ଓଡିଶା

odisha

ETV Bharat / entertainment

68 ବର୍ଷରେ ପାଦ ଥାପିଲେ ବଲିଉଡ ଅଭିନେତା ପରେଶ ରାୱଲ - ପରେଶ ରାୱଲଙ୍କ 68ତମ ଜନ୍ମଦିନ

ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଦୃଢ ଅଭିନୟ ସହ ନିଜର ସ୍ବତନ୍ତ୍ର ଛାପ ଛାଡିଥିବା ବର୍ଷିୟାନ ଅଭିନେତା ପରେଶ ରାୱଲଙ୍କ 68ତମ ଜନ୍ମଦିନ । ଏହି ବିଶେଷ ଅବସରରେ ଜାଣନ୍ତୁ ତାଙ୍କ ଜୀବନ ଯାତ୍ରା ଉପରେ...

68 ବର୍ଷରେ ପାଦ ଥାପିଲେ ବଲିଉଡ ବର୍ଷିୟାନ ଅଭିନେତା ପରେଶ ରାୱଲ
68 ବର୍ଷରେ ପାଦ ଥାପିଲେ ବଲିଉଡ ବର୍ଷିୟାନ ଅଭିନେତା ପରେଶ ରାୱଲ

By

Published : May 30, 2023, 4:32 PM IST

ହାଇଦ୍ରାବାଦ: ହେରା ଫେରିର ବାବୁ ଭାୟା ହେଉ କିମ୍ବା welcome ର ଘୁଙ୍ଗୁରୁ ସେଠ ହେଉ କିମ୍ବା ହଙ୍ଗାମାର ରାଧେଶ୍ୟାମ ତିୱାରୀ, ନିଜର ଡାଏଲଗ ଏବଂ ଅଭିନୟ ପାଇଁ ଜଣାଶୁଣା ପରେଶ ରୱଲ ଆଜି ତାଙ୍କର 68 ତମ ଜନ୍ମଦିନ ପାଳନ କରୁଛନ୍ତି। ବଡ ପରଦାରେ କେବେ ଭିଲେନ ତ କେବେ ମଜାଳିଆ ଅଭିନେତା ଭାବେ ଦର୍ଶକଙ୍କ ମନ ଜିଣିଆସିଛନ୍ତି ପରେଶ ରାୱଲ। ତେବେ ସେ ବୃତ୍ତିଗତ ଜୀବନ ସମେତ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁ ମଜାଳିଆ ବ୍ୟକ୍ତି ଅଟନ୍ତି ଏବଂ ତାଙ୍କର ଦୀର୍ଘ ଚଳଚ୍ଚିତ୍ର କ୍ୟାରିୟରରେ ପରେଶଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଚଳଚ୍ଚିତ୍ର ପୁରସ୍କାର ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।

ପିଲାଦିନରୁ ପରେଶଙ୍କର ଚଳଚ୍ଚିତ୍ର ପ୍ରତି ଆଗ୍ରହ ଏତେ ଥିଲା ଯେ ମାତ୍ର 9 ବର୍ଷ ବୟସରେ ସେ ଫିଲ୍ମ ଦେଖିବା ପାଇଁ ବିନା ଟିକେଟରେ ଥିଏଟରରେ ପ୍ରବେଶ କରିଥିଲେ। 250 ଚଳଚ୍ଚିତ୍ର କରିବା ପରେ ମଧ୍ୟ ଏହି ଉତ୍ସାହ ଆଜି ପର୍ଯ୍ୟନ୍ତ ତାଙ୍କ ମଧ୍ୟରେ ଜାରି ରହିଛି। ଥରେ ତାଙ୍କ ହୃଦୟ ମିସ୍ ଇଣ୍ଡିଆ ଉପରେ ଆସିଗଲା ଏବଂ ସେ ତାଙ୍କ ମାଲିକଙ୍କ ଝିଅ ଥିଲେ। ସେହି ସମୟରେ ପରେଶ ତାଙ୍କ ବନ୍ଧୁଙ୍କୁ କହିଥିଲେ ଯେ ସେ ହିଁ ତୁମମାନଙ୍କ ଭାଉଜ ହେବେ । ପରେ ସେହିଭଳି ହିଁ କିଛି ଘଟିଲା। ତେବେ ଚାଲନ୍ତୁ ନଜର ପକାଇବା ତାଙ୍କ ଜନ୍ମଦିନ ଅବସରରେ ଏପର୍ଯ୍ୟନ୍ତ ତାଙ୍କର ଜୀବନ ଯାତ୍ରା ଉପରେ।

