ଓଡିଶା

odisha

ETV Bharat / entertainment

ୟଶଙ୍କ ଫିଲ୍ମରେ ପାଣ୍ଡ୍ୟା ବ୍ରଦର୍ସ ! ସାମ୍ନାକୁ ଆସିଲା KGF 3 ଫଟୋ - Krunal Pandya insta photo

ପ୍ରଶଂସକମାନେ ଉତ୍ସାହର ସହିତ KGF 3କୁ ଅପେକ୍ଷା କରିଛନ୍ତି । ଏହି ସମୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏଭଳି ଏକ ପୋଷ୍ଟ ସେୟାର କରିଛନ୍ତି, ଯାହାକୁ ନେଇ କେଜିଏଫ 3 ଆଲୋଚନା ଆହୁରି ତୀବ୍ର ହୋଇଛି । ଅଧିକ ପଢନ୍ତୁ

ୟଶଙ୍କ ଫିଲ୍ମରେ ପାଣ୍ଡ୍ୟା ବ୍ରଦର୍ସ
ୟଶଙ୍କ ଫିଲ୍ମରେ ପାଣ୍ଡ୍ୟା ବ୍ରଦର୍ସ

By

Published : Dec 30, 2022, 1:38 PM IST

ହାଇଦ୍ରାବାଦ:ସୁପରଷ୍ଟାର ୟଶ 2022 ମସିହାରେ 'KGF 2' ପରି ଏକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି । ଏହି ଚଳଚ୍ଚିତ୍ର କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ରେକର୍ଡ ଭାଙ୍ଗିଥିଲା। ବର୍ତ୍ତମାନ ୟଶଙ୍କ ପ୍ରଶଂସକମାନେ ଉତ୍ସାହର ସହିତ 'KGF' ର ତୃତୀୟ ଭାଗକୁ ଅପେକ୍ଷା କରିଛନ୍ତି । ଏହି ସମୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏଭଳି ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ପରେ ସୋସିଆଲ ମିଡିଆରେ ପୁଣି ଥରେ 'କେଜିଏଫ 3' ଉପରେ ଆଲୋଚନା ତୀବ୍ର ହୋଇଛି ।

ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି କ୍ୟାପସନ

​​କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କ ସହ ଅଭିନେତା ୟଶ ଏବଂ ଭାଇ କ୍ରୁନାଲ ପାଣ୍ଡ୍ୟା ନଜର ଆସିଛନ୍ତି। ଫଟୋରେ ୟଶଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଣ୍ଡିଂ ଦେଖିବାକୁ ମିଳିଛି । ଏହି ଫଟୋଗୁଡ଼ିକୁ ସେୟାର କରି ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପସନରେ ଲେଖିଛନ୍ତି, 'କେଜିଏଫ୍ 3'। ଏହି କ୍ୟାପସନ୍ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଫ୍ୟାନ୍ସଙ୍କ କମେଣ୍ଟ

ଜଣେ ପ୍ରଶଂସକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୋଷ୍ଟରେ 'ଚାପ୍ଟର 3' ଲେଖିଛନ୍ତି। ଅନ୍ୟ ଜଣେ କମେଣ୍ଟ ଦେଇଛନ୍ତି, 'ମୁଁ ଭାବୁଛି ହାର୍ଦ୍ଦିକ ପାଣ୍ଡ୍ୟା କେଜିଏଫ୍ 3ରେ କ୍ୟାମୋ କରିବେ' ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'କ୍ରୁନାଲ ପାଣ୍ଡ୍ୟା କେଜିଏଫ୍ 3ରେ ଭିଲେନ୍ ହେବେ'। ଏହିପରି, ୟୁଜର୍ସ କମେଣ୍ଟ ବକ୍ସରେ 'KGF 3'କୁ ନେଇ ଉତ୍ସାହ ଦେଖାଉଛନ୍ତି ।

'KGF 3' କେବେ ଆସିବ ?

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ୍ 'କେଜିଏଫ୍ ୨'ର ଏକ ଅଂଶ ଥିଲେ, ଯେଉଁଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ନିକଟରେ ଯେତେବେଳେ ରବୀନା ଏକ ଇଭେଣ୍ଟରୁ ବାହାରକୁ ବାହାରୁଥିଲେ, ପାପାରାଜି ତାଙ୍କୁ ପଚାରିଥିଲେ ଯେ ଆମେ KGF 3 କୁ ଅପେକ୍ଷା କରିଛୁ । ଏହାର ଉତ୍ତରରେ ରବୀନା ଟଣ୍ଡନ କହିଥିଲେ ଫିଲ୍ମ ଖୁବ ଶୀଘ୍ର ଆସିବ।

'KGF 2' କଲେକ୍ସନ

'KGF' ଏବଂ 'KGF 2' ୟଶଙ୍କୁ ଏକ ପ୍ୟାନ୍ ଇଣ୍ଡିଆ ଷ୍ଟାର ବନାଇଦେଇଛି । ୟଶଙ୍କ ଫିଲ୍ମ କେଜିଏଫ୍ 2 ହେଉଛି କନ୍ନଡ ସିନେମା ଇତିହାସରେ ସର୍ବାଧିକ ରୋଜଗାର କରିଥିବା ଫିଲ୍ମ । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ପ୍ରାୟ 1200 କୋଟି କଲେକ୍ସନ କରିଛି । ୟଶଙ୍କ ଜନ୍ମଦିନ 8 ଜାନୁଆରୀରେ । ୟଶଙ୍କ ଜନ୍ମଦିନରେ 'କେଜିଏଫ୍ 3' ରେ ଏକ ନୂଆ ଘୋଷଣା କରାଯାଇପାରେ ବୋଲି ଆଶା ରହିଛି।

For All Latest Updates

ABOUT THE AUTHOR

...view details