ହାଇଦ୍ରାବାଦ: ହରିୟାଣାର ଜଣାଶୁଣା ଗାୟକ ରାଜୁ ପଞ୍ଜାବୀଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି । କୁହାଯାଉଛି ଯେ, ଗତ ଦଶ ଦିନ ଧରି ହିସାରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ରାଜୁ ପଞ୍ଜାବୀ ବର୍ତ୍ତମାନ ହିସାରର ଆଜାଦ ନଗରରେ ରହୁଥିଲେ। ରାଜୁ ପଞ୍ଜାବୀଙ୍କ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଯାଇଥିଲେ । କିନ୍ତୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଗଲା। ଏହା ପରେ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ରାଜୁ ପଞ୍ଜାବୀ ଦେଶୀ-ଦେଶୀ, ସଲିଡ୍ ବଡି, ତୁ ଚିଜ୍ ଲାଜବାବ୍, ସ୍ୟାଣ୍ଡେଲ ଭଳି ପ୍ରସିଦ୍ଧ ଗୀତ ଗାଇ ହରିୟାଣାର ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ । ଅଭିନେତ୍ରୀ ସପନା ଚୌଧୁରୀଙ୍କ ସହ ତାଙ୍କର ଯୋଡିକୁ ଖୁବ୍ ପ୍ରଶଂସା କରାଯାଉଥିଲା । ରାଜୁ ପଞ୍ଜାବୀର ଶେଷ ଗୀତ ‘ଆପସେ ମିଲକେ ୟାରା ହମକୋ ଅଚ୍ଛା ଲଗା ଥା’ 12 ଅଗଷ୍ଟରେ ମୁକ୍ତିଲାଭ କରିଥିଲା ।
ଏହା ମଧ୍ୟ ପଢନ୍ତୁ: Chiranjeevi Birthday: 90 ଦଶକରେ ଚାର୍ଜ କରୁଥିଲେ କୋଟି କୋଟି ଟଙ୍କା, ହଲିଉଡ୍ରୁ ମିଳିଥିଲା ଅଫର୍
ମଙ୍ଗଳବାର ସକାଳେ ତାଙ୍କ ମୃତଦେହକୁ ରାଜସ୍ଥାନର ହନୁମାନଗଡର ଜିଲ୍ଲା ଗାଁ ରାୱତସର ଖେଡାକୁ ନିଆଯାଇଥିଲା। ଯେଉଁଠାରେ ଅନ୍ତିମ ସଂସ୍କାର କରାଯିବ । ରାଜୁ ପଞ୍ଜାବୀ ହିସାରର ଆଜାଦ ନଗରରେ ଏକ ଘର ଭଡା ନେଇଥିଲେ । ଯେଉଁଠି ସେ ମଝିରେ ମଝିରେ ରହୁଥିଲେ। ରାଜୁ ପଞ୍ଜାବୀଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛି ଲୋକ ତାଙ୍କ ଭଡା ଘରେ ପହଞ୍ଚିଥିଲେ । ମାତ୍ର ତାଙ୍କ ମୃତଦେହ ଏଠାକୁ ଅଣାଯାଇ ନାହିଁ । ଡାକ୍ତରଖାନାରୁ ତାଙ୍କୁ ସିଧାସଳଖ ରାଜସ୍ଥାନକୁ ପଠାଯାଇଥିଲା। ରାଜୁ ପଞ୍ଜାବୀ 3 ଝିଅର ପିତା । ତାଙ୍କ ପରିବାର କେବଳ ରାଜସ୍ଥାନରେ ରୁହନ୍ତି । ଯେତେବେଳେ କି, ରାଜୁ 1996ରେ ଭଜନ ସହିତ ଗୀତ ଗାଇବା ଆରମ୍ଭ କରିଥିଲେ ।
ମୁଁ ବିଶ୍ୱାସ କରିପାରିଲି ନାହିଁ: ଅଞ୍ଜଳି ରାଘବ
ହରିୟାଣୀ ଗାୟକ ତଥା କଳାକାର ଅଞ୍ଜଳି ରାଘବ କହିଛନ୍ତି ଯେ, 15 ଦିନ ପୂର୍ବରୁ ଭିଡିଓ କଲ୍ରେ ମୁଁ କଥା ହୋଇଥିଲି । ସେ ଆମକୁ କୌଣସି ପ୍ରକାର ଅସୁବିଧାରେ ଥିବା ଅନୁଭବ କରିବାକୁ ମଧ୍ୟ ଦେଇନଥିଲେ । ସେ ବହୁତ ଜୀବନ୍ତ ବ୍ୟକ୍ତି ଥିଲେ । ଯେତେବେଳେ ମୁଁ ସୋସିଆଲ ମିଡିଆରୁ ସୂଚନା ପାଇଲି, ମୁଁ ଏହାକୁ ବିଶ୍ବାସ କରିପାରିଲି ନାହିଁ । ମୋର ତାଙ୍କ ସହିତ ଭଲ ବନ୍ଧୁତା ଥିଲା । ସେ ବହୁତ ମଜାଳିଆ ବ୍ୟକ୍ତି ଥିଲେ । ସେ ନିଜ ସାଥୀ କଳାକାରମାନଙ୍କୁ ଆଗକୁ ବଢିବାକୁ ସର୍ବଦା ଉତ୍ସାହିତ କରୁଥିଲେ ।