ଓଡିଶା

odisha

ETV Bharat / entertainment

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନୃତ୍ୟ ନାଟକ ପ୍ରଦର୍ଶନ କରିବେ ହେମା ମାଲିନୀ

Hema Malini Perform in Ayodhya Dham: ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଉଦଘାଟନ ପୂର୍ବରୁ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ହେମା ମାଲିନୀ ରାମାୟଣ ଉପରେ ଆଧାରିତ ନୃତ୍ୟ ନାଟକ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

By ANI

Published : Jan 14, 2024, 5:56 PM IST

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନୃତ୍ୟ ନାଟକ ପ୍ରଦର୍ଶନ କରିବେ ହେମା ମାଲିନୀ
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନୃତ୍ୟ ନାଟକ ପ୍ରଦର୍ଶନ କରିବେ ହେମା ମାଲିନୀ

ହାଇଦ୍ରାବାଦ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ସାରା ବିଶ୍ବବାସୀ ଉତ୍ସାହ ସହ ଅପେକ୍ଷା କରିଛନ୍ତି । ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଦେବ । ଦିନ ଯେତିକି ପାଖେଇ ଆସୁଛି, ଭକ୍ତଙ୍କ ମନରେ ଉତ୍ସାହ ବୃଦ୍ଧି ପାଉଛି । ଜାନୁଆରୀ ୧୬ ଅନେକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ବିଜେପି ସାଂସଦ ତଥା ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ହେମା ମାଲିନୀ ଏଥିରେ ସାମିଲ ହୋଇ ରାମାୟଣ ଉପରେ ଆଧାରିତ ନୃତ୍ୟ ନାଟକ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଏନେଇ ଅଭିନେତ୍ରୀ ନିଜେ ଏହାର ସୂଚନା ଦେଇଛନ୍ତି ।

ଏକ ଭିଡିଓ ବାର୍ତ୍ତାରେ ହେମା ମାଲିନୀ କହିଛନ୍ତି, ''ମୁଁ ପ୍ରଥମ ଥର ପାଇଁ ରାମ ମନ୍ଦିରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସମାରୋହରେ ସାମିଲ ହେବି ଯେଉଁଥିପାଇଁ ଲେକ ବର୍ଷ ବର୍ଷ ଧରି ଅପେକ୍ଷା କରିଆସିଛନ୍ତି । ଏହି ସମୟରେ ମୁଁ ରାମାୟଣ ଉପରେ ଆଧାରିତ ନୃତ୍ୟ ନାଟକ ପ୍ରଦର୍ଶିତ କରିବାକୁ ଯାଉଛି । ଜାନୁଆରୀ ୧୭ରେ ଆଯୋଧ୍ୟା ଧାମରେ ଆୟୋଜିତ ହେବାକୁ ଥିବା ଧାର୍ମିକ କାର୍ଯ୍ୟକ୍ରମରେ ମୁଁ ନୃତ୍ୟ ନାଟକ ପ୍ରଦର୍ଶିତ କରିବି ।''

ସୂଚନା ଥାଉ କି, ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ସମାରେହରେ ସାମିଲ ହେବେ । ଏଥିସହ ଏହି ସମାରୋହରେ ଭାରତ ତଥା ବିଦେଶର ବହୁ ଭିଭିଆଇପି ଅତିଥି ମଧ୍ୟ ଯୋଗ ଦେବେ । ବାରଣାସୀର ପୁରୋହିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଜାନୁଆରୀ ୨୨ରେ ରାମଲାଲାଙ୍କ ସମାରୋହର ମୁଖ୍ୟ ରୀତିନୀତି କରିବେ । ଏଥିସହ ଜାନୁଆରୀ ୧୪ରୁ ୨୨ ଯାଏଁ ଆଯୋଧ୍ୟାରେ ଅମୃତ ମହେତ୍ସବ ଅନୁଷ୍ଠିତ ହେବ । ଏଥିରେ ହଜାର ହଜାର ଭକ୍ତଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ ରହିଛି ଏବଂ ସେମାନଙ୍କ ରହଣି ପାଇଁ ମଧ୍ୟ ତମ୍ବୁ ନିର୍ମାଣ କରାଯାଉଛି । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ପ୍ରାୟ ୧୦-୧୫ ହଜାର ଭକ୍ତଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏଥିସହ ଅଯୋଧ୍ୟା ସମେତ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:ରାମ ମନ୍ଦିର ପାଇଁ ୧୪ ଲକ୍ଷ ଦାନ କଲେ 'ହନୁମାନ' ଫିଲ୍ମ ଟିମ୍

ସେପଟେ ଏହି ସମାରୋହ ପାଇଁ ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ବଲିଉଡରୁ ସାଉଥ ସେଲିବ୍ରିଟିଙ୍କୁ ରାମ ମନ୍ଦିରର ପ୍ରତିଷ୍ଠାରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଅମିତାଭ ବଚ୍ଚନ, ରଜନୀକାନ୍ତ, ଚିରଞ୍ଜୀବୀ, ଅକ୍ଷୟ କୁମାର, କେଜିଏଫ ତାରକା ୟଶ, ଧନୁଷ, ପ୍ରଭାସ, ମାଧୁରୀ ଦୀକ୍ଷିତ, କଙ୍ଗନା ରାଣାୱତ, ଅଜୟ ଦେବଗନ, ସନ୍ନି ଦେଓଲ, ଅନୁପମ ଖେର, ରଣବୀର କପୁର, ଆଲିଆ ଭଟ୍ଟ, ରଣଦୀପ ହୁଡା, ଟାଇଗର ଶ୍ରଫ, ଆୟୁଷ୍ମାନ ଖୁରାନା ସମେତ ସଂଜୟ ଲୀଲା ବଂଶାଲୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏପରିକି ୧୯୮୭ ମସିହାରେ ରାମାୟଣ ଧାରାବାହିକରେ ମାତା ସୀତା ଏବଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିକଲିଆ ଏବଂ ଅରୁଣ ଗୋଭିଲ ମଧ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଏହି ନିମନ୍ତ୍ରଣ ପାଇ ଖୁସି ବ୍ୟକ୍ତ କରିଛନ୍ତି ସେଲିବ୍ରିଟି ।

ABOUT THE AUTHOR

...view details