ଓଡିଶା

odisha

By

Published : Oct 15, 2022, 11:08 AM IST

ETV Bharat / entertainment

Robbie Coltrane Dies: ଆଉ ନାହାନ୍ତି ହ୍ୟାରି ପୋଟର୍‌ର ହାଗ୍ରିଡ୍

ଆଉ ନାହାନ୍ତି ହ୍ୟାରି ପୋଟର୍‌ (Harry Potter)ରେ ଅଭିନୟ କରୁଥିବା ହାଗ୍ରିଡ୍ । ୭୨ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

ଆଉ ନାହାନ୍ତି ହ୍ୟାରି ପୋଟର୍‌ର ହାଗ୍ରିଡ୍, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ
ଆଉ ନାହାନ୍ତି ହ୍ୟାରି ପୋଟର୍‌ର ହାଗ୍ରିଡ୍, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ଲଣ୍ଡନ: ଆଉ ନାହାନ୍ତି ‘ହ୍ୟାରି ପୋଟର୍’ (Harry Potter)ରେ ଅଭିନୟ କରିଥିବା ହାଗ୍ରିଡ୍ । ୭୨ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ହାଗ୍ରିଡ୍ ଭୂମିକାରେ ଅଭିନୟ କରିଥିବା ରୋବି କୋଲଟ୍ରେନ (Robbie Coltrane Dies) ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ରବିଙ୍କ ଏଜେଣ୍ଟ ବେଲିଣ୍ଡା ରାଇଟ୍ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କର ସ୍କଟଲ୍ୟାଣ୍ଡର ଲାରବର୍ଟ ସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି ।

ରୋବି ନିଜର ଅଭିନୟର ଯାଦୁରେ ସାରା ବିଶ୍ୱରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କ ବିୟୋଗରେ ଆଜି ସବୁଠି ଶୋକର ଛାୟା ଖେଳିଯାଇଛି । ତାଙ୍କର ପ୍ରଶଂସକମାନେ ବିଶ୍ୱାସ କରିବାକୁ ଅସମର୍ଥ ଯେ ଅଭିନେତା ଆଉ ଆମ ଗହଣରେ ନାହାଁନ୍ତି । ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ରବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ହ୍ୟାରି ପୋଟର ଲେଖିକା ଜେକେ ରାଉଲିଙ୍ଗ ମଧ୍ୟ ଟ୍ୱିଟରରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସବୁବେଳେ ହୃଦୟରେ ଜୀବତ ରହିବେ ହାଗ୍ରିଡ୍

ରୋବିଙ୍କୁ 'ହ୍ୟାରି ପୋଟର୍' ଚଳଚ୍ଚିତ୍ର ଦ୍ୱାରା ସ୍ୱତନ୍ତ୍ର ମାନ୍ୟତା ମିଳିଥିଲା । ଏହି ଚଳଚ୍ଚିତ୍ରରେ ସେ ହାଗ୍ରିଡ୍ ଭୂମିକାରେ ନଜର ଆସିଥିଲେ, ହୋଗର୍ଟ ବିଦ୍ୟାଳୟରେ ଗେଟ୍‌କିପର ବା ଦ୍ୱାରପାଳ ଥିଲେ । 'ହ୍ୟାରି ପୋଟର୍' ଫ୍ରାଞ୍ଚାଇଜ୍‌ର 20 ତମ ବାର୍ଷିକୀ ପାଳନ ପାଇଁ ନିର୍ମିତ ସୋ 'ରିଟର୍ନ ଟୁ ହୋଗୱାର୍ଡ' (Harry Potter 20th Anniversary: Return To Hogwarts)ରେ ରବିଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ​​। ‘ହ୍ୟାରି ପୋଟର୍’ ବ୍ୟତୀତ ସେ ଆଇଟିଭିର ଗୁପ୍ତଚର ଡ୍ରାମା ‘କ୍ରାକର’ ଏବଂ ଜେମ୍ସ ବଣ୍ଡ ଫିଲ୍ମ ‘ଗୋଲଡେନ୍‌ଆଇ’ ଏବଂ ‘ଦି ୱାର୍ଲ୍ଡ ଇଜ୍ ନଟ୍ ଇନଫ୍’ରେ ମଧ୍ୟ ଅଭିନୟ କରିଥିଲେ ।

ଏହି ସୋ’ର ଏକ ସିନ୍‌ରେ ସେ କହିଥଲେ ଯେ, ଆସନ୍ତା 40 ବର୍ଷ ମଧ୍ୟରେ ସେ ଆଉ ଏଇ ଦୁନିଆରେ ରହିବେ ନାହିଁ, କିନ୍ତୁ ତାଙ୍କ ଚରିତ୍ର ହାଗ୍ରିଡ୍ ଏଠାରେ ରହିବ । ବର୍ତ୍ତମାନ ପ୍ରଶଂସକମାନେ ଏହାକୁ ମନେ ପକାଇ ଭାବପ୍ରବଣ ହେଉଛନ୍ତି ।

ରୋବିଙ୍କ ଜନ୍ମ

ରୋବି 30 ମାର୍ଚ୍ଚ 1950ରେ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଡାକ୍ତର ଏବଂ ଶିକ୍ଷକ ଥିଲେ । ଅଭିନେତା ଗ୍ଲାସଗୋରେ ରହି ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ସମାପ୍ତ କରିଥିଲେ । ଏହା ପରେ ସେ ଏଡିନବର୍ଗର ମୁରେ ହାଉସ୍ କଲେଜ୍ ଅଫ୍ ଏଜୁକେସନ୍‌ରେ ଆଡମିଶନ ନେଇଥିଲେ । ଅଧ୍ୟୟନ ସମାପ୍ତ କରିବା ପରେ ସେ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ସେ ଅଭିନୟ ପାଇଁ ଲଣ୍ଡନ ଯାଇଥିଲେ । ସେ ନିଜର ଅଭିନୟ କ୍ୟାରିୟର ଟିଭି ସୋ'ରୁ ଆରମ୍ଭ କରିଥିଲେ ।

ABOUT THE AUTHOR

...view details