ଓଡିଶା

odisha

୪୪ ବର୍ଷରେ ବିପାଶା; ସପରିବାର ସହ ମାଳଦ୍ବୀପରେ ପାଳିଲେ ଜନ୍ମଦିନ

By ETV Bharat Odisha Team

Published : Jan 7, 2024, 1:34 PM IST

Bipasha Basu Birthday: ବିପାଶା ବସୁ ଆଜି ତାଙ୍କ ୪୪ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ଅଭିନେତ୍ରୀ ନିଜ ସ୍ବାମୀ କରଣ ସିଂ ଗ୍ରୋଭର ଏବଂ ଝିଅ ଦେବୀଙ୍କ ସହ ନିଜ ଜନ୍ମଦିନକୁ ଧୁମଧାମରେ ପାଳନ କରିଛନ୍ତି । ସେ ସୋସିଆଲ ମିଡିଆରେ ଏହାର ଝଲକ ମଧ୍ୟ ଦେଖାଇଛନ୍ତି । ଅଧିକ ପଢନ୍ତୁ

୪୪ବର୍ଷରେ ପାଦ ଥାପିଲେ ବିପାଶା, ମାଳଦ୍ବୀପରେ ସପରିବାର ସହ ବର୍ଥ ଡେ ପାଳିଲେ ଅଭିନେତ୍ରୀ
୪୪ବର୍ଷରେ ପାଦ ଥାପିଲେ ବିପାଶା, ମାଳଦ୍ବୀପରେ ସପରିବାର ସହ ବର୍ଥ ଡେ ପାଳିଲେ ଅଭିନେତ୍ରୀ

ହାଇଦ୍ରାବାଦ:ବଲିଉଡ ବେଙ୍ଗାଲ ବ୍ୟୁଟି ନାଁରେ ପରିଚିତ ଲୋକପ୍ରିୟ ଅଭିନେତ୍ରୀ ବିପାଶା ବସୁଙ୍କ ଆଜି ୪୪ତମ ଜନ୍ମଦିନ । ଏହି ଖାସ୍ ଦିନକୁ ଅଭିନେତ୍ରୀ ନିଜ ସ୍ବାମୀ କରଣ ସିଂ ଗ୍ରୋଭର ଏବଂ ଝିଅ ଦେବୀଙ୍କ ସହ ମାଳଦ୍ବୀପରେ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଅଭିନେତ୍ରୀ ଏହାର ଝଲକ ମଧ୍ୟ ଦେଖାଇଛନ୍ତି । ପୋଷ୍ଟ ସେୟାର କରି ଏକ ଲମ୍ବା ନୋଟ୍ ଲେଖି ଖୁସିବ୍ୟକ୍ତ କରିଛନ୍ତି ବିପାଶା । ସେପଟେ ଏହି ପୋଷ୍ଟକୁ ଅନେକ ଫ୍ୟାନ୍ସ ଏବଂ ସେଲିବ୍ରିଟି ଲାଇକ କରିବା ସହ ବିପାଶାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ବିପାଶା ନିଜ ଇନଷ୍ଟାଗ୍ରାମରେ ମାଳଦ୍ବୀପର ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଗୋଟିଏ ଭିଡିଓରେ ବିପାଶା ଝିଅ ଦେବୀଙ୍କ ସହ ବିଚରେ ନାଚୁଥିବାର ନଜର ଆସିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ମୁଁ ପାଇଥିବା ଶ୍ରେଷ୍ଠ ଉପହାର ହେଉଛି ମୋର ଦେବୀ । କରଣ ଧନ୍ୟବାଦ । ମୋର ଜନ୍ମଦିନ ମୋର ପରିବାର ସହ ଏଠାରେ ପାଳନ କରି ବହୁତ ଖୁସି । ଅନ୍ୟ ଏକ ପୋଷ୍ଟରେ ସେ, କରଣ ଏବଂ ଦେବୀ ନଜର ଆସିଛନ୍ତି । ଏହାକୁ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ମୋ ଦୁନିଆ । ଆଉ ଏକ ପୋଷ୍ଟରେ ୩ ଜଣ ଗାଧୋଉଥିବାର ନଜର ଆସିଥିବା ବେଳେ ବିପାଶା କରଣଙ୍କୁ ଲିପଲକ କରୁଥିବା ଦେଖିବାକୁ ମିଳିଛି । ଏହା ସେୟାର କରି ସେ ଲେଖିଛନ୍ତି, ଦୁଇ ପିଲାଙ୍କ ସହ ସୁନ୍ଦର ଜନ୍ମଦିନ ।

