ଓଡିଶା

odisha

Hardik Pandya Wedding: ପୁଣି ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା

By

Published : Feb 14, 2023, 10:41 PM IST

ବିବାହର ୩ବର୍ଷ ପରେ ପୁଣି ରାଜସ୍ଥାନ ଉଦୟପୁରରେ ବିବାହ କରିଛନ୍ତି ହାର୍ଦ୍ଦିକ । ପତ୍ନୀ ନତାଶାଙ୍କ ସହିତ ସେ ହ୍ବାଇଟ ୱେଡିଂ କରିଛନ୍ତି । ଅଧିକ ପଢନ୍ତୁ

Hardik Pandya Wedding
Hardik Pandya Wedding

ଜୟପୁର:ଉଦୟପୁର ପ୍ରାକୃତିକ ପରିବେଶ ସହିତ ଭାଲେଣ୍ଟାଇନ୍ସ ଡେ' ଅବସରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ । ହାର୍ଦ୍ଦିକ ୨୦୨୦ ମସିହା କୋଭିଡ କାଳ ମଧ୍ୟରେ ନତାଶାଙ୍କ ସହିତ କୋର୍ଟ ମ୍ୟାରେଜ କରିଥିଲେ । ବିବାହର ୩ବର୍ଷ ପରେ ହାର୍ଦ୍ଦିକ ରାଜସ୍ଥାନର ଉଦୟପୁରରେ ହ୍ବାଇଟ ୱେଡିଂ କରିଛନ୍ତି ।

ହାର୍ଦ୍ଦକ-ନତାଶା

ଏନେଇ ହାର୍ଦ୍ଦିକ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, "ଆମେ ୩ବର୍ଷ ପୂର୍ବରୁ ନେଇଥିବା ପ୍ରତିଜ୍ଞାକୁ ପୁଣି ଆଜି ଦୋହରାଇଛୁ । ପ୍ରେମର ଦ୍ବୀପରେ ପୁଣି ପରସ୍ପରକୁ ନିଜର ଜୀବନ ସାଥୀ ଭାବେ ଚୟନ କରିଛୁ । ଆମ ପ୍ରେମଭରା ମୁହୂର୍ତ୍ତରେ ପାଖରେ ପରିବାର ଓ ଘନିଷ୍ଠ ବନ୍ଧୁମାନଙ୍କୁ ପାଇ ବାସ୍ତବରେ ଧନ୍ୟ ମନେ କରୁଛୁ ।" ଏହି ବିବାହ ଉତ୍ସବରେ ହାର୍ଦ୍ଦିକ ଏକ କଳା ରଙ୍ଗର କୋର୍ଟ ପିନ୍ଧିଥିବା ବେଳେ ନତାଶା ଧଳା ରଙ୍ଗର ଗାଉନ ପିନ୍ଧିଥିଲେ । ବିବାହ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହାର୍ଦ୍ଦିକ ଏକ ସାମ୍ପେନ ଖୋଲୁଥିବାର ଦେଖିବାକୁ ମିଳିଛି ।

ହାର୍ଦ୍ଦକ-ନତାଶା

ଏହା ବି ପଢନ୍ତୁ- ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାହା ସହ ପଡିବ ହାତଗଣ୍ଠି

ପୁଅ ସହିତ ହାର୍ଦ୍ଦକ-ନତାଶା

ହାର୍ଦ୍ଦିକ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଥିଲେ ଯେ ସେ ଏକ ନାଇଟ କ୍ଲବରେ ନତାଶାଙ୍କୁ ଭେଟିଥିଲେ । ସେହି ସମୟରେ ନତାଶା ଜାଣିନଥିଲେ ଯେ ସେ ଭାରତୀୟ ଦଳର କ୍ରିକେଟର ବୋଲି । ଏହି ଭେଟଘାଟ ଶେଷରେ ପ୍ରେମରେ ପରିଣତ ହୋଇଥିଲା । ଏହାପରେ ଉଭୟ ପରସ୍ପରକୁ ଡେଟ‌୍‌ କରିଥିଲେ । ଏହାପରେ ସେ ନତାଶାଙ୍କୁ ପ୍ରପୋଜ ମଧ୍ୟ କରିଥିଲେ । ଯାହାର ଭିଡିଓ ମଧ୍ୟ ସେହି ସମୟରେ ଖୁବ ଭାଇରାଲ ହୋଇଥିଲା । ଏହାପରେ ୨୦୨୦ ଜାନୁଆରୀ ମାସରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେହି ସମୟରେ କୋଭିଡ ମହାମାରୀ ବ୍ୟାପିଥିବା ବେଳେ କେବଳ କୋର୍ଟ ମ୍ୟାରେଜ କରିଥିଲେ ।

ପରିବାର ଓ ଘନିଷ୍ଠ ବନ୍ଧୁ ସହିତ ହାର୍ଦ୍ଦକ-ନତାଶା

ଭାରତୀୟ କ୍ରିକେଟ୍ ଦଳର ଅନେକ ଖେଳାଳି ଉଦୟପୁରରେ ପହଞ୍ଚିଛନ୍ତି। ଉଭୟଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ବିବାହର କିଛି ମାସ ପରେ ଏହି କପଲ୍‌ ପିତାମାତ ହୋଇଥିଲେ । ସେତେବେଳେ ଏ ନେଇ ନେଟିଜେନ୍ସ ସେମାନଙ୍କୁ ଖୁବ ଟ୍ରୋଲ କରିଥିଲେ । ତେବେ ମଙ୍ଗଳବାର ଆୟୋଜିତ ଏହି ବିବାହ ସମାରୋହରେ ଯୋଗଦେବା ପାଇଁ ଅତିଥିମାନେ ମଧ୍ୟ ଉଦୟପୁରରେ ପହଞ୍ଚିଥିଲେ । ବିବାହ ଉତ୍ସବର ଫଟୋ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏଥିରେ ଅନେକ ବଲିଉଡ ସେଲିବ୍ରିଟି ଓ କ୍ରିକେଟର ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ABOUT THE AUTHOR

...view details