ଓଡିଶା

odisha

ETV Bharat / entertainment

Nuh Violence: ଗୋବିନ୍ଦାଙ୍କ ଆକାଉଣ୍ଟ ହ୍ୟାକ୍ ! ଇଣ୍ଟରନେଟରେ ହଙ୍ଗାମା ମଚାଇଲା ଟ୍ବିଟ୍‌

ହରିୟାଣାର ନୁହରେ ଧାର୍ମିକ ଶୋଭାଯାତ୍ରା ସମୟରେ ଆରମ୍ଭ ହୋଇଥିବା ହିଂସା ପୁଣିଥରେ ସମଗ୍ର ଦେଶକୁ ଥରାଇ ଦେଇଛି । ହିଂସାକୁ ନେଇ ବ୍ୟାପକ ଆକ୍ରୋଶ ମଧ୍ୟରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଏକ ଟ୍ୱିଟ୍‌କୁ ନେଇ ଅନେକ ଆଲୋଚନା ହେଉଛି । ଅଧିକ ପଢନ୍ତୁ

ଗୋବିନ୍ଦାଙ୍କ ଟ୍ବିଟ୍‌
ଗୋବିନ୍ଦାଙ୍କ ଟ୍ବିଟ୍‌

By

Published : Aug 3, 2023, 4:17 PM IST

ହାଇଦ୍ରାବାଦ:ହରିୟାଣାର ନୁହରେ ଧାର୍ମିକ ଶୋଭାଯାତ୍ରା ବେଳେ ହୋଇଥିବା ହିଂସାକାଣ୍ଡ ପୁଣିଥରେ ସମଗ୍ର ଦେଶକୁ ଥରାଇ ଦେଇଛି । ଏହି ହିଂସାକୁ ନେଇ ସବୁଆଡେ ଅସନ୍ତୋଷ ଦେଖାଯାଉଛି । ଧାର୍ମିକ ଶୋଭାଯାତ୍ରା ସମୟରେ ପଥରମାଡ଼, ଗୁଳି ଚଳାଇବା ଏବଂ ଅଗ୍ନିକାଣ୍ଡରେ 80ରୁ ଅଧିକ ଲୋକ ଆହତ ହୋଇଛନ୍ତି । ହିଂସାକୁ ନେଇ ବ୍ୟାପକ ଆକ୍ରୋଶ ମଧ୍ୟରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଏକ ଟ୍ୱିଟକୁ ନେଇ ଅନେକ ଆଲୋଚନା ହେଉଛି । ତାଙ୍କ ଟ୍ବିଟ୍ ପାଇଁ ଗୋବିନ୍ଦାଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି । ଏବେ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା କଥା କହିଛନ୍ତି ଏହି ସୁପରଷ୍ଟାର ।

ବାସ୍ତବରେ, ନୁହ ହିଂସାକୁ ନେଇ ଗୋବିନ୍ଦାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଟ୍ବିଟ୍ କରାଯାଇଥିଲା । ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଇ ଦେଇଥିଲା । ଏବେ ଏକ ଭିଡିଓ ସେୟାର କରିବାବେଳେ ଗୋବିନ୍ଦା କହିଛନ୍ତି ଯେ ସେ ଟ୍ୱିଟ୍‌ କରିନାହାଁନ୍ତି । ଗୋବିନ୍ଦା ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ପ୍ରଶଂସକଙ୍କୁ କହିଛନ୍ତି ଯେ ସେ ଟ୍ୱିଟ୍ କରିନାହାଁନ୍ତି କିନ୍ତୁ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି । ଏହା ସହିତ ଅଭିନେତା କହିଛନ୍ତି ଯେ ସେ ସାଇବର ଅପରାଧ ନିୟନ୍ତ୍ରଣ ଶାଖାରେ ଏ ବିଷୟରେ ଅଭିଯୋଗ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:ବିଦେଶୀ ଜେଲରୁ ମୁକୁଳି ଭାରତ ଫେରିଲେ କ୍ରିସନ, ଡ୍ରଗ୍ସ ମାମଲାରେ ହୋଇଥିଲେ ଗିରଫ