ସେପଟେ ବିପାଶା ଏବେ ଦେବୀଙ୍କ ଏକ ଫଟୋ ସେୟାର କରି କରଣ ପତ୍ନୀଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ''ଜନ୍ମଦିନର ଅନେକ ଅନେକ ଶୁଭାକାମନା ମୋର ଛୋଟ ବେବି ରାଜକୁମାରୀ । ତୁମେ ସର୍ବଦା ସୁନ୍ଦର ଏବଂ ମଜାଳିଆ କଥା କୁହ ଏବଂ ବହୁତ ଜ୍ଞାନୀ ମଧ୍ୟ । ମୁଁ ତୁମ ସହ ସବୁବେଳେ ରହିବି । ପରିସ୍ଥିତି ଯାହା ବି ହେଉ ମୁଁ ସର୍ବଦା ତୁମ ପାଖରେ ତୁମ ସହ ଛିଡା ହୋଇ ରହିବି । ଆଇ ଲଭ ୟୁ ଆଣ୍ଡ ହାପି ବର୍ଥ ଡେ ।'' ଏହାପରେ ବିପାଶା ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ମୋତେ ଭଲପାଇବା ଏବଂ ଚିର ଦିନ ପାଇଁ ମୋର ହୋଇଥିବାରୁ ଧନ୍ୟବାଦ । ତୁମେ ମୋର ଏବଂ ସର୍ବଦା ମୋର ହିଁ ରହିବ ।

ଏହା ମଧ୍ୟ ପଢନ୍ତୁ:ଜନ୍ମ ହେବାର 3 ମାସ ପରେ ଦେବୀଙ୍କ ହୋଇଥିଲା ହାର୍ଟ ସର୍ଜରୀ, ପୁରୁଣା କଥା ମନେ ପକାଇ ଭାଙ୍ଗି ପଡିଲେ ବିପାଶା

​ବିପାଶାଙ୍କ ଫିଲ୍ମି କ୍ୟାରିଅର ବିଷୟରେ କହିବାକୁ ଗଲେ, ବିପାଶା ୨୦୦୧ରେ ଫିଲ୍ମ 'ଅଜନବି' ସହ ବଲିଉଡରେ ଡେବ୍ୟୁ କରିଥିଲେ । ସେ ଅନେକ ବଲିଉଡ ଫିଲ୍ମରେ ନିଜର ଜଲୱା ଦେଖାଇ ଦର୍ଶକଙ୍କ ମନ ଜିତିଛନ୍ତି । ହେଲେ ୨୦୧୬ ଏପ୍ରିଲ ମାସରେ ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ ପରେ ଫିଲ୍ମି ଦୁନିଆରୁ ଦୂରେଇ ଯାଇଛନ୍ତି । ପରେ 2022 ଅଗଷ୍ଟ 16ରେ ଏହି ଦମ୍ପତି ପିତାମାତା ହେବାର ଖୁସି ଖବର ଘୋଷଣା କରିଥିଲେ । ବିବାହର ଛଅ ବର୍ଷ ପରେ 2022 ନଭେମ୍ବର 12ରେ ବିପାଶା ଏବଂ କରଣ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଥିଲେ। ଏନେଇ ଇନଷ୍ଟାଗ୍ରାମରେ ବିପାଶା ତାଙ୍କ ଝିଅର ନାମ ଘୋଷଣା କରି ଏକ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ ଲେଖାଥିଲା, "12.11.2022 । ଦେବୀ ବସୁ ସିଂ ଗ୍ରୋଭର ।

ABOUT THE AUTHOR

...view details