ମୁମ୍ବାଇ:ରିଲିଜ ହୋଇଯାଇଛି ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ହନୁମାନ' । ଏହି ଚଳଚ୍ଚିତ୍ରରେ ଅଭିନେତା ତେଜା ସଜ୍ଜା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପ୍ରେକ୍ଷାଳୟରେ ଫିଲ୍ମଟି ମୁକ୍ତିଲାଭ କରିଥିବା ବେଳେ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ପ୍ରଶାନ୍ତ ବର୍ମାଙ୍କର ଏହି ପ୍ରୋଜେକ୍ଟ ନା କେବଳ ଭାରତର ପ୍ରଥମ ଘରୋଇ ସୁପରହିରୋ ଫିଲ୍ମର ଆରମ୍ଭ କରିନି ବରଂ ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ଏବଂ ବିହାରରେ ଦର୍ଶକଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି ।
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫିଲ୍ମ ହନୁମାନ ରିଲିଜ ହୋଇଥିବାରୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । 'ହନୁମାନ' ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ମେକର୍ସଙ୍କ ସହିତ ମିଶି ଦର୍ଶକଙ୍କ ପାଇଁ ଭାରତୀୟ ଶାସ୍ତ୍ର ଏବଂ ପୌରାଣିକ କଥା ମାଧ୍ୟମରେ ସିନେମାଟିକ୍ ଅଭିଜ୍ଞତାକୁ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆରକେଡି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରାଇମ ସୋ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଫିଲ୍ମ 'ହନୁମାନ'ରେ ଜଣେ ସାଧାରଣ ବ୍ୟକ୍ତିଙ୍କ ଦ୍ବାରା ମହାଶକ୍ତି ପ୍ରାପ୍ତ କରିବାର ଅସାଧାରଣ ଯାତ୍ରାକୁ ପ୍ରକାଶ କରାଯାଇଛି । ଫିଲ୍ମରେ ଭଲ ଏବଂ ମନ୍ଦ ମଧ୍ୟରେ ଯୁଦ୍ଧକୁ ଚମତ୍କାର ଭାବେ ଦର୍ଶାଯାଇଛି । ଚଳଚ୍ଚିତ୍ରର କ୍ଲାଇମାକ୍ସରେ ଏପରି ଏକ ଅନୁଭବ ଅଛି ଯାହା ଦର୍ଶକଙ୍କୁ ବଡ଼ ବଜେଟ୍ ଚଳଚ୍ଚିତ୍ର ଆଡକୁ ନେଇଯାଉଛି । ଫିଲ୍ମରେ ହିନ୍ଦୀ ଡାଇଲଗ ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଛି ।
ଏହା ମଧ୍ୟ ପଢନ୍ତୁ- ରାମ ମନ୍ଦିର ପାଇଁ ୧୪ ଲକ୍ଷ ଦାନ କଲେ 'ହନୁମାନ' ଫିଲ୍ମ ଟିମ୍