ଓଡିଶା

odisha

ETV Bharat / entertainment

ସହ-ତାରକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ ରଜନୀକାନ୍ତ; ଏବେ ବକ୍ସ ଅଫିସ ବାଦଶାହା - ସହତାରକା ଭାବେ ରଜନୀକାନ୍ତଙ୍କ ଆରମ୍ଭ ହୋଇଥିଲା କ୍ୟାରିୟର

Happy Birthday Rajinikanth: ୭୩ତମ ବର୍ଷରେ ପାଦ ଥାପିଛନ୍ତି ସୁପରଷ୍ଟାର ରଜନୀକାନ୍ତ । ୧୯୭୫ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଅପୂର୍ବା ରଙ୍ଗଗଲ' ସହ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିତି ଆସିଛନ୍ତି । ତେବେ ତାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା

ସହ-ତାରକା ଭାବେ ରଜନୀକାନ୍ତଙ୍କ ଆରମ୍ଭ ହୋଇଥିଲା କ୍ୟାରିୟର, ଆଉ ଏବେ ସାଜିଛନ୍ତି ବକ୍ସ ଅଫିସ ବାଦଶାହା
ସହ-ତାରକା ଭାବେ ରଜନୀକାନ୍ତଙ୍କ ଆରମ୍ଭ ହୋଇଥିଲା କ୍ୟାରିୟର, ଆଉ ଏବେ ସାଜିଛନ୍ତି ବକ୍ସ ଅଫିସ ବାଦଶାହା

By ETV Bharat Odisha Team

Published : Dec 12, 2023, 1:21 PM IST

ହାଇଦ୍ରାବାଦ: ଭାରତୀୟ ସିନେମାର ସେହି କଳାକାରମାନଙ୍କ ମଧ୍ୟରେ ରଜନୀକାନ୍ତ ଅନ୍ୟତମ, ଯିଏ ଫିଲ୍ମ ଏବଂ ଚରିତ୍ର ମାଧ୍ୟମରେ କିମ୍ବଦନ୍ତୀ ପାଲଟିଛନ୍ତି । ରଜନୀକାନ୍ତ ଦକ୍ଷିଣ ଭାରତୀୟ ଏବଂ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଆଇକନ୍ ଚଳଚ୍ଚିତ୍ର ଦେଇଛନ୍ତି ଏବଂ ତାଙ୍କର ସିଗ୍ନେଚର ଷ୍ଟେପ ପାଇଁ ଆଜି ବି ଲୋକେ ପାଗଳ । ସହ-ତାରକା ଭାବେ ରଜନୀକାନ୍ତଙ୍କ କ୍ୟାରିୟର ଆରମ୍ଭ କରିଥିବା ବେଳେ ଆଜି ତାଙ୍କୁ ସୁପରଷ୍ଟାର ଟ୍ୟାଗ ଦେଇଛନ୍ତି ଫ୍ୟାନ୍ସ । ତେବେ ୫ ଦଶନ୍ଧି ଧରି ଲୋକଙ୍କୁ ଦିୱାନା କରିଆସୁଥିବା ଏହି ଅଭିନେତା ଆଜି ନିଜର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି ।

