ଓଡିଶା

odisha

By ETV Bharat Odisha Team

Published : Aug 23, 2023, 4:18 PM IST

ETV Bharat / entertainment

KK Birth Anniversary; ବାପାଙ୍କୁ ମନେପକାଇ ଭାବବିହ୍ୱଳ ଝିଅ ତମାରା, ଲେଖିଲେ କୋହଭରା ପୋଷ୍ଟ

ଆଜି ହେଉଛି କେକେଙ୍କ 54 ତମ ଜନ୍ମ ବାର୍ଷିକୀ। ଏହି ଖାସ୍‌ ଦିନରେ ତାଙ୍କ ଝିଅ ସମେତ ପ୍ରଶଂସକମାନେ ଗାୟକଙ୍କୁ ମନେ ପକାଇ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

କେକେଙ୍କ ଜନ୍ମ ବାର୍ଷିକୀ
କେକେଙ୍କ ଜନ୍ମ ବାର୍ଷିକୀ

ହାଇଦ୍ରାବାଦ: କୃଷ୍ଣ କୁମାର କୁନ୍ନଥ, କିନ୍ତୁ ପ୍ରଶଂସକଙ୍କ ପାଇଁ ସେ ଥିଲେ କେ.କେ । ଯଦିଓ ସେ ଏହି ଦୁନିଆକୁ ଅଲବିଦା କରିସାରିଛନ୍ତି, କିନ୍ତୁ ତାଙ୍କ ନାମ ଏବଂ ସ୍ୱରରେ ଆଜି ବି ସାରା ଦୁନିଆ ପାଗଳ । କେ.କେ ପ୍ରଶଂସକଙ୍କ ହୃଦୟରେ ସର୍ବଦା ଜୀବତ ରହିବେ । ଗତ ବର୍ଷ ମେ 31 ରେ ତାଙ୍କର ହଠାତ୍ ଦେହାନ୍ତ ହେବା ଖବର ସମଗ୍ର ଦେଶକୁ ଚକିତ କରି ଦେଇଥିଲା। ପରିବାରଠୁ ନେଇ ସାଙ୍ଗସାଥୀଙ୍କ ପର୍ଯ୍ୟନ୍ତ ଏହି ଖବରକୁ କେହି ବିଶ୍ବାସ କରିପାରିନଥିଲେ। ଆଜି (23 ଅଗଷ୍ଟ) ହେଉଛି ଗାୟକଙ୍କ 54 ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଗାୟକଙ୍କ ପ୍ରଶଂସକ ଲୁହ ଭରା ଆଖିରେ ତାଙ୍କୁ ପୁଣି ଥରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି।

ଏହା ମଧ୍ୟ ପଢନ୍ତୁ: KK Death Anniversary: ଆଜି ଦୁନିଆକୁ ଅଲବିଦା କହିଥିଲେ KK, ସଙ୍ଗୀତ ପାଇଁ ଛାଡିଥିଲେ ଚାକିରି

କେକଙ୍କ ଝିଅ ତମାରା କୃଷ୍ଣ ମଧ୍ୟ ତାଙ୍କ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ସ୍ୱର୍ଗତ ପିତା କେ.କେଙ୍କୁ ତାଙ୍କର 54 ତମ ଜନ୍ମଦିନର ଶୁଭେଚ୍ଛା ଜଣାଇ ତମାରା ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ବାପା । ମୁଁ ତୁମକୁ କେତେ ଭଲ ପାଏ, ତାହା କେବେ ପ୍ରକାଶ କରିପାରିବି ନାହିଁ, ଜୀବନରେ ଫେରିବା ପାଇଁ ଧନ୍ୟବାଦ ଅର୍ଥାତ ମୋର ସ୍ୱପ୍ନରେ..., ଆଶା କରୁଛି ଆପଣ ମୋ ସହିତ ପୁଣି ଥରେ କେକ୍‌ ଖାଇପାରିବେ ।'

ଭାବପ୍ରବଣ ହେଲେ ପ୍ରଶଂସକ-ଗାୟକ କେ.କେଙ୍କ ସ୍ୱରରେ ପାଗଳ ଥିବା ପ୍ରଶଂସକମାନେ ତାଙ୍କୁ ମନେ ପକାଉଛନ୍ତି ଏବଂ ତାଙ୍କୁ ଲୁହ ଭରା ଆଖିରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, ସାର୍‌ ଆମେ ଆପଣଙ୍କୁ ମନେ ପକାଉଛୁ । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ସ୍ୱରର ଏହି ଯାଦୁଗରଙ୍କ ଜନ୍ମଦିନ, ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା, ବହୁତ ମନେ ପକାଉଛୁ' । ଏହି ସମୟରେ, କେ.କେ.ଙ୍କ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ସାର୍, ଆପଣଙ୍କ ଗୀତ ଶୁଣୁଛୁ, ଲାଗୁଛି ଯେ ଆପଣ ଆମ ଚାରିପାଖରେ ଅଛନ୍ତି, ମିସ୍‌ ୟୁ ଲେଜେଣ୍ଡ ।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ମେ 31 ତାରିଖରେ ଗାୟକ କେକେଙ୍କର ଅକାଳ ବିୟୋଗ ସଂଗୀତ ଜଗତକୁ ସ୍ତବ୍ଧ କରିଦେଇଥିଲା । ଏକ କନ୍‌ସର୍ଟରେ ସଂଗୀତ ପରିବେଷଣ କରିବାର କିଛି ଘଣ୍ଟା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିଲା। କୌଣସି ଅପ୍ରାକୃତିକ କାରଣ ନୁହେଁ ବରଂ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି ବୋଲି ପୋଷ୍ଟମର୍ଟମ୍ ରିପୋର୍ଟରୁ ଜଣାପଡ଼ିଥିଲା । ତାଙ୍କ ମୃତ୍ୟୁକୁ ନେଇ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଥିଲା । ଆଜି ମଧ୍ୟ ତାଙ୍କ ମୃତ୍ୟୁକୁ କେହି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।

ABOUT THE AUTHOR

...view details