୀଙ୍କ ଫ୍ୟାନ୍ସ ସମେତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ହିମାଂଶୀ ଏନେଇ ସୂଚନା ଦେଇଛନ୍ତି । ଧର୍ମ ପାଇଁ ପ୍ରେମକୁ ବଳି ଦେଇଥିବା ସେ କହିଛନ୍ତି ।
ହିମାଂଶୀ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, 'ହଁ, ଆମେ ଆଉ ଏକାଠି ନାହୁଁ । ଆମେ ଯାହା ବି ସମୟ ଏକାଠି ବିତାଇଥିଲୁ ତାହା ବହୁତ ଭଲ ଥିଲା, କିନ୍ତୁ ବର୍ତ୍ତମାନ ଆମେ ଏକାଠି ନାହୁଁ । ଆମର ସମ୍ପର୍କର ଯାତ୍ରା ଚମତ୍କାର ଥିଲା ଏବଂ ଆମେ ଆମ ଜୀବନରେ ପରସ୍ପରକୁ ଛାଡି ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛୁ । ଆମେ ଆମର ଧର୍ମକୁ ସମ୍ମାନ ଦେଇ ଆମର ଭିନ୍ନ ଧାର୍ମିକ ମାନ୍ୟତା ହେତୁ ଆମେ ଆମର ପ୍ରେମକୁ ବଳି ଦେଉଛୁ । ଆମର ପରସ୍ପର ବିରୁଦ୍ଧରେ ନାହୁଁ । ଆମର ବ୍ୟକ୍ତିଗତ ଜୀବନକୁ ସମ୍ମାନ କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ । ହିମାଂଶୀ ।'