ପରେଶ ରାୱଲ 1955 ମେ 30ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଏଥିସହିତ, ସେ ଗୁଜୁରାଟୀ ମିଡିୟମ ବିଦ୍ୟାଳୟରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ। ପିଲାଦିନରୁ ପରେଶ ବହୁତ ଦୁଷ୍ଟ ଥିଲେ। ସହପାଠୀମାନଙ୍କ ସହ ବିଭିନ୍ନ ଦୁଷ୍ଟାମି କରୁଥିଲେ ସେ। ତାଙ୍କ ଘର ମୁମ୍ବାଇର ପାର୍ଲା ଇଷ୍ଟରେ ଥିଲା। ତାଙ୍କ ଘର ନିକଟରେ ନବୀନ ଭାଇ ଠାକୁର ଅଡିଟୋରିୟମ ଥିଲା। ଯେତେବେଳେ ବି ଏଠାରେ ଏକ ନାଟକ ହେଉଥିଲା, ପରେଶଙ୍କ ଘର ପର୍ଯ୍ୟନ୍ତ ଏହାର ସ୍ୱର ଶୁଣାଯାଉଥିଲା । ଥରେ ପରେଶ ନାଟକ ଦେଖିବା ପାଇଁ ଟିକେଟ୍ ବିନା ସେହି ଥିଏଟରକୁ ଯିବାକୁ ସାହସ କରିଥିଲେ ଏବଂ ଧରାପଡ଼ିଥିଲେ। ପରେଶ ତଥାପି ହାର ମାନିନଥିଲେ। ଅନେକ ସମୟରେ ଗାଳିଗୁଲଜ ଏବଂ ଅନୁରୋଧ କରି ଥିଏଟରକୁ ଯାଉଥିଲେ ନାଟକ ଦେଖିବାକୁ। ତା’ପରେ ଥରେ ତାଙ୍କୁ ଥିଏଟରର ମାଲିକଙ୍କ ପାଖକୁ ନିଆଯାଇଥିଲା। ସେହି ସମୟରେ 9 ବର୍ଷର ଶିଶୁକୁ ଥିଏଟର ପ୍ରତି ଆଗ୍ରହ ଦେଖି ନବୀନ ଭାଇ ମଧ୍ୟ ପସନ୍ଦ କରିଥିଲେ। ସେ ପରେଶଙ୍କୁ ପ୍ରତିଦିନ ଟିକେଟ୍ ବିନା ଶୋ' ଦେଖିବା ପାଇଁ ଅନୁମତି ଦେଇଥିଲେ।

1975 ରେ ଦିନେ, ପରେଶ NSD ଦ୍ୱାରା ଆୟୋଜିତ ଉତ୍ସବରେ ପହଞ୍ଚିଥିଲେ। ସେଠାରେ ସେ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିବା ସ୍ବରୂପ ସମ୍ପତଙ୍କୁ ଦେଖିଥିଲେ। ତେଙ୍କୁ ପ୍ରଥମ ଦେଖାରେ ହିଁ ସମ୍ପତଙ୍କ ପ୍ରେମରେ ପଡିଥିଲେ ପରେଶ। ନିକଟରେ ଠିଆ ହୋଇଥିବା ତାଙ୍କ ବନ୍ଧୁ ମହେନ୍ଦ୍ର ଯୋଶୀଙ୍କୁ କହିଥିଲେ ଯେ ଦିନେ ଏହି ଝିଅ ହିଁ ତାଙ୍କ ପତ୍ନୀ ହେବେ। ମହେନ୍ଦ୍ର ଯୋଶୀ ସେହି ଝିଅକୁ ଜାଣିଥିଲେ। ତେଣୁ ସେ କହିଲେ ତୁମେ ପାଗଳ, ଯେଉଁଠାରେ ତୁମେ କାମ କରୁଛ ସେ ବସଙ୍କ ଝିଅ। ଏହା ଶୁଣିବା ପରେ ମଧ୍ୟ ପରେଶ ବିଶ୍ୱାସ କରିପାରୁନଥିଲେ। ତା’ପରେ ସେ ମହେନ୍ଦ୍ରଙ୍କୁ କହିଥିଲେ, କାହାର ଝିଅ ହେଉ କିମ୍ବା କାହାର ଭଉଣୀ, ଏହି ଝିଅ ମୋର ପତ୍ନୀ ହେବେ। ପରବର୍ତ୍ତୀ ସମୟରେ ସେ ଏହି କଥାକୁ ସତ କରିଥିଲେ ଏବଂ ସ୍ବରୂପ ସମ୍ପତଙ୍କୁ ବିବାହ କରିଥିଲେ।

ପରେଶଙ୍କ ଫିଲ୍ମି କ୍ୟାରିଅର ବିଷୟରେ କହିବାକୁ ଗଲେ, ପରେଶଙ୍କ ଦମଦାର ପ୍ରଦର୍ଶନ ପାଇଁ ଘରେ ଘରେ ବେଶ ପରିଚିତ। କମେଡି ହେଉ ବା ଖଳନାୟକ ଭୂମିକା ସବୁ ଚରିତ୍ରରେ ସେ ନିଜ ଦମଦାର ଡାଇଲଗ ଏବଂ ଅଭିନୟରେ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ପରେଶ ଏପର୍ଯ୍ୟନ୍ତ 240 ଚଳଚ୍ଚିତ୍ରରେ କାମ କରିସାରିଛନ୍ତି । ଏଥିମଧ୍ୟରେ ସେ 100 ଟି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ତେବେ ବର୍ତ୍ତମାନ ଫେର ହେରା ଫେରି-2 ରେ ନଜର ଆସିବେ ପରେଶ। ଯାହାର ସୁଟିଂ ଚାଲିଛି। ଏହା ବ୍ୟତୀତ ଫିଲ୍ମ ଡ୍ରିମ୍ ଗାର୍ଲ 25 ଅଗଷ୍ଟରେ ରିଲିଜ କରିବ।

ABOUT THE AUTHOR

...view details