ହାଇଦ୍ରାବାଦ: 56 ବର୍ଷରେ ପାଦ ଥାପିଲେ ବଲିଉଡର ଖିଲାଡି ଅକ୍ଷୟ କୁମାର । ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି । ୯ ସେପ୍ଟେମ୍ଵର ୧୯୬୭ ମସିହା ଆଜିର ଦିନରେ ଅକ୍ଷୟ କୁମାର ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନରେ ସାରା ବଲିଉଡ ଜଗତ ତାଙ୍କୁ ଶୁଭେଚ୍ଛା ଜଣାଇଛି । ଅକ୍ଷୟ କୁମାରଙ୍କର ପ୍ରକୃତ ନାମ ହେଉଛି ରାଜୀବ ଭାଟିଆ, ଯାହାକୁ ସେ ଇଣ୍ଡଷ୍ଟ୍ରିରେ ଆସିବା ପରେ ବଦଳାଇଥିଲେ । ଅଭିନେତା ଅକ୍ଷୟ କୁମାର ମଧ୍ୟ ତାଇକୋଣ୍ଡୋ ଏବଂ ମାର୍ଶଲ ଆର୍ଟରେ ମାହିର ଅଟନ୍ତି। ଚଳଚ୍ଚିତ୍ରରେ ଆସିବା ପୂର୍ବରୁ ସେ ପିଲାମାନଙ୍କୁ ମାର୍ଶଲ ଆର୍ଟ ଶିକ୍ଷା ଦେଉଥିଲେ । ଅକ୍ଷୟ ଜଣେ ଅଭିନେତା ଯିଏ ପ୍ରତିବର୍ଷ 3-4 ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ କାର୍ଯ୍ୟ କରନ୍ତି ।
ଅକ୍ଷୟ କୁମାର 1991 ମସିହାରେ ଫିଲ୍ମ 'ସୌଗନ୍ଧ’ରୁ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ରାକ୍ଷୀ ଏବଂ ଶାନ୍ତିପ୍ରିୟା ମୁଖ୍ୟ ଭୂମିକାରେ ଥିଲେ। ଅକ୍ଷୟ ତାଙ୍କ ତିରିଶ ବର୍ଷ କ୍ୟାରିଅରରେ 140 ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଆକ୍ସନ୍ ଫିଲ୍ମ ହେଉ କିମ୍ବା କମେଡି ଏବଂ ପାରିବାରିକ ଡ୍ରାମା, ସେ ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବେ ଫୁଟାଇ ନିଜ ଅଭିନୟର ଛାପ ଛାଡିଥାନ୍ତି । ନିକଟରେ ଅଭିନେତାଙ୍କୁ OMG 2 ରେ ଦେଖିବାକୁ ମିଳିଥିଲା । ଆଜି ଆମେ ଆପଣଙ୍କୁ ଅକ୍ଷୟ କୁମାରଙ୍କ ଜନ୍ମଦିନରେ ତାଙ୍କର କିଛି ଖାସ୍ ଚଳଚ୍ଚିତ୍ର ବିଷୟରେ କହିବୁ ଯାହାକୁ ଆପଣ OTT ପ୍ଲାଟଫର୍ମରେ ଦେଖିପାରିବେ ।
ଖିଲାଡିୟୋ କା ଖିଲାଡି
1996 ମସିହାରେ ମୁକ୍ତିଲାଭ କରିଥିଲା, ଏହା ଏକ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖାଙ୍କ ସହ ଅକ୍ଷୟ କୁମାର ଅଣ୍ଡରଟେକର ଚରିତ୍ର ସହିତ ପ୍ରତିଦ୍ୱନ୍ଦ୍ୱିତା କରି 'ଖିଲାଡି' ଭାବରେ ସାରା ବିଶ୍ୱରେ ପରିଚିତ ହୋଇଥିଲେ । ଫିଲ୍ମଟି ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା । ଆପଣ ଏହାକୁ OTT ପ୍ଲାଟଫର୍ମ G5 ରେ ଦେଖିପାରିବେ ।
ଫିର ହେରା ଫେରି
2006 ମସିହାରେ ମୁକ୍ତିଲାଭ କରିଥିଲା, ଏହା ସର୍ବୋତ୍ତମ କମେଡି ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । ଏଥିରେ ବାବୁରାଓ, ରାଜୁ ଏବଂ ଶ୍ୟାମଙ୍କ ଚରିତ୍ରକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ର 2000 ମସିହାରେ ମୁକ୍ତିଲାଭ କରିଥିଲା, ଏହା 'ହେରା ଫେରି'ର ଦ୍ୱିତୀୟ ଭାଗ ଥିଲା । ଏହି ଦୁଇଟି ଚଳଚ୍ଚିତ୍ରର କାହାଣୀ ସହିତ ସମସ୍ତ ଚରିତ୍ର ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲା । ଏଥିରେ ଅକ୍ଷୟ କୁମାରଙ୍କ ସହ ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲ ମୁଖ୍ୟ ଭୂମିକାରେ ଥିଲେ । ଆପଣ ଏହି ଚଳଚ୍ଚିତ୍ରକୁ ଆମାଜନ ପ୍ରାଇମ ଭିଡିଓରେ ଦେଖିପାରିବେ ।
ଗରମ ମସାଲା
2005 ରେ ମୁକ୍ତିଲାଭ କରିଥିଲା, ଏହା ସର୍ବୋତ୍ତମ କମେଡି ଡ୍ରାମା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଫଟୋଗ୍ରାଫର ଭୂମିକାରେ ଦର୍ଶକଙ୍କୁ ବହୁତ ହସାଇଥିଲେ। ଅକ୍ଷୟ କୁମାରଙ୍କ ସହ ଏହି ଚଳଚ୍ଚିତ୍ରରେ ଜନ୍ ଆବ୍ରାହମ, ପରେଶ ରାୱଲ ଏବଂ ରିମି ସେନଙ୍କ ଭଳି କଳାକାର ଥିଲେ। ଆପଣ ଏହାକୁ OTT ପ୍ଲାଟଫର୍ମ ହଟଷ୍ଟାରରେ ଦେଖିପାରିବେ ।
ଓ୍ୱେଲକମ୍
2007 ମସିହାରେ ମୁକ୍ତିଲାଭ କରିଥିଲା, ଏହା ଏକ କମେଡି-ଡ୍ରାମା ଚଳଚ୍ଚିତ୍ର ଯାହା ଦର୍ଶକଙ୍କୁ ଖୁବ୍ ହସାଇଥିଲା । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ରାଜୀବ ସାଇନି ନାମକ ଜଣେ ସରଳ ସାଧାରଣ ବାଳକ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ, ନାନା ପାଟେକର, ଫିରୋଜ ଖାନ, ଅନିଲ କପୁର ଏବଂ ମଲ୍ଲିକା ଶେରାୱତଙ୍କ ବ୍ୟତୀତ ଅନ୍ୟ ଅନେକ କଳାକାର ନଜର ଆସିଥିଲେ । ଆପଣ ଏହି ଚଳଚ୍ଚିତ୍ରକୁ ଆମାଜନ ପ୍ରାଇମ ଭିଡିଓରେ ଦେଖିପାରିବେ ।