ହାଇଦ୍ରାବାଦ:ବିଗ୍ବସ୍ ଓଟିଟି ସିଜନ୍-2ର ବିଜେତା ହୋଇଥିବା ଏଲଭିଶ ଯାଦବ ବର୍ତ୍ତମାନ ତାଙ୍କ ସହର ଗୁରୁଗ୍ରାମରେ ପହଞ୍ଚିଛନ୍ତି । ଶୁକ୍ରବାର ଦିନ ବିଜେତା ହରିୟାଣା ସିଏମ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ସିଏମ୍ ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରି ଶୁଭେଚ୍ଛା ଜଣାଇଥିବା ବେଳେ ଏଲଭିଶ ମଧ୍ୟ ଏହି ଫଟୋ ସେୟାର କରି ଖୁସିବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି ଏଲଭିସ୍ ଯାଦବ । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, "ହରିୟାଣାବାସୀଙ୍କ ପ୍ରାଧାନ୍ୟ ପ୍ରତ୍ୟେକ କ୍ଷେତ୍ରରେ ଜାରି ରହିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବିଗ୍ ବସ୍ OTT-2 ବିଜେତା ଏଲଭିଶ ଯାଦବ । ଶୋ' ବିଜେତା ହୋଇଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା।" ଏହି ସମୟରେ, ଏଲଭିଶ ଯାଦବଙ୍କୁ ଏକ ନର୍ମାଲ୍ ଲୁକ୍ରେ ଦେଖିବାକୁ ମିଳିଛି । ସେ ବ୍ଲୁ ରଙ୍ଗର ଟ୍ରାକ୍ ସୁଟ୍ ପିନ୍ଧିଛନ୍ତି ଏବଂ ସେ ସିଏମ୍ ଖଟ୍ଟରଙ୍କଠାରୁ ପୁଷ୍ପଗୁଚ୍ଛ ନେଉଥିବାର ନଜର ଆସିଛନ୍ତି । ସେପଟେ ଏଲଭିସ୍ ମଧ୍ୟ ଫଟୋ ସେୟାର କରି ଖୁସି ଜାହିର କରିଛନ୍ତି ।
ସେପଟେ ତାଙ୍କ ବିଜୟ ପାଇଁ ଏଲଭିଶ ଯାଦବ ବହୁତ ଖୁସି ଅଛନ୍ତି ଏବଂ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଉଛନ୍ତି । ସେ ଏକ ଭିଡିଓରେ ଘୋଷଣା କରିଥିଲେ ଯେ ସେ ବର୍ତ୍ତମାନ ଏକ ବଡ଼ ମିଟଅପ୍ ଆୟୋଜନ କରିବେ । ଏହାକୁ ସେ ଅଭିନନ୍ଦନ ସମାରୋହ ନାମ ଦେଇଛନ୍ତି ଏବଂ ଏହା 20 ଅଗଷ୍ଟ ଅର୍ଥାତ୍ ରବିବାର ଗୁରୁଗ୍ରାମର 'ତାଉ ଦେବୀ ଲାଲ ଷ୍ଟାଡିୟମ୍'ରେ ଅନୁଷ୍ଠିତ ହେବ ।
ଏହା ମଧ୍ୟ ପଢନ୍ତୁ:ଫ୍ୟାନ୍ସଙ୍କୁ ଟ୍ରଫିର ଶ୍ରେୟ ଦେଲେ ଏଲଭିଶ, ସମର୍ଥକଙ୍କୁ ଧନ୍ୟବାଦ ଜଣାଇଲେ ଅଭିଷେକ
ସୂଚନା ଥାଉ କି, ଏଲଭିଶ ଯାଦବ ୱାଇଲ୍ଡ କାର୍ଡ ଭାବରେ ବିଗ୍ ବସ୍ OTT-2 ଘରେ ଏଣ୍ଟ୍ରି କରିଥିଲେ । ଚତୁର୍ଥ ସପ୍ତାହରେ ଆଶିକା ଭାଟିଆଙ୍କ ସହ ଏଲଭିଶ ଶୋ’ରେ ଏଣ୍ଟ୍ରି କରିଥିଲେ, ଯିଏ ଦ୍ୱିତୀୟ ସପ୍ତାହରେ ବିଗ୍ ବସ୍ ହାଉସ୍ରୁ ବାହାରି ଯାଇଥିଲେ । ବିଗ୍ବସ୍ ଗ୍ରାଣ୍ଡ୍ ଫାଇନାଲରେ ଶ୍ରେଷ୍ଠ 2 ପ୍ରତିଯୋଗୀ ଭାବରେ ଏଲଭିଶ୍ ଯାଦବ ଏବଂ ଅଭିଷେକ ମଲହାନଙ୍କ ମଧ୍ୟରେ ଟକ୍କର ହୋଇଥିଲା । ଶୋ’ରେ ଏଲଭିଶଙ୍କ ସିଷ୍ଟମ ଏବଂ ଗେମ୍ ଦର୍ଶକଙ୍କୁ ଏତେ ପସନ୍ଦ ଆସିଲା ଯେ ୱାଇଲ୍ଡ କାର୍ଡ ହୋଇଥିଲେ ମଧ୍ୟ ସେ ଶୋ’ର ବିଜେତା ହୋଇ ଏକ ନୂତନ ଇତିହାସ ସୃଷ୍ଟି କରିଥିଲେ । ବର୍ତ୍ତମାନ ଏଲଭିଶ 'ବିଗ୍ ବସ୍ OTT 2' ର ବିଜେତା ଭାବରେ ଟ୍ରଫି ହାତେଇବା ସହ 25 ଲକ୍ଷ ଟଙ୍କା ନଗଦ ପୁରସ୍କାର ଜିତିଛନ୍ତି ।