ମୁମ୍ବାଇ: ଓସ୍କାର ବିଜେତା କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର 'The Elephant whispers'ର ନିର୍ମାତା ଗୁନିତ୍ ମୋଙ୍ଗାଙ୍କ ପାଇଁ ସାରା ଦେଶ ଆଜି ଗର୍ବିତ । ଏହି ଓସ୍କାର ଟ୍ରଫିକୁ ସେ ତାଙ୍କର ସମସ୍ତ ପ୍ରଶଂସକ ଏବଂ ଦେଶବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ନିଜ ପରିବାରକୁ ମଧ୍ୟ ସେ ଏହାର ଶ୍ରେୟ ଦେଇଛନ୍ତି । ଗୁନିତଙ୍କ ଏହି ସଫଳତା ନେଇ ଫ୍ୟାନ୍ସ ଗର୍ବ ଅନୁଭବ କରିବା ସହ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ।
ଏହାରି ମଧ୍ୟରେ ଗୁନିତ ନିଜର ଏକ ସ୍ପେଶାଲ ମୁହୁର୍ତ୍ତକୁ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଯେଉଁଥିରେ ଗୁନିତ ଓସ୍କାର ଜିତିବା ପରେ ଖୁସି ନିଜ ସ୍ବାମୀଙ୍କ ସହ ନଜର ଆସିଛନ୍ତି । ହାତରେ ଓସ୍କାର ଟ୍ରଫି ଧରି ଗୁମିତ୍ ନିଜ ସ୍ବାମୀ ସନ୍ନି କପୁରଙ୍କୁ କିସ୍ କରୁଥିବାର ଦେଖିବାକୁ ମିଳିଛି । ଦମ୍ପତିଙ୍କ ଏଭଳି ପ୍ରେମକୁ ଦେଖି ଫ୍ୟାନ୍ସ ମଧ୍ୟ ପସନ୍ଦ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଏହି ଫଟୋରେ ଗୁନିତ୍ ମୋଙ୍ଗା ସବୁଜ ସାର୍ଟ ପିନ୍ଧିଥିବାର ନଜର ଆସିଥିବା ବେଳେ ତାଙ୍କ ସ୍ବାମୀ ୱାଇଟ ଡ୍ରେସରେ ନଜର ଆସିଛନ୍ତି ।
ଅଭିନେତ୍ରୀ ହୁମା କ୍ୟୁରେଶି ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିଛନ୍ତି ଏବଂ ଏହି ସଫଳତା ପାଇଁ ତାଙ୍କ କ୍ୟାରିଅରର ପ୍ରଥମ ଫିଲ୍ମ ନିର୍ମାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ହୁମା 3ଟି ଫଟୋ ସେୟାର କରିଥିବା ବେଳେ ଗୋଟିଏରେ ହୁମା ନିଜେ ଓସ୍କାର ଟ୍ରଫି ସହ ଫଟୋ ଉଠାଇଥିବା ବେଳେ ଦ୍ବିତୀୟଟିରେ ଗୁନିତ ଓସ୍କାର ଟ୍ରଫି ସହ ଫଟୋ ଉଠାଇଥିବାର ଦେଖିବାକୁ ମିଳିଛି । ତୃତୀୟଟିରେ ଟ୍ରଫି ଧରି ଗୁନିତ୍ ନିଜ ସ୍ବାମୀ ସନ୍ନି କପୁରଙ୍କ ସହ ନଜର ଆସିଛନ୍ତି ।
ସୂଚନା ଥାଉ କି, 12 ଡିସେମ୍ବର 2022ରେ ଗୁନିତ୍ ସନ୍ନି କପୁରଙ୍କୁ ବିବାହ କରିଥିଲେ । ସନ୍ନି କପୁର ଜଣେ ଦିଲ୍ଲୀର ଏକ ପୋଷାକ କମ୍ପାନୀର ସିଇଓ ରହିଛନ୍ତି । 'The Elephant whispers' 36 ବର୍ଷୀୟ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ କାର୍ତୀକି ଗୋଞ୍ଜାଲଭିସ୍ଙ୍କ ଦ୍ବାରା ନିର୍ମିତ ହୋଇଛି । 39 ମିନିଟର କ୍ଷୁଦ୍ର ଚଳଚ୍ଚିତ୍ର ତାମିଲ ଭାଷାରେ ତିଆରି ହୋଇଥିଲା । ଏକ ହାତୀଛୁଆ ଓ ଏକ ଦମ୍ପତିଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ ତିଆରି ହୋଇଥିଲା ଚଳଚ୍ଚିତ୍ରର । ତେବେ ଏହି କ୍ଷୁଦ୍ର ଚଳଚ୍ଚିତ୍ରର ପ୍ରୋଯୋଜିକା ଥିଲେ ଗୁନିତ । ଏହି ଦୁଇ ମହିଳା ଓସ୍କାର ଜିତି ସମଗ୍ର ଭାରତର ସମ୍ମାନ ବଢ଼ାଇଛନ୍ତି । ଫିଲ୍ମର ସଫଳତାକୁ ନେଇ ପୁରା ଟିମ୍ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଥିସହ ଗୁନିତ ଓସ୍କାର ବିଜେତା ଆରଆରଆର ଟିମକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।