ରଜନୀକାନ୍ତଙ୍କ ସଂଘର୍ଷ: ୧୨ ଡିସେମ୍ବର ୧୯୫୦ରେ ଏକ ମରାଠୀ ପରିବାରରେ ରଜନୀକାନ୍ତ ଜନ୍ମଗ୍ରହଣ କରିଥିଲେ । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଆସିବା ପୂର୍ବରୁ ତାଙ୍କ ନାମ ଶିବାଜୀ ରାଓ ଗାଏକୱାଡ ଥିଲା । ତାଙ୍କ ପିତା ଜଣେ ପୋଲିସ ହେଡ କନଷ୍ଟେବଳ ଥିଲେ । ଆର୍ଥିକ ଅନଟନ ହେତୁ ରଜନୀକାନ୍ତଙ୍କ ଜୀବନ ବେଶ କଷ୍ଟସାଧ୍ୟ ଥିଲା । ଏପରି ପରିସ୍ଥିତିରେ ସେ ତାଙ୍କ ପରିବାରକୁ ସହାୟତା କରିବା ପାଇଁ କୁଲି ଏବଂ ବସ୍ କଣ୍ଡକ୍ଟର ଡ୍ୟୁଟି ଭଳି ଅନେକ କାମ କରିବାକୁ ବାଧ୍ୟ ହୋଇଥିଲେ । ଅବଶ୍ୟ ଏହି ସଂଘର୍ଷ ଆଜି ତାଙ୍କୁ ଏକ ସଫଳ ଅଭିନେତା ଭାବେ ପରିଚିତ କରାଇଛି । ତେବେ ତାମିଲ ସହ ହିନ୍ଦୀ ସିନେମାରେ ମାନ୍ୟତା ହାସଲ କରିଥିବା ରଜନୀକାନ୍ତ ଏବେ ବି ସିନେମାରେ ସକ୍ରିୟ ଅଛନ୍ତି ଏବଂ ବକ୍ସ ଅଫିସରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ।

ରଜନୀକାନ୍ତଙ୍କ ସାଉଥ ଡେବ୍ୟୁ:ରଜନୀକାନ୍ତ ୧୯୭୫ରେ ମୁକ୍ତିଲାଭ କରିଥିବା 'ଅପୂର୍ବା ରଙ୍ଗଗଲ' ତାମିଲ ଚଳଚ୍ଚିତ୍ର ସହ ସାଉଥରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ରଜନୀକାନ୍ତ ସହ-ତାରକା ଭୂମିକାରେ ନଜର ଆସିଥିଲେ । କମଲ ହାସନ, ସୁନ୍ଦରରାଜନ୍, ଶ୍ରୀବିଦ୍ୟା ଏବଂ ଜୟସୁଧା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟିକୁ ପ୍ରସିଦ୍ଧ ନିର୍ଦ୍ଦେଶକ କେ ବାଲାଚନ୍ଦର୍ ନିର୍ଦ୍ଦେଶନା ଦେଇଥିବା ବେଲେ ଫିଲ୍ମକୁ ପସନ୍ଦ କରିଥିଲେ ଦର୍ଶକ । ଏହାପରେ ରଜନୀକାନ୍ତ ଦକ୍ଷିଣ ଭାରତର ସମସ୍ତ ଭାଷାରେ ଫିଲ୍ମ କରିଥିଲେ ।

ରଜନୀକାନ୍ତଙ୍କ ବଲିଉଡ ଡେବ୍ୟୁ:ଏଥିସହ ହିନ୍ଦୀ ସିନେମାରେ ରଜନୀକାନ୍ତ ୧୯୮୩ ମସିହାରେ ରାମା ରାଓଙ୍କ ନିର୍ଦ୍ଦେଶିତ ଫିଲ୍ମ ' ଅନ୍ଧା କାନୁନ' ସହ ପାଦ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କ ସହ ହେମାମାଳିନୀ ଏବଂ ଅମିତାଭ ବଚ୍ଚନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ହେମା ଏବଂ ରଜନୀକାନ୍ତ ଦୁହେଁ ଭାଇ ଓ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଏଥିସହ ଧର୍ମେନ୍ଦ୍ର ମଧ୍ୟ ଏଥିରେ କ୍ୟାମିଓ ରୋଲରେ ନଜର ଆସିଥିଲେ । ଏହା ପରେ ରଜନୀକାନ୍ତ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି ।

