ହାଇଦ୍ରାବାଦ: ଶେଷରେ ଅପେକ୍ଷାର ଅନ୍ତ ହୋଇଛି । ଅଭିନେତ୍ରୀ ହଂସିକା ମୋଟୱାନୀ ତାଙ୍କ ସ୍ୱପ୍ନର ରାଜକୁମାରଙ୍କୁ ବିବାହ କରିଛନ୍ତି । ଡିସେମ୍ବର 4ରେ, ହଂସିକା ତାଙ୍କର ଦୀର୍ଘ ଦିନର ପ୍ରେମିକ ସୋହେଲ କଥୁରିଆଙ୍କ ସହ ବିବାହ କରିଛନ୍ତି । ଦମ୍ପତି ଜୟପୁରର ମୁନ୍ଦୋତା ଫୋର୍ଟ ପ୍ୟାଲେସରେ ସାରା ଜୀବନ ପାଇଁ ଏକାଠି ରହିବାକୁ ଶପଥ ନେଇଛନ୍ତି । କନିଆ ବେଶରେ ହଂସିକାଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି ।
ହଂସିକା ମୋଟୱାନୀ ଏବଂ ସୋହେଲ କଥୁରିଆ ହଂସିକା ତାଙ୍କ ବିବାହ ଦିନ ବହୁତ ସୁନ୍ଦର ଦେଖାଯାଉଥିଲେ । ବିବାହରେ ହଂସିକା ମୋଟୱାନୀ ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ପାରମ୍ପାରିକ ଅଳଙ୍କାର ଏବଂ ଚୁଡି ସହିତ ହଂସିକା ଏହି ସୁନ୍ଦର ଲେହେଙ୍ଗା କ୍ୟାରି କରିଥିଲେ । ଏହି ବିଶେଷ ଦିନରେ ସୋହେଲ କାଥୁରିଆ ଏକ ଶେରୱାନି ପିନ୍ଧିଥିଲେ । ବର ହୋଇଥିବା ସୋହେଲ ମଧ୍ୟ କମ୍ ସୁନ୍ଦର ଦେଖାଯାଉନଥିଲେ । ବର୍ତ୍ତମାନ ସୋହେଲ ଏବଂ ହଂସିକାଙ୍କ ଏହି ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି।
ହଂସିକା ମୋଟୱାନୀ ଏବଂ ସୋହେଲ କଥୁରିଆ ହଂସିକା ଏବଂ ସୁହେଲଙ୍କ ବିବାହ ରୀତିନୀତି ମୁମ୍ବାଇରେ ମାତା କି ଚୌକି ପରେ ଆରମ୍ଭ ହୋଇଥିଲା । ଏହା ପରେ ସୁଫି ନାଇଟ୍, ମେହେନ୍ଦୀ, ହଲଦି, ସଂଗୀତରେ ଏହି ଦମ୍ପତି ମଜ୍ଜି ଯାଇଥିଲେ । ସମସ୍ତ ବିବାହ କାର୍ଯ୍ୟରେ ହଂସିକା ମୋଟୱାନୀ ସୁନ୍ଦର ଦେଖାଯାଉଥିଲେ । ମାତା କି ଚୌକିରେ ପିନ୍ଧାଯାଇଥିବା ନାଲି ଶାଢୀ ହେଉ କିମ୍ବା ହଳଦିରେ ପିନ୍ଧାଯାଇଥିବା ଧଳା ସୁଟ୍ ହେଉ ହଂସିକାଙ୍କର ପ୍ରତ୍ୟେକ ପୋଷାକ କ୍ଲାସି ଦେଖାଯାଉଥିଲା ।
ଡିସେମ୍ବର 2 ରୁ ଜୟପୁରରେ ହଂସିକା ଏବଂ ସୁହେଲଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ସୁହେଲ ଏବଂ ହଂସିକାଙ୍କ ଡ୍ରିମି ଓ୍ବେଡିଂ ପରି ସେମାନଙ୍କର ବିବାହ ପ୍ରସ୍ତାବ ମଧ୍ୟ କମ୍ ଚମତ୍କାର ନଥିଲା । ସୋହେଲ ଆଇଫେଲ ଟାୱାର ସାମ୍ନାରେ ତାଙ୍କ ଲେଡି ଲଭଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଏହି ଦମ୍ପତି ପରସ୍ପରର ବ୍ୟବସାୟିକ ସହଯୋଗୀ ଥିଲେ । ବର୍ତ୍ତମାନ ସେମାନେ ପରସ୍ପରର ଜୀବନ ସାଥୀ ହୋଇଛନ୍ତି । ହଂସିକା ଏବଂ ସୋହେଲଙ୍କୁ ବିବାହର ଅନେକ ଅନେକ ଅଭିନନ୍ଦନ ।