ମୁମ୍ବାଇ: ଅଳ୍ପକେ ବର୍ତ୍ତିଲେ ଟିଭି ଅଭିନେତ୍ରୀ ରୁବିନା ଦିଲାଇକ । ଅଭିନେତ୍ରୀ ଏକ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ତାଙ୍କ ସ୍ୱାମୀ ଅଭିନବ ଶୁକ୍ଲା ଦୁର୍ଘଟଣା ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି । ମୁମ୍ବାଇରେ ସେ ଅପରାହ୍ନରେ ତାଙ୍କ କାରରେ କୌଣସି ସ୍ଥାନକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଅଭିନେତ୍ରୀ ଜଣକ ବର୍ତ୍ତମାନ ସୁସ୍ଥ ରହିଛନ୍ତି ।
ଲୋକପ୍ରିୟ ଟିଭି ଅଭିନେତ୍ରୀ ରୁବିନା ଦିଲାଇକ ଗତକାଲି(ଜୁନ୍ 10)ରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଦୁର୍ଘଟଣା ପରେ ତାଙ୍କ ସ୍ୱାମୀ ଅଭିନବ ଶୁକ୍ଲା ଟ୍ୱିଟର ହ୍ୟାଣ୍ଡେଲ୍ରେ ଏ ସମ୍ପର୍କିତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରୁବିନା ଭଲ ଅଛନ୍ତି ଏବଂ ସେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନେଉଛନ୍ତି । ଏଥିସହ ଅଭିନବ ଏହି ଘଟଣାର କିଛି ଫଟୋ ପୋଷ୍ଟ୍ କରି ଟ୍ୱିଟରରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଆମ ସହିତ ଯାହା ଘଟିଛି ତାହା ମଧ୍ୟ ଆପଣଙ୍କ ସହିତ ଘଟିପାରେ । ଗାଡ଼ି ଚଲାଇବା ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଫୋନ୍ରେ କଥା ହେଉଥିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ । ଏବଂ ସେ ମୁମ୍ବାଇ ପୋଲିସକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।"