ରଜନୀକାନ୍ତଙ୍କ ବକ୍ସ ଅଫିସ ରେକର୍ଡ:ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକରେ ଶ୍ରୀ ରାଘବେନ୍ଦ୍ର, ଚନ୍ଦ୍ରମୁଖୀ, ଆରିଲିରିନ୍ଧୁ ଅରୁବାଥୁ ଭରାଇ, ବିଲା, ଅନ୍ନାମଲାଇ ଏବଂ ଅନ୍ୟାନ୍ୟ ଫିଲ୍ମ ସାମିଲ ଅଛି । ତାଙ୍କର ଏକାଧିକ ଫିଲ୍ମ ଅନେକ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଛି । ତାଙ୍କର ୨.୦ ମଧ୍ୟ ତାମିଲ ଚଳଚ୍ଚିତ୍ରରେ ସର୍ବାଧିକ ଆୟ କରି ସଫଳତା ହାସଲ କରିଛି । ଏଥିସହ ଚଳିତ ବର୍ଷ ଅଗଷ୍ଟ ୧୦ରେ ରିଲିଜ ହୋଇଥିବା ରଜନୀକାନ୍ତଙ୍କ ଫିଲ୍ମ 'ଜେଲର' ମଧ୍ୟ ବ୍ଲକବ୍ଲଷ୍ଟର ହୋଇଥିଲା । ଏହି ଚଳଚ୍ଚିତ୍ରଟି ୬୫୦ କୋଟିରୁ ଅଧିକ ଆୟ କରି ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ତାମିଲ ଫିଲ୍ମ ଭାବେ ରେକର୍ଡ ସୃଷ୍ଟି କରିଥିଲା ।

ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା: 'ଜେଲର' ସହ ରଜନୀକାନ୍ତ ବର୍ତ୍ତମାନ ଭାରତରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇଛନ୍ତି । ଫିଲ୍ମ ଜେଲର ପାଇଁ 210 କୋଟି ଟଙ୍କା ଫି' ପାଇଛନ୍ତି । ଖବର ଅନୁଯାୟୀ, ରଜନୀକାନ୍ତଙ୍କୁ ଏହି ଚଳଚ୍ଚିତ୍ରରେ ମୁଥୁଭେଲ ପାଣ୍ଡିଆନ୍ ଭୂମିକାରେ ଅଭିନୟ କରିବା ପାଇଁ ୨୧୦ କୋଟି ଟଙ୍କା ମିଳିଛି । ଏବଂ ଏହି ଚଳଚ୍ଚିତ୍ରର ଅଂଶ ହୋଇଥିବାରୁ ଅତିରିକ୍ତ ୧୦୦କୋଟି ଟଙ୍କା ମିଳିଛି । ତେବେ ଏହିପରି ସେ ଭାରତୀୟ ସିନେମାର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇପାରିଛନ୍ତି । ରଜନୀକାନ୍ତ ଏହି ଫିଲ୍ମର ଦମଦାର ସଫଳତା ନେଇ ମୋଟ ୩୧୦ କୋଟି ଟଙ୍କା ଏବଂ ନିର୍ମାତାଙ୍କଠାରୁ ଏକ ବ୍ରାଣ୍ଡେଡ୍ କାର ପାଇଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ, ସେ ୨୦୦୭ରେ ତାଙ୍କ ଚଳଚ୍ଚିତ୍ର 'ଶିବାଜୀ ଦ ବସ୍' ସହ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:ବେଙ୍ଗାଲୁରୁ ବସ୍‌ ଡିପୋରେ ସୁପରଷ୍ଟାର ରଜନୀକାନ୍ତ, ଦିନେ ଏଇଠି ଥିଲେ କଣ୍ଡକ୍ଟର

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ: ବର୍ତ୍ତମାନ ଥଲାଇଭା ଟିଜେ ଜ୍ଞାନବେଲଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ଥଲାଇୱାର ୧୭୦ରେ ନଜର ଆସିବେ । ଏଥିରେ ତାଙ୍କ ସହ ବିଗ ବି' ମଧ୍ୟ ନଜର ଆସିବେ । ରଜନୀକାନ୍ତଙ୍କୁ ତାଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାଲ ସଲାମ'ରେ କ୍ୟାମିଓ ରୋଲରେ ମଧ୍ୟ ଦେଖିବାକୁ ମିଳିବ । ଏଥିସହ 'ଲିଓ' ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ସହ ରଜନୀକାନ୍ତଙ୍କ ପରବର୍ତ୍ତୀ ଫିଲ୍ମ 'ଥଲାଇଭର 171'ରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details