ହାଇଦ୍ରାବାଦ: 'ହିରୋପନ୍ତି 2'ର ନୂଆ ଗୀତ 'ମେରେ ନାଲ୍ ତୁ ହ୍ବିସିଲ୍ ବଜା 2.0' (Whistle Baja 2.0) ଆଜି ମୁକ୍ତିଲାଭ କରିଛି। ଏହି ଗୀତରେ ଟାଇଗର, କ୍ରିତି ସାନନଙ୍କ ସହ ନଜର ଆସିଛନ୍ତି । ଗୀତରେ ଉଭୟଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଛି । ରିଲିଜ୍ ହୋଇଥିବା ଗୀତରେ ଟାଇଗର-କ୍ରିତିଙ୍କ ଡ୍ୟାନ୍ସ ଦେଖି ଆପଣଙ୍କୁ 'ହିରୋପନ୍ତି'ର 'ହ୍ବିସଲ୍ ବଜା' ଗୀତ ମନେ ପଡିଯିବ । ମିକା ସିଂ ଏବଂ ନୀତି ମୋହନ ଏହି ଚଳଚ୍ଚିତ୍ରର ବହୁ ପ୍ରତୀକ୍ଷିତ ଗୀତ 'ହ୍ବିସିଲ୍ ବାଜା 2.0' କୁ ସ୍ୱର ଦେଇଛନ୍ତି।
କହିବାକୁ ଗଲେ, ପ୍ରଶଂସକମାନେ ଦୀର୍ଘ ଦିନ ଧରି 'ହିରୋପନ୍ତି 2' ରିଲିଜକୁ ଅପେକ୍ଷା କରି ରହିଛନ୍ତି, ଯାହା ଏବେ ଶେଷ ହେବାକୁ ଯାଉଛି, କାରଣ ଏହି ଚଳଚ୍ଚିତ୍ରଟି ଏପ୍ରିଲରେ ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି 2014 ରେ ମୁକ୍ତିଲାଭ କରିଥିବା 'ହିରୋପନ୍ତି'ର ଦ୍ୱିତୀୟ ଭାଗ ଅଟେ । ଟାଇଗର ଶ୍ରଫ ଏହି ଚଳଚ୍ଚିତ୍ରରେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ବର୍ତ୍ତମାନ 6 ବର୍ଷ ପରେ ସେ ପୁଣି ଥରେ 'ହିରୋପନ୍ତି 2'ରେ ନଜର ଆସିବେ ।
ଟାଇଗରଙ୍କ ସହ ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାରା ସୂତାରିଆ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। 'ମେରେ ନାଲ୍ ତୁ ହ୍ବିସିଲ୍ ବଜା 2.0' ଗୀତ ପୂର୍ବରୁ 'ଜଲୱାନୁମା' 'ଦଫା କର' ଗୀତ ମଧ୍ୟ ରିଲିଜ୍ ହୋଇସାରିଛି। ବର୍ତ୍ତମାନ ସୋସିଆଲ ମିଡିଆର ପ୍ଲାଟଫର୍ମରେ ଫିଲ୍ମର ନୂଆ ଗୀତ ରିଲିଜ୍ କରି ଟାଇଗର ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି ।
ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ 'ହିରୋପନ୍ତି ୨' ଏପ୍ରିଲ 29 ରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ଅଜୟ ଦେବଗନ୍, ରାକୁଲ ପ୍ରୀତ ସିଂ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ 'ରନୱେ 34' ସହିତ ବକ୍ସ ଅଫିସରେ ଧମାଲ କରିବ । ତେବେ ଖାସ କଥା ହେଉଛି, ଟାଇଗର ଏବଂ କ୍ରିତି ମଧ୍ୟ ବଡ ପରଦାରେ ଏକାଠି କାମ କରିବେ । ଦୁହେଁ ସେମାନଙ୍କର ଆଗାମୀ ଚଳଚ୍ଚିତ୍ର 'ଗଣପଥ ପାର୍ଟ -1' ରେ ଏକାଠି କାମ କରୁଥିବା ଦେଖିବାକୁ ମିଳିବ । ଟାଇଗର ଏବଂ କ୍ରିତିଙ୍କ ଏହି ଫିଲ୍ମକୁ ବିକାଶ ବାହଲ ନିର୍ଦ୍ଦେଶନା ଦେବେ। ଏହି ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ଚଳିତ ବର୍ଷ 23 ଡିସେମ୍ବରରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