ଗୋବିନ୍ଦା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହା ସହିତ, ଏହା କ୍ୟାପସନରେ ଲେଖାଯାଇଛି- "ମୁଁ ଟ୍ବିଟ୍ ସମ୍ବନ୍ଧରେ ଏକ କଲ୍‌ ପାଇଲି, ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୋର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି । ମୁଁ କୌଣସି ଟ୍ବିଟ୍ କରିନାହିଁ । ଏଥି ସହିତ ଭିଡିଓରେ ସେ କହିଛନ୍ତି ଯେ ହରିୟାଣାର ସମସ୍ତ ପ୍ରଶଂସକ ଯେଉଁମାନେ ମୋର ବନ୍ଧୁ ଏବଂ ପ୍ରଶଂସକ ଅଛନ୍ତି । ମୁଁ କହିବାକୁ ଚାହେଁ ଯେ ମୋର ଟ୍ୱିଟର ଆକାଉଣ୍ଟକୁ କେହି ହ୍ୟାକ୍ କରିଛନ୍ତି । ମୁଁ ଅନେକ ବର୍ଷ ଧରି ଟ୍ୱିଟର ବ୍ୟବହାର କରୁନାହିଁ । ମୋ ଟିମ୍‌ ନିଶ୍ଚିତ କରିଛନ୍ତି ଯେ ସେ ମଧ୍ୟ କିଛି ଟ୍ବିଟ୍ କରିନାହାଁନ୍ତି । ସେମାନେ ମୋତେ ନ ପଚାରି କୌଣସି ପୋଷ୍ଟ ମଧ୍ୟ କରନ୍ତି ନାହିଁ । ସାଇବର ଅପରାଧ ନିୟନ୍ତ୍ରଣ ଶାଖାରେ ମୁଁ ଏହି ବିଷୟରେ ଅଭିଯୋଗ କରିବି ।"

ପୂରା ଘଟଣା ?

ପ୍ରକାଶଥାଉ କି, ନୁହରେ ହିନ୍ଦୁ ସଂଗଠନର ଶୋଭାଯାତ୍ରା ସମୟରେ ପଥରମାଡ଼ ପରେ ହିଂସା ଆରମ୍ଭ ହୋଇଥିଲା । ନୁହ ପରେ ଏବେ ଗୁରୁଗ୍ରାମରେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଦଙ୍ଗାକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଭଙ୍ଗାରୁଜା ଚଲାଇଛନ୍ତି । ଦୋକାନ ବଜାର, ଗାଡ଼ିମୋଟରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଉଛନ୍ତି । ହିଂସାକାଣ୍ଡରେ ରାଜ୍ୟରେ ଏବେ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଲାଣି । ୫୦ ଜଣ ଆହତ ହୋଇଛନ୍ତି । ବୁଧବାର ଦିନ ଗୁରୁଗ୍ରାମରେ ଦୁଇଟି ଅସ୍ଥାୟୀ ଘରକୁ ଜାଳି ଦିଆଯାଇଥିବା ବେଳେ ଏକ ଚା' ଦୋକାନରେ ଭଙ୍ଗାରୁଜା ହୋଇଛି । ଏହାର ଦିନକ ପୂର୍ବରୁ ମଙ୍ଗଳବାର ରାତିରେ ୫ଟି ଗୋଦାମରେ ନିଆଁ ଲଗାଇ ଦେଇଥିଲେ ଉପଦ୍ରବୀ । ରାଜ୍ୟରେ ହିଂସା ନିୟନ୍ତ୍ରଣ ପାଇଁ ହରିୟାଣା ସରକାର କେନ୍ଦ୍ରୀୟ ବାହିନୀର ଆହୁରି ୪ଟି କମ୍ପାନୀ ମୁତୟନ କରିବାକୁ ଅନୁରୋଧ କରିଛନ୍ତି ।

ABOUT THE AUTHOR

...view details