ହାଇଦ୍ରାବାଦ: ବାଜିବ ସାହାନାଇ । ପଡିବ ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ହାତଗଣ୍ଠି । ଆରମ୍ଭ ହୋଇଯାଇଛି ପ୍ରି ୱେଡିଂ ଫଙ୍କସନ୍। ନିକଟରେ ତାଙ୍କର ମେହେନ୍ଦି ସମାରୋହ ଆୟୋଜିତ ହୋଇଥିଲା, ଯାହାର କିଛି ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି କାର୍ଯ୍ୟକ୍ରମରେ କେବଳ ତାଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ ।
ଡିସେମ୍ବର 4 ତାରିଖରେ ହଂସିକା ମୁମ୍ବାଇର ବିଜନେସମ୍ୟାନ ସୋହେଲ ଖଟୁକିଆଙ୍କୁ ବିବାହ କରିବେ । ଜୟପୁରର 450 ବର୍ଷ ପୁରୁଣା ଦୁର୍ଗରେ ସିନ୍ଧି ରୀତିନୀତି ଅନୁଯାୟୀ ଏହି ଦମ୍ପତି ବିବାହ କରିବେ । ବିବାହ କାର୍ଯ୍ୟକ୍ରମରେ ପରିବାର ଓ କେତେଜଣ ଖାସ ବନ୍ଧୁ ସାମିଲ ହେବା ନେଇ ସୂଚନା ମିଳିଛି । ମେହେନ୍ଦୀ ସମାରୋହରେ ହଂସିକାଙ୍କୁ ନାଲି ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲା । ଏହା ସହିତ ସେ ଅକ୍ସିଡାଇଜଡ୍ କାନଫୁଲ କ୍ୟାରି କରିଥିଲେ । ସେହିପରି ସୋହେଲ ଖଟୁକିଆ ପିଚ କୁର୍ତ୍ତାରେ ନଜର ଆସିଥିଲେ । ଗତ ସପ୍ତାହରେ ମୁମ୍ବାଇରେ ମାତା କି ଚୌକି ସହ ବିବାହ ରୀତିନୀତି ଆରମ୍ଭ ହୋଇଥିଲା ।
ନିକଟରେ ହଂସିକା ତାଙ୍କ ଗର୍ଲଗ୍ୟାଙ୍ଗ ସହିତ ବ୍ୟାଚଲର ପାର୍ଟିର ଆୟୋଜନ କରିଥିଲେ । ସେ ଗ୍ରୀସରେ ଏହି ପାର୍ଟିର ଆୟୋଜନ କରିଥିଲେ, ଯାହାର ଝଲକ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ହଂସିକାଙ୍କ ବ୍ୟତୀତ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀୟା ରେଡ୍ଡୀଙ୍କ ସମେତ ତାଙ୍କର ଅନେକ ବନ୍ଧୁ ଏହି ଫଟୋରେ ନଜର ଆସିଥିଲେ । ଏହି ଭିଡିଓ ସେୟାର କରିବାବେଳେ ହଂସିକା ଲେଖିଥିଲେ, 'ବେଷ୍ଟ ବ୍ୟାଚଲର୍ ଏଭର' ।